ହାଥରସ୍ ମାମଲା ଏବେ ଆହୁରି ଜଟିଳ, ପିଏଫଆଇ ଓ ଭୀମ୍ ଆର୍ମିର ସମ୍ପର୍କ ଥିବା ନେଇ ମିଳିଛି ସୁରାକ, ଇଡିର ଜୋରଦାର ତନାଘନା

Published By : Prameya-News7 Bureau | November 21, 2020 IST

ହାଥରସ,୨୧/୧୧ :   ହାଥରସ ମାମଲାକୁ ନେଇ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ବା ଇଡି ହାତରେ କିଛି ଗୁରୁତ୍ୱପୂର୍ଣ୍ଣ ସୁରାକ ଲାଗିଛି । ଏହି ପ୍ରସଙ୍ଗକୁ ନେଇ ହିଂସା ସୃଷ୍ଟି କରିବା ଉଦ୍ଦେଶ୍ୟ ରହିଥିଲା ବୋଲି ଇଡି ଜାଣିବାକୁ ପାଇଛି । ଏନେଇ ପିଏଫଆଇ ଓ ଭୀମ୍ ଆର୍ମି ମଧ୍ୟରେ ଆର୍ଥିକ କାରବାର ହୋଇଥିବା ଘଟଣା ସାମ୍ନାକୁ ଆସିଛି । ଇଡି ଏହି ମାମଲାର ତଦନ୍ତ ଆରମ୍ଭ କରିଛି ।

ଇଡିକୁ ଯାଞ୍ଚ ବେଳେ ପିଏଫଆଇ ବିରୋଧରେ ଅନେକ ପ୍ରମାଣ ମିଳିଛି । କିଛି ଲୋକ ସାକ୍ଷୀ ମଧ୍ୟ ଦେଇଛନ୍ତି । ଏହି ସାକ୍ଷ୍ୟ ଓ ପ୍ରମାଣ ଆଧାରରେ ପିଏଫଆଇ ଓ ଭୀମ୍ ଆର୍ମୀ ମଧ୍ୟରେ ହୋଇଥିବା ନେଣଦେଣର ତଦନ୍ତ ଆରମ୍ଭ ହୋଇଛି । ଏହାପୂର୍ବରୁ ଇଡିର ଟିମ୍ ହାଥରସ ଯାଉଥିବା ସମୟରେ ମଥୁରାରୁ ଗିରଫ ପିଏଫଆଇର ୪ ସଦସ୍ୟଙ୍କୁ ପଚରାଉଚରା କରିଥିଲା ।ଏକ ଓ୍ୱେବସାଇଟ ମାଧ୍ୟମରେ ଆର୍ଥିକ କାରବାର ହୋଇଥିବା ଇଡି ସୂଚନା ପାଇଥିଲା ।

ହାଥରସ ପୋଲିସ ଜାତୀୟ ହିଂସା ଉଦ୍ଦେଶ୍ୟରେ ଓ୍ବେବସାଇଟ୍ ମାଧ୍ୟମରେ ମିଛ ପ୍ରଚାର ପ୍ରସାର କରାଯାଇଥିବା ଘଟଣାରେ ମାମଲା ରୁଜୁ କରିଥିଲା । ଏହାର ତଦନ୍ତ ଏବେ ଏସଟିଏଫ କରୁଛି । ଓ୍ୱେବସାଇଟ୍ ମାଧ୍ୟମରେ ଟଙ୍କା ମଧ୍ୟ ଯୋଗାଡ କରାଯାଉଥିଲା । ଏହାପୂର୍ବରୁ ରାଜ୍ୟ ସରକାର ଗଠନ କରିଥିବା ଏସଆଇଟି ଘଟଣା ପଛରେ ଷଡଯନ୍ତ୍ର ଥିବା ରିପୋର୍ଟରେ ଉଲ୍ଲେଖ କରିଥିଲେ । ଲୋକଙ୍କୁ ଉସକାଉବା ପାଇଁ ତିଆରି ହୋଇଥିବା ଓ୍ୱେବସାଇଟ୍ ଏବେ ଏସଟିଏଫର ଟାର୍ଗେଟରେ ଅଛି ।   ଏହି ଓ୍ୱେବସାଇଟର ନାଁ ଥିଲା ଜଷ୍ଟିସ୍ ଫର୍ ହାଥରସ୍ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.