Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ସୁସ୍ଥ ହେଲେ ଆଉ ୫୭୩ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ୨୮୦ ଡିସଚାର୍ଜ
  • ||
  • ଡ୍ରଗ୍ସ ଲିଙ୍କ୍ ମାମଲାରେ NCBରେ ହାଜର ହେଲେ ଅନନ୍ୟା ପାଣ୍ଡେ, ଆର୍ଯ୍ୟନ ସହ ହ୍ବାଟସଆପ୍‌ ଚାଟ୍‌କୁ ନେଇ ମାରାଥନ୍‌ ଜେରା
  • ||
  • ଭୁବନେଶ୍ୱର : STF ପଞ୍ଝାରେ ବ୍ରାଉନସୁଗାର ବେପାରୀ, ୧କୋଟିରୁ ଅଧିକ ଟଙ୍କାର ଧଳାଜହର ଜବତ
  • ||
  • କଳାହାଣ୍ଡି : ମହାଲିଙ୍ଗ୍ ସନସାଇନ୍ ପବ୍ଲିକ୍ ସ୍କୁଲରେ ପ୍ରଶାସନର ତଦନ୍ତ, କାଗଜପତ୍ର ଯାଞ୍ଚ ସହ ଆୟବ୍ୟୟ ଅଟକଳର ଚାଲିଛି ଖୋଳତାଡ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୨ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୨୪ କୋଭିଡ୍ ପଜିଟିଭ୍
  • ||
  • ଟି୨୦ ବିଶ୍ୱକପ : ସୁପର-୧୨ରେ ଶ୍ରୀଲଙ୍କା, ୭୦ରନରେ ଆୟରଲ୍ୟାଣ୍ଡକୁ ଦେଲା ମାତ୍
  • ||
  • +୩ରେ ଲକ୍ଷେ ସିଟ୍ ଖାଲି, ଗୁରୁବାର ସ୍ପଟ୍ ଆଡମିଶନ ପାଇଁ ଆବେଦନ
  • ||
  • ରାଜ୍ୟରେ ଖରାଟିଆ ପାଗ, ୨୩ ସୁଦ୍ଧା ଫେରିଯିବ ମୌସୁମୀ
  • ||
  • ରାଜଧାନୀରେ ରହିବନି ମୁକୁଳା ଡ୍ରେନ୍ : ଦୁଇ ପାର୍ଶ୍ୱରେ ଲାଗିବ ତାରଜାଲି, ସମ୍ପ୍ରସାରଣ ହେବ ସଙ୍କୁଚିତ ନାଳ
  • ||

ହାଥରସ ମାମଲା: ପୀଡ଼ିତାଙ୍କ ଅନ୍ତିମ ସଂସ୍କାର ରାତିରେ ନ କରାଯାଇ ଥିଲେ ସକାଳେ ବଡ଼ ଧରଣର ହିଂସା ହୋଇଥାନ୍ତା, ସୁପ୍ରିମକୋର୍ଟରେ କହିଲେ ଯୋଗୀ ସରକାର

6/10/2020 at 12:28 PM

ନୂଆଦିଲ୍ଲୀ ୦୬/୧୦: ଉତ୍ତର ପ୍ରଦେଶ ପୋଲିସକୁ ରାତାରାତି ହାଥରସ ପୀଡ଼ିତାଙ୍କ ଅନ୍ତିମ ସଂସ୍କାର କାହିଁକି କରିବାକୁ ପଡିଲା ସମସ୍ତେ ଏହାର ରହସ୍ୟ ଜାଣିବାକୁ ଇଚ୍ଛୁକ। ସୁପ୍ରିମକୋର୍ଟ ମଧ୍ୟ ଉତ୍ତର ପ୍ରଦେଶ ସରକାରଙ୍କୁ ଏଭଳି ଅନୁରୂପ ପ୍ରଶ୍ନ କରିଛନ୍ତି। ଅର୍ଥାତ ଯୋଗୀ ସରକାରଙ୍କୁ ଯେତେବେଳେ ଏ ପ୍ରଶ୍ନ କରାଗଲା ଏହାର ଉତ୍ତର ମଧ୍ୟ ରଖିଛି ଯୋଗୀ ସରକାର। ଗୁପ୍ତ ସୂଚନା ମିଳିଥିଲା ଯେ ଯଦି ମୃତଦେହର ଅନ୍ତିମ ସଂସ୍କାର ଯଦି ରାତିରେ ନ କରାଯାଏ ସକାଳୁ ବଡ଼ ଧରଣର ହିଂସା ଦେଖା ଯାଇଥାନ୍ତା।

ଏହା ସହ ଯୋଗୀ ସରକାର ସୁପ୍ରିମକୋର୍ଟଙ୍କୁ ଏହାର ତଦନ୍ତ ସିବିଆଇକୁ ହସ୍ତାନ୍ତର କରିବା ନେଇ ଦାବି କରିଛନ୍ତି। ମାମଲାର ଏବେ ସୁଦ୍ଧା ହୋଇଥିବା ତଦନ୍ତର ବିସ୍ତୃତ ରିପୋର୍ଟ ସୁପ୍ରିମକୋର୍ଟକୁ ଦେଇଛନ୍ତି ରାଜ୍ୟ ସରକାର। ତେବେ ସୁପ୍ରିମକୋର୍ଟର ନୋଟିସକୁ ଅପେକ୍ଷା ନ କରି ଯୋଗୀ ସରାକର ନିଜ ତରଫରୁ ଆଫିଡେଟ୍ ଫାଇଲ କରିଥିଲେ। ହାଥରସ କାଣ୍ଡ ଆଳରେ ରାଜ୍ୟ ସରକାରଙ୍କୁ ବଦନାମ କରିବା ଉଦ୍ଦେଶ୍ୟରେ ସୋସିଆଲ ମିଡିଆ, ଟିଭି ତଥା ପ୍ରିଣ୍ଟ ମିଡ଼ିଆରେ ଯୋଗୀ ବିରୋଧରେ ଅଭିଯାନ ଚାଳିଛି। କାରଣ ଏ ମାମଲା ପୂରା ଦେଶର ଚର୍ଚା ଓ ଆକର୍ଷଣର ପ୍ରସଙ୍ଗ ହୋଇଛି। ଏଣୁ ଏହାର ତଦନ୍ତ କେନ୍ଦ୍ର ଏଜେନ୍ସି ଦ୍ବାରା ହେବା ଦରକାର।

ଯୋଗୀ ସରକାର ସୁପ୍ରିମକୋର୍ଟକୁ କହିଛନ୍ତି ସିବିଆଇ ତଦନ୍ତ ଦ୍ବାରା ହିଁ ଯେଉଁ ମିଛ କଥା ପ୍ରଚାର କରାଯାଉଛି ତା’ ଉପରୁ ପରଦା ହଟିପାରିବ। ତେବେ ଆଜି ଏ ଯାଚିକା ଉପରେ କୋର୍ଟରେ ଶୁଣାଣି ଚାଲିଛି।

   Related Posts