Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୧୨ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୫୪୦ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଡିସେମ୍ବର ୩୧ପୂର୍ବରୁ ବସିବ ବିଧାନସଭାର ଶୀତ ଅଧିବେଶନ
  • ||
  • କରୋନାର ଦୈନିକ ସଂକ୍ରମଣରେ ବୃଦ୍ଧି, ୨୪ଘଣ୍ଟାରେ ୪୩୮୯୩ ନୂଆ ଆକ୍ରାନ୍ତ ଚିହ୍ନଟ
  • ||
  • ଅପରେସନ ଅଲ୍ଆଉଟ୍ : ସେନା ଗୁଳିରେ ୨ ଆତଙ୍କୀ ନିହତ, ବନ୍ଧୁକ ଓ ଗୁଳି ଜବତ
  • ||
  • ବିହାର ନିର୍ବାଚନ : ପ୍ରଥମ ପର୍ଯ୍ୟାୟ ପାଇଁ ମତଦାନ ଆରମ୍ଭ, ୭୧ଟି ଆସନରେ ଚାଲିଛି ଭୋଟିଂ
  • ||

୧୫ ଦିନ ମୃତ୍ୟୁ ସହ ସଂଘର୍ଷ କରି ଆଖିବୁଜିଲେ ଗଣଦୁଷ୍କର୍ମ ପୀଡିତା, ଦୁଷ୍କର୍ମ ପରେ ଜିଭ କାଟିଦେଇଥିଲେ ଅଭିଯୁକ୍ତ

29/09/2020 at 10:22 AM

ହାଥରସ ୨୯।୯: ଉତ୍ତରପ୍ରଦେଶ ହାଥରସରେ ଦୁଷ୍କର୍ମର ଶିକାର ହୋଇଥିବା ପୀଡିତା ମୃତ୍ୟୁ ସହ ସଂଘର୍ଷ କରି ଶେଷରେ ହାରିଯାଇଛି । ସଫଦରଜଙ୍ଗ ହସ୍ପିଟାଲରେ ତାଙ୍କର ମୃତ୍ୟୁ ହୋଇଯାଇଛି । ଦୁଇ ଦିନ ପୂର୍ବରୁ ପୀଡିତାଙ୍କୁ ଦିଲ୍ଲୀ ସଫଦରଜଙ୍ଗ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଅଭିଯୁକ୍ତମାନେ ଦୁଷ୍କର୍ମ ପରେ ତାଙ୍କ ଜିଭ କାଟି ଦେଇଥିଲେ । ଘଟମା ପରେ ପ୍ରାୟ ଏକ ସପ୍ତାହ ଧରି ସେ ବେହୋସ ହୋଇ ରହିଥିଲେ ।

ସୂଚନା ଅନୁସାରେ ଗତ ୧୪ ତାରିଖରେ ଉତ୍ତରପ୍ରଦେଶ ହାଥରସରେ ୧୯ ବର୍ଷର ଦଳିତ ଯୁବତୀଙ୍କ ସହ ଗଣଦୁଷ୍କର୍ମ ହୋଇଥିଲା । ଯୁବତୀଙ୍କ ସହ ତାଙ୍କ ଗାଁର ୪ ଜଣ ଯୁବକ ଏଭଳି କାଣ୍ଡ ଘଟାଇଥିଲେ । କେବଳ ଏତିକି ନୁହେଁ ପୀଡିତାଙ୍କ ଅଭିଯୋଗ ଅନୁଯାୟୀ ଦୁଷ୍କର୍ମ ପରେ ଅଭିଯୁକ୍ତମାନେ ତାଙ୍କ ଗଳା ଚିପି ହତ୍ୟା ଉଦ୍ୟମ ମଦ୍ୟ କରିଥିଲେ । ଘଟଣା ପରେ ୪ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଥିଲା ।

ପୀଡିତାଙ୍କୁ ଆଲିଗଡ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ତାଙ୍କର ଚିକିତ୍ସା ଚାଲିଥିଲା । ସେଠାରେ ତାଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ଦିଲ୍ଲୀ ସ୍ଥିତ ସଫଦରଜଙ୍ଗ ହସ୍ପିଟାଲରେ ସୋମବାର ଦିନ ସ୍ଥାନାନ୍ତର କରାଯାଇଥିଲା । ଅଭିଯୁକ୍ତମାନେ ଯୁବତୀଙ୍କ ମେରୁଦଣ୍ଡ ଏବଂ ଗଳା ଉପରେ ଶକ୍ତ ପ୍ରହାର କରିଥିଲେ । ପୀଡିତାଙ୍କ ଜିଭ ମଧ୍ୟ କାଟି ଦେଇଥିଲେ । ଘଟଣା ପରଠାରୁ ପୀଡିତା ଭେଣ୍ଟିଲେଟରରେ ଥିଲେ ।

   Related Posts