ହାଥରସ ମାମଲାରେ କାଟଜୁଙ୍କ ବିବାଦୀୟ ବୟାନ, କହିଲେ- ଦୁଷ୍କର୍ମ ପାଇଁ ଦାୟୀ କେବଳ ବେକାରୀ ସମସ୍ୟା

Published By : Prameya-News7 Bureau | October 02, 2020 IST

ନୂଆଦିଲ୍ଲୀ ୦୨/୧୦: ସବୁବେଳେ ନିଜ ବୟାନ ପାଇଁ ଚର୍ଚା ତଥା ବିବାଦରେ ରହୁଥିବା ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ମାର୍କଣ୍ଡେୟ କାଟଜୁ ହାଥରସ ମାମଲାରେ ମୁହଁ ଖୋଲିଛନ୍ତି। ତେବେ ଏ ଘଟଣା ପାଇଁ ବେରାଜଗାରକୁ ଦାୟୀ କରିଛନ୍ତି। ସେ ଏଭଳି ଜଘନ୍ୟ ଅପରାଧକୁ ନିନ୍ଦା କରି କହିଛନ୍ତି ଏହାର କାରଣ କେବଳ ଗୋଟିଏ। ତାହା ହେଉଛି ବେକାରୀ ସମସ୍ୟା। ହାଥରସ ମାମଲାରେ କାଟଜୁ ସାମାଜିକ ଗଣମାଧ୍ୟମରେ ଏକ ଲମ୍ବା ପୋଷ୍ଟ ମଧ୍ୟ ସେୟାର କରିଛନ୍ତି। ସେ କହିଛନ୍ତି ବଳାତ୍କାର ମାମଲା କମ୍ କରିବାକୁ ହେଲେ ଲୋକଙ୍କୁ ରୋଜଗାର ଦେବାକୁ ପଡ଼ିବ।

ସେ ତାଙ୍କ ପୋଷ୍ଟରେ ଲେଖିଛନ୍ତି ବଳାତ୍କାର ମାମଲା ବୃଦ୍ଧି ପଛରେ ରହିଛି ଦେଶର ବେକାରୀ ସମସ୍ୟା। ହାଥରସ ଘଟଣାକୁ କଡ଼ା ନିନ୍ଦା କରି ଦୋଷୀଙ୍କୁ କଠିନରୁ କଠିନ ଦଣ୍ଡ ଦେବା ଦାବି କରିଛନ୍ତି। ଭାରତ ଭଳି ରୁଢ଼ିବାଦୀ ଦେଶରେ ଯୁବକ-ଯୁବତୀ ସମ୍ପର୍କ କେବଳ ବିବାହ ପରେ ରଖନ୍ତି।

wp:core-embed/twitter {"url":"https://twitter.com/mkatju/status/1311189690658168832","type":"rich","providerNameSlug":"twitter","className":""}
https://twitter.com/mkatju/status/1311189690658168832
/wp:core-embed/twitter

ମାତ୍ର ଯେତେବେଳେ ବଡ଼ ସଂଖ୍ୟାରେ ବେକାରୀ ସମସ୍ୟା ବଢ଼ୁଛି ଯୁବକମାନେ ବାହା ହୋଇ ପାରୁ ନାହାନ୍ତି। କାରଣ ଚାକିରି ନ ଥିବା କୌଣସି ଯୁବକକୁ କେହି ଯୁବତୀ ବାହା ହେବା ପାଇଁ ରାଜି ହେବେ ନାହିଁ। ଏ ପାଇଁ ସେମାନେ ଭୁଲ କରୁଥିବା କହିଛନ୍ତି। ତେବେ ସେ ନିଜ ସଫେଇରେ କହିଛନ୍ତି ଦୁଷ୍କର୍ମକୁ ସେ ଠିକ ବୋଲି କହୁ ନାହାନ୍ତି ବରଂ ତାହାର କଡ଼ା ନିନ୍ଦା କରୁଛନ୍ତି।

ତେବେ କାଟଜୁଙ୍କ ଏହି ପୋଷ୍ଟକୁ ତୀବ୍ର ସମାଲୋଚନା କରିଛନ୍ତି ୟୁଜର। ଏପରିକି ଅନେକ ତାଙ୍କ ବିରୋଧରେ  ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରୁଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.