Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବୁଧବାରଠୁ କମ୍ପିବ ବିଧାନସଭା, ଅଧିବେଶନ ପୂର୍ବରୁ ରଣନୀତି ପ୍ରସ୍ତୁତ କରିବେ ଶାସକ ଓ ବିରୋଧି
  • ||
  • ଆସୁଛି ବାତ୍ୟା ‘ଜଓ୍ୱାଦ’, ୪ ତାରିଖରେ କରିବ ଲ୍ୟାଣ୍ଡଫଲ
  • ||
  • ଜଗତସିଂହପୁରରେ ‘ସାଗର କବଚ ଓଡି-୨୧’, ସମରାଭ୍ୟାସରେ ସାମିଲ ଭାରତୀୟ ତଟରକ୍ଷୀ ବାହିନୀ ଓ ମେରାଇନ୍ ପୋଲିସ
  • ||

ହାଥରସ ଅଭିଯୁକ୍ତମାନେ ଜେଲରୁ ଲେଖିଲେ ଚିଠି, ମୁଖ୍ୟ ଅଭିଯୁକ୍ତ କହିଲା- ‘ପୀଡ଼ିତା ମୋ ସାଙ୍ଗ ଥିଲା, ତାକୁ ତା’ ଘରଲୋକ ମାରିଛନ୍ତି’

8/10/2020 at 1:40 PM

ହାଥରସ ୦୮/୧୦: ହାଥରସ ଗଣଦୁଷ୍କର୍ମ ମାମଲାରେ ପୁଣି ଆସିଛି ନୂଆ ଟ୍ବିଷ୍ଟ। ଏ ଘଟଣାରେ ଗିରଫ ହୋଇଥିବା ଚାରି ଅଭିଯୁକ୍ତ ଜେଲରୁ  ହାଥରସ ଏସପିଙ୍କୁ ଏକ ଚିଠି ଲେଖିଛନ୍ତି। ଯେଉଁଥିରେ ସେମାନେ ନିଜକୁ ନିର୍ଦୋଷ ବୋଲି ଦର୍ଶାଇଛନ୍ତି। ଭୁଲ ତରିକାରେ ସେମାନଙ୍କୁ ଏ ମାମଲାରେ ଫସା ଯାଇଥିବା ଅଭିଯୋଗ କରିଛନ୍ତି। କେବଳ ଏତିକି ନୁହେଁ, ତା’ ସହ ଏ ପାଇଁ ପୀଡ଼ିତାଙ୍କ ପରିବାରକୁ ଦାୟୀ କରିଛନ୍ତି। ଚିଠିରେ ସେମାନେ ଲେଖିଛନ୍ତି ମୁଖ୍ୟ ଅଭିଯୁକ୍ତ ସନ୍ଦୀପଙ୍କ ସାଙ୍ଗ ଥିଲେ ପୀଡ଼ିତା। ଦୁହିଁଙ୍କ ବନ୍ଧୁତା ପୀଡ଼ିତାଙ୍କ ପରିବାର ପସନ୍ଦ କରୁ ନ ଥିଲେ। ଏହି ରାଗରେ ପୀଡ଼ିତାଙ୍କୁ ତାଙ୍କ ଘର ଲୋକ ମାରି ଦେଇଛନ୍ତି। ଅଭିଯୁକ୍ତ ପୂରା ମାମଲାର ତଦନ୍ତ କରି ନ୍ୟାୟ ପାଇଁ ଦାବି କରିଛନ୍ତି।

ତେବେ ଏ ଚିଠିରେ ଚାରିଜଣ ଅଭିଯୁକ୍ତ ଲବକୁଶ, ରବି, ରାମକୁମାର ଓରଫ ରାମୁ ଓ ସନ୍ଦୀପ ଓରଫ ଚନ୍ଦୁ ନିଜ ନିଜ ଟିପ ଚିହ୍ନ ଦେଇଛନ୍ତି। ସେମାନଙ୍କ ଉପରେ ଲାଗିଥିବା ଅଭିଯୋଗ ମିଛ କହିଛନ୍ତି । ଚିଠିରେ ମୁଖ୍ୟ ଅଭିଯୁକ୍ତ ଦାବି କରିଛନ୍ତି ପୀଡ଼ିତାଙ୍କ ସହ ତାଙ୍କର ନିତିଦିନ କଥାବାର୍ତା ହେଉଥିଲା। ଏହା ସହ ପୀଡ଼ିତା ଓ ସନ୍ଦୀପଙ୍କ ଫୋନ କଲରୁ ଦୁହିଁଙ୍କ ନମ୍ବରରୁ ୧୦୦ରୁ ଅଧିକ ଥର କଥା ହୋଇଥିବା କଲ ରେକର୍ଡ ସାମ୍ନାକୁ ଆସିଛି। ମାତ୍ର ଏହାକୁ ପୀଡ଼ିତାଙ୍କ ଭାଇ ମିଛ ବୋଲି କହିଛନ୍ତି। ଏହା ସହ ସେହି ରେକର୍ଡିଂ ଶୁଣାଇବାକୁ ଦାବି କରିଛନ୍ତି ପୀଡ଼ିତାଙ୍କ ଭାଇ।

ସନ୍ଦୀପ ଲେଖିଛନ୍ତି ଘଟଣା ଦିନ ପୀଡ଼ିତାଙ୍କ ସହ କ୍ଷେତରେ ଦେଖା ହୋଇ ଥିଲା। ତାଙ୍କ ସହ ତାଙ୍କ ମା’ ଓ ଭାଇ ଥିଲେ। ପୀଡ଼ିତା କହିବାରୁ ସେ ସେଠାରୁ ତୁରନ୍ତ ପଳାଇ ଥିଲେ। କିଛି ସମୟ ପରେ ଗାଁଲୋକଙ୍କ ଠାରୁ ଅଭିଯୁକ୍ତ ସନ୍ଦୀପ ଜାଣିବାକୁ ପାଇଲେ ତାଙ୍କ ଯୋଗୁ ପୀଡ଼ିତାଙ୍କୁ ତାଙ୍କ ଭାଇ ଓ ମା’ ମାଡ଼ ମାରିଛନ୍ତି। ଅଧିକ ଆଘାତ ଲାଗିବାରୁ ତାଙ୍କ ମୃତ୍ୟୁ ହୋଇଛି। ପୀଡ଼ିତାଙ୍କୁ ସନ୍ଦୀପ ମାରି ନ ଥିବା ଚିଠି ଲେଖିଛନ୍ତି।

   Related Posts