କୁକୁଡ଼ା ଲଢ଼େଇ ଦେଖି ଫେରିବା ବେଳେ ଦଳି ଦେଲା ହାତୀ: ରାସ୍ତା ମଝିରେ ଚାଲିଗଲା ଜୀବନ
1/01/2021 at 9:07 PM

ବେତନଟି୧/୧: ରାସ୍ତାରେ ହାତୀ ଆକ୍ରମଣରେ ଜଣଙ୍କ ମୃତ୍ୟୁ। ନୂଆବର୍ଷରେ କୁକୁଡା ଲଢେଇ ଦେଖି ଫେରିବା ବେଳେ ରାସ୍ତାରେ ହାତୀ ଆକ୍ରମଣରେ ଶିକାର ହୋଇଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ବେତନଟି ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
ମୃତକ ହେଲେ ବେତନଟୀ ରେଞ୍ଜ୍ର କାଳିଆନାଳ ଗ୍ରାମର ରାମ ଦେହୁରି। ଶୁକ୍ରବାର ନିଜ ଗ୍ରାମ କାଳିଆନାଳରୁ ମୋରଡା ଥାନା ଅନ୍ତର୍ଗତ ପାଞ୍ଚଭାୟା ଅଞ୍ଚଳରେ କୁକୁଡା ଲଢେଇ ଦେଖିବାକୁ ଯାଇଥିଲେ। କୁକୁଡା ଲଢେଇ ଦେଖି ସାଇକେଲ ଯୋଗେ ଘରକୁ ଫେରିବା ବାଟରେ ହାତୀ ଆକ୍ରମଣର ଶିକାର ହୋଇଥିଲେ। ଖବର ପାଇ ଗ୍ରାମବାସୀ ଓ ବେତନଟୀ ବନ କର୍ମଚାରୀ ୧୦୮ ଆମ୍ବୁଲେନ୍ସ ଯୋଗେ ବେତନଟୀ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
Related Posts
ଟଙ୍କା ପାଇଁ ନୃଶଂସ ପାଲଟିଲା ପୁଅ, କାଟିଲା ମାର ବେକ
16 January 2021
ଶୌଚ କରିବାକୁ ଯାଇ ମହିଳା ଗଣଦୁଷ୍କର୍ମର ଶିକାର: ଦିଅର ଗିରଫ, ପୁତୁରା ଫେରାର
16 January 2021