Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଅନୁଗୋଳରେ କଣ୍ଟେନର-ଟ୍ରକ୍ ମୁହାଁମୁହିଁ ଧକ୍କା, ଟ୍ରକ୍ ଚାଳକ ମୃତ
  • ||
  • ଷ୍ଟାଫ୍‌ନର୍ସ ମୌସୁମୀ ମିଶ୍ରଙ୍କ ସନ୍ଦେହଜନକ ମୃତ୍ୟୁ, ସହକର୍ମୀ କହିଲେ, ‘ତାଙ୍କୁ ହତ୍ୟା କରାଯାଛି’
  • ||
  • ଦିଲ୍ଲୀରେ ଭାଇ-ଭାଉଜଙ୍କୁ ହାଣି ଫିଙ୍ଗିଦେଲା ସାନ ଭାଇ, ୬୦କି.ମି. ଦୂରରୁ ଉଦ୍ଧାର ହେଲା ମୃତଦେହ
  • ||
  • ଯାଜପୁରରେ କାର୍‌-ଟ୍ରକ୍‌ ମୁହାଁମୁହିଁ ଧକ୍କା, ଯନ୍ତ୍ରୀଙ୍କ ସହ ଚାଲିଗଲା ୨ ଜଣଙ୍କ ଜୀବନ, ୨ ଗୁରୁତର
  • ||
  • ପଶ୍ଚିମବଙ୍ଗ-ବାଂଲାଦେଶକୁ ମୁହାଁଇଲା ଭୀଷଣ ଅବପାତ, ୫ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା
  • ||
  • ମୁମ୍ବାଇ ସିଟି ସେଣ୍ଟର ମଲ୍‌ରେ ଭୟାବହ ଅଗ୍ନିକାଣ୍ଡ, ମଲ୍‌ରେ ଥିଲେ ପ୍ରାୟ ୩୦୦ ଲୋକ
  • ||

ସିବିଆଇ ତଦନ୍ତ ଦାବି କଲେ ହାଥରସ ଗଣଦୁଷ୍କର୍ମ ପୀଡିତାଙ୍କ ପିତା, ଜିଲ୍ଲା ପ୍ରଶାସନ ବିରୋଧରେ କଲେ ଅଭିଯୋଗ

2/10/2020 at 11:17 AM

ହାଥରସ ୦୨/୧୦ : ହାଥରସ ଗଣଦୁଷ୍କର୍ମ ପୀଡିତାଙ୍କ ପରିବାର ଗୁରୁବାର ଦିନ ଅଭିଯୋଗ କରିଛନ୍ତି ଯେ ନିଜ ବୟାନ ବାରମ୍ବାର ବଦଳାଇବାକୁ ଜିଲ୍ଲା ପ୍ରଶାସନ ତାଙ୍କ ଉପରେ ଚାପ ପକାଉଛନ୍ତି । ପୀଡିତାଙ୍କ ପିତା କହିଛନ୍ତି ଯେ ସରକାରୀ ଅଧିକାରୀ ତାଙ୍କ ଉପରେ ଚାପ ପକାଉଛନ୍ତି । ସେ ମାମଲାର ସିବିଆଇ ଯାଞ୍ଚ ଦାବି କରିଛନ୍ତି । ମଙ୍ଗଳ ସକାଳେ ପୀଡିତାଙ୍କ ମୃତ୍ୟୁ ହୋଇଥିଲା । ପୀଡିତାଙ୍କ ମୃତ୍ୟୁ ପରେ ସାରା ଦେଶରେ ମାମଲାକୁ ନେଇ ଆକ୍ରୋଶ ଦେଖାଦେଇଛି । ଏପରିକି ଲୋକେ ଉତ୍ତର ପ୍ରଦେଶ ସରକାରଙ୍କୁ ସମାଲୋଚନା ମଧ୍ୟ କରିଛନ୍ତି ।

ପୀଡିତାଙ୍କ ପିତା ଦାବି କରିଛନ୍ତି ଯେ ଥାନାକୁ ଯିବା ପାଇଁ ତାଙ୍କ ଉପରେ ଚାପ ପକାଯାଇଥିଲା, ଯେଉଁଠାରେ ଜିଲ୍ଲା ଅଧିକାରୀ ଓ ପୋଲିସ ଅଧିକାରୀ ତାଙ୍କ ପରିବାରର ୩ ସଦସ୍ୟଙ୍କୁ କିଛି କାଗଜପତ୍ରରେ ଦସ୍ତଖତ କରାଇଥିଲେ । କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀ ଟ୍ୱିଟରରେ  ପୀଡିତାଙ୍କ ପିତାଙ୍କ ଏକ ଭିଡିଓ ସେୟାର କରିଥିଲେ । ଭିଡିଓରେ ପୀଡିତାଙ୍କ ପିତା କହିଛନ୍ତି ଯେ, ‘ଆମେ ଏଥିରେ ସନ୍ତୁଷ୍ଟ ନୁହଁ, ମୋ ଝିଅ ମାମଲାର ଯାଞ୍ଚ ସିବିଆଇ ଦ୍ୱାରା କରାଯିବା ଉଚିତ ଏବଂ ମାମଲାର ତଦାରଖ ଉଚ୍ଚତମ ନ୍ୟାୟାଳୟର ନ୍ୟାୟାଧୀଶ କରନ୍ତୁ । ଆମେ ଉପରେ ଅଧିକାରୀଙ୍କ ଚାପ ରହିଛି ଏବଂ ଆମକୁ ଆମ ଘରେ ନଜରବନ୍ଦ କରିଦିଆଯାଇଛି । ଗଣମାଧ୍ୟମ ସହ ଆମକୁ ଦେଖା କରିବାକୁ ଦିଆଯାଉନାହିଁ ।’

ଏକ ଭିଡିଓ ସାମ୍ନାକୁ ଆସିବା ପରେ ଏହି ଘଟଣାକ୍ରମ ହୋଇଥିଲା ଯେଉଁଥିରେ ହାଥରସ ଜିଲ୍ଲା ଅଧିକାରୀ ପ୍ରବୀଣ କୁମାର ଲକ୍ଷକାର ପୀଡିତାଙ୍କ ପିତାଙ୍କୁ କହିଛନ୍ତି ଯେ ସେ ଦେଇଥିବା ବୟାନ ଉପରେ କାୟମ ରହିବାକୁ ଚାହୁଁଛନ୍ତି ନା ବଦଳାଇବାକୁ ଚାହୁଁଛନ୍ତି ସେ ସମ୍ବନ୍ଧରେ ସେ ପୁଣିଥରେ ଭାବନ୍ତୁ । ସୋସିଆଲ ମିଡ଼ିଆରେ ଉପଲବ୍ଧ ଭିଡିଓ ଅନୁଯାୟୀ, ଜିଲ୍ଲା ଅଧିକାରୀ ପୀଡିତାଙ୍କ ପିତାଙ୍କୁ କହୁଛନ୍ତି, ଆପଣ ନିଜର ବିଶ୍ୱସନୀୟତା ବଜାୟ ରଖନ୍ତୁ, ଅଧା ମିଡ଼ିଆ ଆଜି ଚାଲିଯାଇଛି ଆଉ ଅଧା କାଲି ଚାଲିଯିବେ, କେବଳ ଆମେ ହିଁ ଆପଣଙ୍କ ସହ ଛିଡା ହୋଇଛି, ଆଗକୁ ଆପଣଙ୍କ ଇଚ୍ଛା’

   Related Posts