Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବାରବାଟୀରେ ହେବନି ଭାରତ-ଓ୍ଵେଷ୍ଟଇଣ୍ଡିଜ ଟି-୨୦ ମ୍ୟାଚ୍, ଦର୍ଶକ ନିରାଶ
  • ||
  • ଆଇପିଏଲ ନିଲାମୀ ତାଲିକାରୁ କ୍ରିସ୍ ଗେଲ୍‌ଙ୍କ ସମେତ ଏହି ଖେଳାଳି ବାହାର
  • ||
  • Syed Modi International: ଫାଇନାଲ୍‌ରେ ପହଞ୍ଚିଲେ ପିଭି ସିନ୍ଧୁ, ମାଲଭିକାଙ୍କ ସହ ଟାଇଟଲ୍‌ ମୁକାବିଲା
  • ||
  • IPLରେ ଜଲଓ୍ବା ଦେଖାଇବେ ଶ୍ରୀସନ୍ତ, ନିଲାମୀ ପାଇଁ ବେସ୍‌ ପ୍ରାଇସ୍ ରହିଛି ୫୦ ଲକ୍ଷ ଟଙ୍କା
  • ||
  • ଜାମ୍ମୁ କାଶ୍ମୀରରେ ଭାରତୀୟ ସେନା ପକ୍ଷରୁ ଏନକାଉଣ୍ଟର, ଜଣେ ଆତଙ୍କବାଦୀ ସଫା, ସର୍ଚ୍ଚ ଅପରେସନ ଜାରି
  • ||
  • ୟେମେନ ଗଣହତ୍ୟାକୁ ନିନ୍ଦା କଲା ଜାତିସଂଘ, ସାଉଦିର ବିମାନ ଆକ୍ରମଣରେ ନିହତ ହୋଇଥିଲେ ୭୦ ବିଦ୍ରୋହୀ
  • ||
  • ସୋର : ଟ୍ରକ୍ ସହ ଧକ୍କା ହୋଇ ନୟନଜୋରିକୁ ଓଲଟିଲା ବସ୍, ୫ ଜଣଙ୍କ ମୃତ୍ୟୁ, କିଛି ଲୋକ ଚାପି ହୋଇ ରହିଥିବା ସନ୍ଦେହ
  • ||
  • ଭଦ୍ରକରେ ବିଜେପିକୁ ଝଟ୍‌କା, ଦଳ ଛାଡିଲେ ଶତାଧିକ ବରିଷ୍ଠ ନେତା ଓ କର୍ମୀ
  • ||
  • ୨୦ ମହଲା କୋଠାରେ ଭୀଷଣ ଅଗ୍ନିକାଣ୍ଡ, ୧୫ ଆହତ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୩ ଲକ୍ଷ ୩୭ ହଜାରରୁ ଅଧିକ କରୋନା ପଜିଟିଭ୍, ୪୮୮ ମୃତ
  • ||

ଆଉ ଜଣଙ୍କୁ ଦଳି ଦେଲା ଦନ୍ତା- ମୃତ୍ୟୁ ସଂଖ୍ୟା ୫କୁ ବୃଦ୍ଧି

23/02/2020 at 10:07 PM

ପିପିଲି ୨୩।୦୨- ପିପିଲିରେ ଦନ୍ତା ହାତୀ ଆତଙ୍କ । ପୁଣି ଜଣେ ଯୁବକଙ୍କୁ ଦଲି ଦେଲା ଦନ୍ତା । ଚନ୍ଦ୍ରାଦେଇ ପୁରର ମକରା ପଲେଇ ନାମକ ଯୁବକ ମୃତ । ପୁଣି ସହରମୁହାଁ ହାତୀ । ଯାଜପୁର ଦାନଗଦିରେ ନରହନ୍ତା ଦନ୍ତା ଆତଙ୍କ ଘଟଣା ମନରୁ ଲିଭି ନ ଥିବା ବେଳେ ପୁରୀ ଜିଲ୍ଲା ପିପିଲି ଓ ବଳଙ୍ଗା ଅଞ୍ଚଳରେ ଏହାର ପୁନରାବୃତ୍ତି ଘଟିଛି । ଏଠି ଗୋଟିଏ ଦିନରେ ୫ ଜଣଙ୍କ ଜୀବନ ନେଇଛି ଦନ୍ତା । ୫ ଜଣଙ୍କୁ ଗୁରୁତର କରିଛି ।

ହାତୀ ଭୟରେ ପିପିଲି ଏବଂ ବଳଙ୍ଗା ଅଞ୍ଚଳରେ ଆତଙ୍କ ଖେଳିଯାଇଛି । ଡାକବାଜି ଯନ୍ତ୍ର ସହାୟତାରେ ଲୋକଙ୍କୁ ସତର୍କ କରୁଛି ପ୍ରଶାସନ । ହାତୀକୁ ଘଉଡାଇବାକୁ ବନ ବିଭାଗ ଓ ପୋଲିସ ଉଦ୍ୟମ ଜାରି ରଖିଛନ୍ତି । ଆବଶ୍ୟକ ହେଲେ ହାତୀକୁ ଟ୍ରାଙ୍କୁଲାଇଜ୍ କରାଯିବ ବୋଲି କହିଛନ୍ତି ପୁରୀ ଜିଲ୍ଳାପାଳ ।

ପୁରୀ ଜିଲ୍ଳା ପିପିଲି ଏବଂ ବଳଙ୍ଗା ଥାନା ଅଞ୍ଚଳରେ ନରହନ୍ତା ଦନ୍ତା ଆତଙ୍କ। ହାତୀ ଆକ୍ରମଣରେ ଗୋଟିଏ ଦିନରେ ଯାଇଛି ୫ ଜୀବନ, ୫ ଗୁରୁତର । କେହି କିଛି ବୁଝିବା ଆଗରୁ ଗୋଟିଏ ପରେ ଗୋଟିଏ ଜୀବନ ନେଇ ଚାଲିଥିଲା ନରହନ୍ତା ଦନ୍ତା । ଗାଁ କୁ ଗାଁ ବୁଲିଥିଲା । ଭାର୍ଗବୀ ନଦୀ ପାର୍ ହୋଇ ଲୋକଙ୍କୁ ଆକ୍ରମଣ କରିଥିଲା ।

ମୃତକ ଗୋପିନାଥପୁର ଗାଁର ଯୁଗଳ କିଶୋର ଭଟ୍ଟ, ରାଜତଇ ଗାଁର ଚୈତନ ସାହୁ ଏବଂ ଚନ୍ଦ୍ରାଦେଇପୁରର ମକରା ସାହୁ । ଚନ୍ଦ୍ରାଦେଇପୁରୁ ପଞ୍ଚାୟତ ବେହେରା ସାହିର କାଳିଆ ବେହେରା, ଗୋପିନାଥପୁର ଗାଁ ବୁଦ୍ଧିବାମନ ପୃଷ୍ଟି, ହାଡିବନ୍ଧୁ ସାହୁ, ତେରହଳ ଗାଁର ଛବି ଦେଇ ଗୁରୁତର ଆହତ ହୋଇ ଚିକିତ୍ସିତ ହେଉଛନ୍ତି । ଏଭଳି ଘଟଣାକୁ ନେଇ ଲୋକେ ଆତଙ୍କିତ ।

ଡାକବାଜି ଯନ୍ତ୍ର ସହାୟତାରେ ହାତୀ ରହିଥିବା ସ୍ଥାନର ଆଖପାଖ ଗାଁ ଲୋକଙ୍କୁ ସତର୍କ କରୁଛି ପ୍ରଶାସନ । ବନ କର୍ମଚାରୀ, ପୋଲିସ ହାତୀର ଗତିବିଧି ଉପରେ ନଜର ରଖିଛନ୍ତି । ଯେଉଁ ସ୍ଥାନରେ ହାତୀ ଉତ୍ପାତ କରିଛି ସେ ଆଖପାଖରେ ନା ଅଛି ଜଙ୍ଗଲ, ନା କେବେ ହାତୀ ଦେଖିବାକୁ ମିଳନ୍ତି । ତେବେ ଏ ଦନ୍ତା ଆସିଲା କେଉଁଠୁ ? ଶନିବାର ରାତିରେ ଦନ୍ତାଟି ଡେଲାଙ୍ଗରୁ ୧୫ ରୁ ୧୭ କିଲୋମିଟର ପାର୍ ହୋଇ ଭୋରୁ ପହଞ୍ଚି ଯାଇଥିଲା ବଳଙ୍ଗା ଥାନା ଗୋପିନାଥପୁର ଗାଁରେ ।

ଶୌଚ ହେବାକୁ ଯାଇଥିବା ଯୁଗଳ କିଶୋର ଭଟ୍ଟଙ୍କୁ ଦଳି ମାରିଥିଲା ଦନ୍ତା । ଏହାପରେ ଦନ୍ତାଟି ଚାଲିଯାଇଥିଲା ଚନ୍ଦ୍ରାଦେଇପୁର । ଚାଷ ଜମିରେ ଆକ୍ରମରି କଚାଡି ମାରିଥିଲା ମକରା ପଲାଇଙ୍କୁ । ଲୋକେ ଘଉଡାଇବାରୁ ହାତୀଟୁ ଚାଲିଆସିଥିଲା ପିପିଲା ସଂଅପୁର ରାଜତଇ ଗାଁକୁ । ଶୌଚ ହେବାକୁ ଯାଇଥିବା ଚୈତନ୍ୟ ସାହୁ ପଡିଯାଇଥିଲେ ହାତୀ ହାବୁଡରେ । ହାତୀଟି ଏଭଳି ଉତ୍ୟକ୍ତ ହୋଇପଡିଥିଲା ଯେ ଗାଁ ମଧ୍ୟକୁ ପଶି ଆତଙ୍କ ସୃଷ୍ଟି କରିଥିଲା । ହାତୀ ଘଉଡାଇବାକୁ ବିଶେଷଜ୍ଞଙ୍କ ସହାୟତା ନିଆଯିବ । ଆବଶ୍ୟକ ପଡିଲେ ହାତୀକୁ ଟ୍ରାଙ୍କୁଲାଇଜ୍ କରାଯିବ ବୋଲି ପୁରୀ ଜିଲ୍ଳାପାଳ କହିଛନ୍ତି । ଏହାସହ ପ୍ରତି ମୃତକଙ୍କ ପରିବାରକୁ ୪ ଲକ୍ଷ ଟଙ୍କା କ୍ଷତିପୂରଣ ଘୋଷଣା କରାଯାଇଛି ।

ଡେଲାଙ୍ଗ ବ୍ଲକ କୁଆପଦା ନିକଟ ଜଙ୍ଗଲରେ ମଧ୍ୟ ଦୁଇଟି ହାତୀ ଡେରା ପକାଇଛନ୍ତି । ସେମାନଙ୍କୁ ଘଉଡାଇବାକୁ ପ୍ରୟାସ ଜାରି ରଖିଛି ବନ ବିଭାଗ ।

   Related Posts