Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପରିବାର ପାଇଁ ଏତିକି ସମ୍ପତ୍ତି ଛାଡି ଯାଇଛନ୍ତି କଂଗ୍ରେସର ଚାଣକ୍ୟ ଅହମଦ ପଟେଲ
  • ||
  • ଭୁବନେଶ୍ୱର : ରାଜ୍ୟରେ ଆଉ ୧୬ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ମୃତକଙ୍କ ସଂଖ୍ୟା ୧୬୮୭ରେ ପହଞ୍ଚିଲା
  • ||
  • ଭୁବନେଶ୍ୱର : ରାଜ୍ୟରେ ଚିହ୍ନଟ ହେଲେ ୭୩୦ କରୋନା ସଂକ୍ରମିତ, ୩୧୬୦୦୧ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଭୁବନେଶ୍ୱର : ରାଜ୍ୟରେ ଦ୍ୱିତୀୟ AIIMS ପ୍ରତିଷ୍ଠା ପାଇଁ ପ୍ରସ୍ତାବ, କେନ୍ଦ୍ର ସ୍ୱାସ୍ଥ୍ୟ ସଚିବଙ୍କୁ ଚିଠି ଲେଖିଲେ ମୁଖ୍ୟ ଶାସନ ସଚିବ
  • ||
  • ପୁରୀ : ବାହାର ଭକ୍ତଙ୍କୁ ପୁରୀ ମନା, ନାଗାର୍ଜୁନ ବେଶ ପାଇଁ ଜିଲ୍ଲା ପ୍ରଶାସନର କଟକଣା
  • ||
  • ଭିଜିଲାନ୍ସ ଜାଲରେ ଓଡିଶା ବନୀକରଣ ଅତିରିକ୍ତ ପିସିସିଏଫ୍, ଭୁବନେଶ୍ବରର ୫ଟି ଓ ମୁମ୍ବାଇ ଏବଂ ପୁନେର ୭ଟି ସ୍ଥାନରେ ଚଢାଉ
  • ||
  • କଂଗ୍ରେସର ବରିଷ୍ଠ ନେତା ଅହମଦ ପଟେଲଙ୍କ ପରଲୋକ : କରୋନାରେ ସଂକ୍ରମିତ ହୋଇ ଚାଲିଥିଲା ଚିକିତ୍ସା
  • ||
  • Snack Video ସମେତ ପୁଣି ୪୩ଟି ମୋବାଇଲ୍‌ ଆପ୍‌ ବ୍ୟାନ୍‌ କଲେ ଭାରତ ସରକାର
  • ||

ନୀଳଗିରିରେ ହାତୀ ଉପଦ୍ରବ, କୂଳଡିହା ଅଭୟାରଣ୍ୟରୁ ହାତୀପଲ ଆସି ନଷ୍ଟ କଲେ ଏକର ଏକର ଜମିର ଫସଲ

8/11/2020 at 8:46 AM

ନୀଳଗିରି ୦୮।୧୧: ପୁଣି କୂଳଡିହାରେ ହାତୀ ଉପଦ୍ରବରେ ଚାଷ ନଷ୍ଟ । ଗୋଟିଏ ପଟେ ନୀଳଗିରି ମୁହାଁ ଝାଡ଼ଖଣ୍ଡ ହାତୀ ଅନ୍ୟ ପଟେ କୂଳଡିହା ଅଭୟାରଣ୍ୟରୁ ହାତୀପଲ ଆସି ଏବେ ଗାଁରେ ଫସଲ ନଷ୍ଟ  କରୁଛନ୍ତି । ଯାହାକି ସ୍ଥାନୀୟ ଅଞ୍ଚଳରେ ଚିନ୍ତାର ବିଷୟ ପାଲଟିଛି ।

ଗତ ୪ ତାରିଖ ସନ୍ଧ୍ୟାରେ ଦୁଇଟି ଦନ୍ତାହାତୀ କୂଳଡିହା ଅଭୟାରଣ୍ୟରୁ ଖସିଆସି ନୀଳଗିରି ଏନଏସି ଅଧିନ ଶାଳବନ୍ଧ ଅଂଚଳରେ ବ୍ୟାପକ ଧାନ ଫସଲ ନଷ୍ଟ କରିଥିଲେ । ପୁଣି ଶନିବାର ଆଉ ଏକ  ହାତୀପଲ ଅଭୟାରଣ୍ୟରୁ ବାହାରି ସ୍ଥାନୀୟ ଅଞ୍ଚଳରେ ଧାନ ଫସଲ ନଷ୍ଟ କରିଛନ୍ତି । ହାତୀ ବୁଲୁଥିବାରୁ ଲୋକେ ଭୟଭୀତ ହୋଇପଡିଛନ୍ତି । ସୁରକ୍ଷା ପାଇଁ ଗ୍ରାମବାସୀ ମାନେ ଗାଁ ମୁଣ୍ଡରେ ରାତିସାରା ଜଗି ରହିଥିଲେ । ରାତି ଉଜାଗର ରହି ହାତୀପଲଙ୍କ ଗତିବିଧି ଉପରେ ନଜର ରଖୁଛନ୍ତି ଲୋକେ । ଗାଁ ଲୋକଙ୍କ ସୁରକ୍ଷା ପାଇଁ କୂଳଡିହା ରେଞ୍ଜରଙ୍କ ନିର୍ଦେଶରେ କର୍ମଚାରୀ ମଧ୍ୟ ନିୟୋଜିତ ହୋଇଛନ୍ତି । ହାତୀ  ବ୍ୟାପକ ଧାନ ଫସଲ ନଷ୍ଟ କରିଥିବା ବେଳେ ଅଂଚଳରେ ଆତଙ୍କ ଖେଳିଯାଇଛି।

   Related Posts