ଭଞ୍ଜନଗର: ହାତୀ ଆକ୍ରମଣରେ ୨ ଜଣଙ୍କ ମୃତ୍ୟୁ
27/12/2020 at 4:06 PM

ଭଞ୍ଜନଗର୨୭/୧୨: ହାତୀ ଆକ୍ରମଣରେ ୨ ଜଣଙ୍କ ମୃତ୍ୟୁ। ଭଞ୍ଜନଗର ନୂଆଁ ପଲ୍ଲୀ ଗାଁରେ ଏଭଳି ଅଭାବନୀୟ ଘଟଣା ଘଟିଛି। ମୃତକ ହେଲେ ଗାଲେରି ଗ୍ରାମର ଯୁବକ ଗଣେଶ ଗୌଡ ଏବଂ ନୂଆପଲ୍ଲୀ ଗ୍ରାମର ସୁକୁରୁ ନାଇକ। କାଜୁ ବଗିଚାରେ ହାତୀ ଛୁଆ ଦେଇଥିଲେ। ଏହାକୁ ଦେଖିବା ଲାଗି ୨ ଜଣ ଯାଇଥିଲେ। ସେଠାରେ ୨ ଜଣଙ୍କୁ ହାତୀ ଆକ୍ରମଣ କରିଥିଲା। ଘଟଣାସ୍ଥଳରେ ୨ ଜଣଙ୍କ ମୃତ୍ୟୁ ହୋଇଥିଲା। ଏହି ଘଟଣାରେ ସ୍ଥାନୀୟ ଅଞ୍ଚଳରେ ଶୋକାକୁଳ ପରିସ୍ଥିତି ସୃଷ୍ଟି ହୋଇଛି।
Related Posts
ସାରା ବିଶ୍ୱ ଏବେ ଡିଜିଟାଲ୍ ଖବର ମୁହାଁ
19 January 2021
ଉତ୍ତର ଦିଲ୍ଲୀର ବର୍ଜ୍ୟରୁ ପ୍ରସ୍ତୁତ ହେବ ଇନ୍ଧନ: ଧର୍ମେନ୍ଦ୍ର ପ୍ରଧାନ
19 January 2021
ଉଦଳା: ବାଇକ୍ ଡିକି ଭାଙ୍ଗି୨ ଲକ୍ଷ ଟଙ୍କା ଲୁଟି ନେଲେ ଲୁଟେରା
19 January 2021