Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୨୫ ବର୍ଷ ପରେ ଦୁର୍ଲଭ ନାଗାର୍ଜୁନ ବେଶରେ ସଜେଇ ହେବେ ଶ୍ରୀଜିଉ, ଆରମ୍ଭ ହେଲା ପ୍ରସ୍ତୁତି
  • ||
  • କୋଇଲା ଖଣି ଆବଣ୍ଟନ ଦୁର୍ନୀତି ମାମଲାରେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଦିଲ୍ଲୀପ ରାୟଙ୍କୁ ମିଳିଲା ଜାମିନ
  • ||
  • ମାଲକାନଗିରି : ମାଟି ତଳୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ସହ ବିସ୍ଫୋରକ ସାମଗ୍ରୀ ଜବତ
  • ||
  • ରାଜନଗର : ଭୋଗ ଖାଇ ୧୫୦ ଅସୁସ୍ଥ, ୩୦ ଜଣଙ୍କ ଅବସ୍ଥା ଗୁରୁତର
  • ||
  • ପାରାଦୀପ : ସମୁଦ୍ରରେ ବୁଡିଗଲା ମାଛଧରା ଟ୍ରଲର, ୫ ମତ୍ସ୍ୟଜୀବୀ ଉଦ୍ଧାର, ୪ ନିଖୋଜ
  • ||
  • ରାଜ୍ୟରେ ଆଉ ୧୪ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ଆଉ ୧୪୮୦କରୋନା ସଂକ୍ରମିତ ଚିହ୍ନଟ
  • ||
  • ଟ୍ରେନ୍‌ରେ କଟି ବାପା-ଝିଅ-ପୁଅର ମୃତ୍ୟୁ, ଆତ୍ମହତ୍ୟା ସନ୍ଦେହ
  • ||
  • ବାଇକ୍‌କୁ ଧକ୍କାଦେଲା ହାଇଓ୍ୱା ଟ୍ରକ, ଆରୋହୀ ମୃତ
  • ||

ହାଥରସ ମାମଲା: ପୀଡ଼ିତାଙ୍କ ପରିବାର କହିଲେ, ଆମେ ଦଳିତ, ଏହା ହିଁ ଆମର ଅପରାଧ

1/10/2020 at 10:41 AM

ଲକ୍ଷ୍ମୌ ୧/୧୦: ଉତ୍ତର ପ୍ରଦେଶର ହାଥରସ ଗଣଦୁଷ୍କର୍ମ ଘଟଣା ଦେଶକୁ ଦୋହଲାଇ ରଖି ଦେଇଛି। ଯେଉଁଭଳି ଭାବେ ଯୁବତୀଙ୍କ ମୃତ୍ୟୁ ପରେ ପୋଲିସ୍ ତାଙ୍କର ଅନ୍ତିମ ସଂସ୍କାର କରିଛି ତାକୁ ନେଇ ଏବେ ନାନାଦି ପ୍ରଶ୍ନ ଉଠିଛି। ତେବେ ହାଥରସରେ ଯେଉଁ ଯୁବତୀଙ୍କ ସହ ଏଭଳି ଏକ ଅଘଟଣ ହୋଇଛି ସେ ଥିଲେ ଜଣେ ଦଳିତ ପରିବାରର। ତାଙ୍କ ବାପା ଦଳିତ ହୋଇଥିବାରୁ ଏବେ ତାଙ୍କୁ ସମାଜର ତିରସ୍କାରକୁ ସାମ୍ନା କରିବାକୁ ପଡୁଛି। ଯାହାର ଯନ୍ତ୍ରଣାକୁ ସେ ବୟାନ ମଧ୍ୟ କରିପାରୁ ନାହାନ୍ତି। ପୀଡ଼ିତାଙ୍କ ବାପା ଏବେ କହିଛନ୍ତି ଯେତେବେଳେ ବି କୌଣସି ଦୋକାନ ଯାଆନ୍ତି ତାଙ୍କୁ ଦୂରରେ ଠିଆ ହେବା ପାଇଁ କୁହାଯାଏ। କେବଳ ଏତିକି ନୁହେଁ ଉଚ୍ଚ ଜାତି ଲୋକେ ସେମାନଙ୍କୁ ଗାଳିଗୁଲଜ ମଧ୍ୟ କରନ୍ତି। ଏହା ବାଦ୍ ପୀଡ଼ିତାଙ୍କ ଭାଉଜ କହିଛନ୍ତି ‘ଆମେ ଦଳିତ, ଏହା ହିଁ ଆମର ଅପରାଧ।’

ତେବେ ଏ ଦଳିତ ଯୁବତୀଙ୍କ ସହ ଗଣଦୁଷ୍କର୍ମ ଘଟଣା ଏଥିପାଇଁ ଚର୍ଚାରେ ଅଛି କାରଣ ଚାରି ଜଣ ଉଚ୍ଚଜାତିର ଲୋକ ତାଙ୍କ ସହ ଏଭଳି ଅମାନୁଷିକ ବ୍ୟବହାର କରିଛନ୍ତି। ଯେଉଁ ଇଲାକାରେ ଏହି ଘଟଣା ଘଟିଛି ସେଠାରେ କେବଳ ଦଳିତ ସମାଜର ୧୫ଟି ପରିବାର ରହନ୍ତି। ପ୍ରାୟ ୬୦୦ ପରିବାର ଥିଲେ ହେଁ ୧୦୦ ପରିବାର କେବଳ ବ୍ରାହ୍ମଣ। ଅନ୍ତିମ ସଂସ୍କାର ପାଇଁ ଉଚ୍ଚଜାତିର ଲୋକଙ୍କ ପାଇଁ ସ୍ଥାନ ରହିଛି। ସେଠାରେ ଦଳିତଙ୍କୁ ସ୍ଥାନୀୟ ମନ୍ଦିରୁ ଯିବାର ଅନୁମତି ମଧ୍ୟ ନାହିଁ।

ଏ ଘଟଣା ସମଗ୍ର ଦେଶର ଜନତାଙ୍କୁ ଉତ୍ତେଜିତ କରି ରଖିଛି। ଏହା ପରେ ମଧ୍ୟ ପୀଡ଼ିତା ପରିବାରକୁ ଲାଗୁ ନାହିଁ ଯେ ସେମାନଙ୍କ ଜୀବନରେ କିଛି ପରିବର୍ତନ ଆସିବ। ପୀଡ଼ିତାଙ୍କ ମା’ କହିଛନ୍ତି କୌଣସି ପଡୋଶୀ ତାଙ୍କ ଅବସ୍ଥା ବାବଦରେ କିଛି ହେଲେ ଏ ଯାଏଁ ପଚାରି ନାହାନ୍ତି। ଏହା ସହ ଯେଉଁ ଭଳି ଭାବେ ପୀଡ଼ିତାଙ୍କ ଅନ୍ତିମ ସଂସ୍କାର କରାଯାଇଛି ସେଥିରେ ପୂରା ପରିବାର ଚକିତ ଥିବା କହିଛନ୍ତି। ଏହା ସହ କହିଛନ୍ତି ଯଦି ​ ସେହି ଝିଅ ଠାକୁର କି ବ୍ରାହ୍ମଣ କୂଳର ହୋଇଥାନ୍ତା ତେବେ ଏମିତି ବ୍ୟବହାର ପୋଲିସ କେବେ କରି ନ ଥାନ୍ତା।

   Related Posts