ହାଇସ୍କୁଲ ପାଖରେ ପଡ଼ିଛି ହାତୀର ମୃତଦେହ, ରୋଗାଗ୍ରସ୍ତ ହୋଇ ମରିଥିବା ସନ୍ଦେହ

Published By : Prameya-News7 Bureau | April 26, 2021 IST

ଆଠମଲ୍ଲିକ, ୨୬।୦୪: ଅନୁଗୋଳ ଜିଲ୍ଲା ଆଠମଲ୍ଲିକ ହଣ୍ଡପା ବନାଞ୍ଚଳ ଖଳିତଇଳା ଫୁଲଆମ୍ବ ହାଇସ୍କୁଲ ନିକଟରେ ପଡିଛି ହାତୀର ମୃତଦେହ । ହାଇସ୍କୁଲ ନିକଟ ଜଙ୍ଗଲରୁ  ପାଞ୍ଚ ବର୍ଷର ପୁରୁଷ ହାତୀର ମୃତଦେହକୁ ଉଦ୍ଧାର କରିଛି ହଣ୍ଡପା ବନ ବିଭାଗ ।

ହାତୀ ଛୁଆଟି ଗୋଠଖଣ୍ଡିଆ ହୋଇ ରୋଗଗ୍ରସ୍ତରେ ମରିଥିବାର ବନ ବିଭାଗ ପ୍ରକାଶ କରିଛି । ଅପରପକ୍ଷରେ ସ୍ଥାନୀୟ ଲୋକଙ୍କ କହିବାନୁସାରେ,  ହାତୀଟି  ଠେଲକୋନାଳୀ ପ୍ରୋଜେକ୍ଟ ପରିସରରେ ୨ ରୁ ୩ ଦିନ ଆଗରୁ ମରି ପଡ଼ିଥିଲା ।

ତେବେ ସୋମବାର ସକାଳେ ଜଙ୍ଗଲକୁ ମହୁଲ ଗୋଟାଇବାକୁ ଯାଇଥିବା ଗ୍ରାମବାସୀ ମାନେ ଛୋଟହାତୀଟି ନୂଆଁ ଭୂଇଁ କେନାଲ ରାସ୍ତା ଫୁଲଆମ୍ବ ଖଳି ତଇଳା ଠାରେ ମରିପଡିଥିବା ଦେଖିଥିଲେ । ଏହାପରେ ସେମାନେ ବନ ବିଭାଗକୁ ଖବର ଦେଇଥିଲ । ବନ ବିଭାଗର କର୍ମଚାରୀ  ଆସି ମୃତଦେହକୁ ଜଗି ରହିଛନ୍ତି । ହାତୀର ଶରୀରରେ କ୍ଷତ ଚିହ୍ନ ଥିବାରୁ ଲୋକେ କେହି ଏହାକୁ ଶିକାର କରିଛନ୍ତି ବୋଲି କହୁଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.