ହାଥରସ ପୀଡିତାଙ୍କ ପରିବାରକୁ ଅଦ୍ଭୁତ ସୁରକ୍ଷା ବ୍ୟବସ୍ଥା: ଟଏଲେଟ୍ ଗଲେ ବି ସାଙ୍ଗରେ ଯାଉଛନ୍ତି ପୋଲିସକର୍ମୀ

Published By : Prameya-News7 Bureau | October 08, 2020 IST

ହାଥରସ ୦୮/୧୦ : ଉତ୍ତର ପ୍ରଦେଶ ହାଥରସରେ ଗଣଦୁଷ୍କର୍ମ ପୀଡିତାଙ୍କ ଘର ଓ ଗାଁ ସମ୍ପୂର୍ଣ୍ଣ ରୂପେ ପୋଲିସ ଛାଉଣୀରେ ରହିଛି। ପୀଡିତାଙ୍କ ପରିବାର ସଦସ୍ୟଙ୍କୁ ସରକାରଙ୍କ ଠାରୁ ସୁରକ୍ଷା ମିଳିଛି। ଘରକୁ ଯିବା ପୂର୍ବରୁ ମେଟାଲ୍ ଡ଼ିଟେକ୍ଟର୍ ଦେଇ ଯିବାକୁ ପଡୁଛି।

{"id":340480,"sizeSlug":"large"}

ପୀଡିତାଙ୍କ ଘର ବାହାରେ ସିସିଟିଭି ମଧ୍ୟ ଲଗାଯାଇଛି। ଗ୍ରାମବାସୀ ଓ ପୀଡିତାଙ୍କ ପରିବାର ଯେପରି କୌଣସି ଷଡଯନ୍ତ୍ରର ଶିକାର ନ ହୁଅନ୍ତି ସେଥିପାଇଁ ଘରର ପ୍ରତ୍ୟେକ ସଦସ୍ୟଙ୍କ ପାଇଁ ୨-୨ ଜଣ ସୁରକ୍ଷାକର୍ମୀ ନିୟୋଜିତ କରାଯାଇଛି।

{"id":340485,"sizeSlug":"large"}

ଏହାସହ ପରିବାରର ମହିଳା ସଦସ୍ୟଙ୍କ ପାଇଁ ମହିଳା ପୋଲିସକର୍ମୀ ନିୟୋଜିତ କରାଯାଇଛି। ଇଂରାଜୀ ଖବରକାଗଜ ଟାଇମ୍ସ ଅଫ୍ ଇଣ୍ଡିଆର ଏକ ରିପୋର୍ଟ ଅନୁସାରେ ପୋଲିସକର୍ମୀ ପରିବାର ସଦସ୍ୟଙ୍କ ସହିତ ଟଏଲେଟ୍ ଯିବା ସମୟରେ ମଧ୍ୟ ଯାଉଛନ୍ତି। ଏହିଭଳି ସୁରକ୍ଷା ପରିବାର ସଦସ୍ୟଙ୍କ ପାଇଁ ଜଞ୍ଜାଳ ହୋଇଯାଇଛି। ପୀଡିତାଙ୍କ ପରିବାର ଏହା ବିରୋଧରେ ହାଇକୋର୍ଟରେ ଅପିଲ୍ କରିବାକୁ ଯାଉଛନ୍ତି।

{"id":340483,"sizeSlug":"large"}

ରିପୋର୍ଟ ଅନୁସାରେ, ଯଦି କୌଣସି ବାହାରିଆ ଲୋକ ଗାଁଲି ଆସନ୍ତି ତାହେଲେ ତାଙ୍କୁ ଗାଁ ଭିତରକୁ କୌଣସି ଗାଡି ନେଇଯିବାକୁ ଅନୁମତି ନାହିଁ। ଏହାସହ ୫ରୁ ଅଧିକ ଲୋକଙ୍କୁ ଗାଁକୁ ଯିବାକୁ ଅନୁମତି ନାହିଁ। ଖବରକାଗଜ ରିପୋର୍ଟରେ ଦାବି କରାଯାଇଛି ଯେ ପୀଡିତାଙ୍କ ଘର ବାହାରେ ମେଟାଲ୍ ଡିକ୍ଟେଟର୍ ଲଗାଯାଇଛି ଏବଂ ଦୁଇ ମହିଳା କନଷ୍ଟେବଳ ନିୟୋଜିତ ଅଛନ୍ତି ଯେଉଁମାନେ ସମସ୍ତଙ୍କ ଆଇଡି କାର୍ଡ ଯାଞ୍ଚ କରୁଛନ୍ତି।

{"id":340484,"sizeSlug":"large"}

ଯେଉଁମାନେ ସେଠାକୁ ଯାଉଛନ୍ତି ଏକ ରେଜିଷ୍ଟରରେ ସେମାଙ୍କୁ ନିଜ ନାମ, ଠିକଣା, ଫୋନ ନମ୍ବର, ସଂସ୍ଥା ନାଁ ଆଦି ଲେଖିବାକୁ ହେଉଛି। ୟୁନିଫର୍ମରେ ପୋଲିସକର୍ମୀ ନିୟୋଜିତ ଥିବା ସହ କିଛି ପୋଲିସକର୍ମୀ ସାଧା ପୋଷାକରେ ମଧ୍ୟ ନିୟୋଜିତ ଅଛନ୍ତି। ଗାଁରେ ଜଣେ ସିଓ, ତିନି ଇନ୍ସପେକ୍ଟର, ଦୁଇ ମହିଳା ପୋଲିସ ଅଫିସର ଓ ୨୧ କନଷ୍ଟେବଳ ନିୟୋଜିତ ଅଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.