Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଟଳିଗଲା ମୃତ୍ୟୁ, ଅଳ୍ପକେ ମରଣ ମୁହଁରୁ ବର୍ତ୍ତିଲେ କଲେଜ ଛାତ୍ରୀ ଓ ସ୍କୁଟି ଚାଳକ : ସିସିଟିଭିରେ ଛାତିଥରା ଦୃଶ୍ୟ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୧୧କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୨୨୮ କରୋନା ସଂକ୍ରମିତ, ୧୦୪୯୧୦୮ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୬ ହଜାରରୁ ଅଧିକ କରୋନା ପଜିଟିଭ୍, ୧୯୦ ମୃତ
  • ||
  • ହଠାତ ହେଲା ବରଫ ଝଡ, ପବ୍‌ରେ ଫସିଗଲେ ୬୧ ଗ୍ରାହକ : ୩ ଦିନ ପରେ ଉଦ୍ଧାର
  • ||
  • ମା’ ସୁରେଶ୍ୱରୀ ମନ୍ଦିରରୁ ଚୋରି, ନେଇଗଲେ ଦେବୀଙ୍କ ରୁପା ମୁକୁଟ
  • ||
  • ବୁଧବାରଠୁ କମ୍ପିବ ବିଧାନସଭା, ଅଧିବେଶନ ପୂର୍ବରୁ ରଣନୀତି ପ୍ରସ୍ତୁତ କରିବେ ଶାସକ ଓ ବିରୋଧି
  • ||
  • ଆସୁଛି ବାତ୍ୟା ‘ଜଓ୍ୱାଦ’, ୪ ତାରିଖରେ କରିବ ଲ୍ୟାଣ୍ଡଫଲ
  • ||
  • ଜଗତସିଂହପୁରରେ ‘ସାଗର କବଚ ଓଡି-୨୧’, ସମରାଭ୍ୟାସରେ ସାମିଲ ଭାରତୀୟ ତଟରକ୍ଷୀ ବାହିନୀ ଓ ମେରାଇନ୍ ପୋଲିସ
  • ||

ସଙ୍କଟରେ ଗଜରାଜ, ବିଦ୍ୟୁତ ସଂସ୍ପର୍ଶ ଆସି ଦନ୍ତା ହାତୀ ମୃତ

7/06/2021 at 11:09 AM

ଭଞ୍ଜନଗର ୦୭।୦୬: ବିଦ୍ୟୁତ ସଂସ୍ପର୍ଶ ଆସି ଦନ୍ତା ହାତୀର ମୃତ୍ୟୁ । ଗଞ୍ଜାମ ଜିଲ୍ଲା ଭଞ୍ଜନଗର କେନ୍ଦ୍ରୀୟ ବନାଞ୍ଚଳ ଲାଠିପଡ଼ା ଗାଁ ନିକଟରେ ଘଟଣା ଘଟିଛି । ଘଟଣାସ୍ଥଳରେ ବନବିଭାଗ ଟିମ୍‌ ପହଞ୍ଚି ଛାନ୍‌ଭିନ୍‌ ଜାରି ରହିଛି ।

ଖବର ଅନୁଯାୟୀ, ଭଞ୍ଜନଗର କେନ୍ଦ୍ର ବନାଞ୍ଚଳ ଲାଠିପଡା ଗ୍ରାମ ନିକଟରେ ବିଦ୍ୟୁତ ସଂସ୍ପର୍ଶରେ ଆସି ଏକ ଦନ୍ତା ହାତୀର ମୃତ୍ୟୁ ଘଟିଛି। ହାତୀଟିର ମୃତ୍ୟୁର କାରଣ ସ୍ପଷ୍ଟ ହୋଇନାହିଁ। ତେବେ ବନ୍ୟଜନ୍ତୁ ଶିକାର ପାଇଁ ବିଛା ଯାଇଥିବା କରେଣ୍ଟ ଲାଗି ହାତୀଟିର ମୃତ୍ୟୁ ହୋଇଥିବା ଅନୁମାନ କରାଯାଉଛି। ସେପଟେ ତରବରିଆ ଭାବେ ବନ ବିଭାଗ ହାତୀଟିର ମୃତଦେହ ପୋତିଦେବାକୁ ଚେଷ୍ଟା କରୁଛି। ଏପରିକି ସଫେଇ ଦେବାକୁ ଯାଇ ବନ ବିଭାଗ କହିଛି ଯେ, ୧୧ କେଭି ବିଦ୍ୟୁତ ତାର ଶୁଣ୍ଢରେ ଲାଗି ହାତୀଟିର ମୃତ୍ୟୁ ହୋଇଛି। ତେବେ ଏହି ମୂଲ୍ୟବାନ ଜୀବର ମୃତ୍ୟୁ ର ସଠିକ ତଦନ୍ତ ହେବା ଆବଶ୍ୟକ ବୋଲି ସର୍ବସାଧାରଣରେ ଦାବି ହୋଇଛି।

   Related Posts