ମହିଳାଙ୍କୁ ଶୁଣ୍ଢରେ ଟେକି କଚାଡି ମାରି ଦେଲା ହାତୀ, କ୍ଷତିପୂରଣ ଦାବିରେ ରାସ୍ତାରୋକ

Published By : Prameya-News7 Bureau | January 18, 2021 IST

ଟାଙ୍ଗୀ୧୮/୧: ମହିଳାଙ୍କୁ ଶୁଣ୍ଢରେ କଚାଡି ମାରି ଦେଲା ହାତୀ। ମୃତକଙ୍କ ପରିବାରକୁ କ୍ଷତିପୂରଣ ଦାବିରେ ସ୍ଥାନୀୟ ଲୋକେ ପୁରୀ ନୂଆ ଜଗନ୍ନାଥ ସଡକ ଅବରୋଧ କରିଛନ୍ତି। ମୃତକଙ୍କ ପରିବାରକୁ କ୍ଷତିପୂରଣ ଓ ଗ୍ରାମବାସୀଙ୍କ ଧନ ଜୀବନ ସୁରକ୍ଷା ଦାବିରେ ଗ୍ରାମବାସୀଙ୍କ ପକ୍ଷରୁ ସଡ଼କ ଅବରୋଧ କରାଯାଇଛି।

ଗତକାଲି ବିଳମ୍ବିତ ରାତିରେ ମହିଳାଙ୍କୁ ହାତୀ ଶୁଣ୍ଢରେ ଟେକି କଚାଡ଼ି ଦେଇଥିଲା। ଘଟଣାସ୍ଥଳରେ ମହିଳାଙ୍କ ମୃତ୍ୟୁ ହୋଇଥିବା ସ୍ଥାନୀୟ ଲୋକେ ସୂଚନା ଦେଇଛନ୍ତି। ମୃତ ମହିଳା ହେଲେ ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ଥାନା ରାମେଶ୍ବର ଗ୍ରାମପଞ୍ଚାୟତ ଖଜୁରୀପଡା ଗ୍ରାମର ସାଇରନ ବିବି। ଅନ୍ଧାର ରାତିରେ ରାସ୍ତା ଉପରକୁ ଚାଲି ଚାଲି ଆସିବା ବେଳେ ହାତୀପଲ ଣୁଣ୍ଢରେ ତାଙ୍କୁ କଚାଡି ଦେଇଥିଲା। ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା। ଘଟଣାସ୍ଥଳରେ ଖୋର୍ଦ୍ଧା ବନ ବିଭାଗ ଏସିଏଫ୍, ଟାଙ୍ଗୀ ରେଞ୍ଜର, ନିରାକାରପୁର ପୋଲିସ ଆଦି ପହଞ୍ଚି ଦୀର୍ଘ ସମୟ ଧରି ଉତ୍ତ୍ୟକ୍ତ ଲୋକଙ୍କ ସହ ଆଲୋଚନା କରି ବୁଝାସୁଝା କରିଥିଲେ। ଗାଁ ମୁହାଁ ହୋଇଥିବା ବଣୁଆ ହାତୀମାନଙ୍କୁ ଘୋଡ଼ାଇବାକୁ ଚେଷ୍ଟା ଜାରି ରହିଛି। ଏପଟେ ମୃତ ପରିବାରକୁ କ୍ଷତିପୂରଣ ଦେବାକୁ ପ୍ରତିଶ୍ରୁତି ଦେବା ପରେ ରାସ୍ତା ରୋକ ହଟିଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.