Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଲୋକସଭାରେ ପାରିତ ହେଲା କୃଷି ଆଇନ ଉଚ୍ଛେଦ ବିଲ୍‌
  • ||
  • କୃଷକଙ୍କୁ ଦଳି ମାରିଲେ ୭ ଦନ୍ତା, ଖଣ୍ଡ ଖଣ୍ଡ କରିଦେଲେ ଶରୀର
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ, ୨୩୬ ମୃତ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୯କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୯୭ କରୋନା ସଂକ୍ରମିତ, ୧୦୪୮୮୮୦ରେ ପହଞ୍ଚିଲା ସଂଖ୍ୟା
  • ||
  • ୧୨ ଘଣ୍ଟିଆ ମୟୂରଭଞ୍ଜ ବନ୍ଦ : ବିଭିନ୍ନ ଭାଷାକୁ ଦ୍ୱିତୀୟ ରାଜ୍ୟଭାଷା ମାନ୍ୟତା ପ୍ରଦାନ ଦାବି
  • ||
  • ୧୨ ଘଣ୍ଟିଆ ମୟୂରଭଞ୍ଜ ବନ୍ଦ : ବିଭିନ୍ନ ଭାଷାକୁ ଦ୍ୱିତୀୟ ରାଜ୍ୟଭାଷା ମାନ୍ୟତା ପ୍ରଦାନ ଦାବି
  • ||
  • ଭିଜିଲାନ୍ସ ଜାଲରେ କନଷ୍ଟେବଳ, ଜବତ ହେଲାଣି ଲକ୍ଷ ଲକ୍ଷ ଟଙ୍କା
  • ||
  • ଭିଜିଲାନ୍ସ ଜାଲରେ କନଷ୍ଟେବଳ, ଜବତ ହେଲାଣି ଲକ୍ଷ ଲକ୍ଷ ଟଙ୍କା
  • ||
  • ଓମିକ୍ରନ୍ ନେଇ AIIMS ମୁଖ୍ୟ ଗୁଲେରିଆ ଦେଲେ ଚେତାବନୀ, କହିଲେ ନୂଆ ଭାରିଆଣ୍ଟ ଭାକସିନକୁ ଦେଇପାରେ ଚକମା
  • ||

ହାଥରସ ମାମଲା: ‘ଜଣା ନାହିଁ ପୋଲିସ କାହାର ଅନ୍ତିମ ସଂସ୍କାର କରିଛି, ନ୍ୟାୟ ମିଳିବା ପରେ କରିବୁ ଅସ୍ଥି ବିସର୍ଜନ’, ହାଇକୋର୍ଟରେ କହିଲେ- ପୀଡ଼ିତାଙ୍କ ପରିବାର

13/10/2020 at 11:02 AM

ହାଥରସ ୧୩/୧୦: ହାଥରସ ମାମଲାରେ ପୀଡ଼ିତାଙ୍କ ପରିବାର ସୋମବାର ଆହ୍ଲାବାଦ ହାଇକୋର୍ଟର ଲକ୍ଷ୍ମୌ ବେଞ୍ଚରେ ଉପସ୍ଥିତ ହୋଇ ପୁଣି ହାଥରସ ଫେରିଛନ୍ତି। ପୀଡ଼ିତାଙ୍କ ଅନ୍ତିମ ସଂସ୍କାର ବିନା ଅନୁମତିରେ ଅଧ ରାତିରେ କରାଯାଇଥିବା ପରିବାର ଲୋକ କୋର୍ଟକୁ ଜଣାଇଛନ୍ତି। ପୋଲିସ୍ କାହାର ଅନ୍ତିମ ସଂସ୍କାର କରିଛି ସେ କଥା​​‌ ମଧ୍ୟ ସେମାନଙ୍କୁ ଜଣା ନ ଥିବା କହିଛନ୍ତି। ପରିବାର ଲୋକେ ନ୍ୟାୟ ପାଇଁ ଦାବି କରିଛନ୍ତି। ଏହା ସହ ଯେପର୍ଯ୍ୟନ୍ତ ସେମାନଙ୍କୁ ନ୍ୟାୟ ନ ମିଳିଛି, ସେମାନେ ପୀଡ଼ିତାଙ୍କ ଅସ୍ଥି ବିସର୍ଜନ କରିବେ ନାହିଁ କହିଛନ୍ତି।

ହାଇକୋର୍ଟ ସୋମବାର ପୀଡ଼ିତ ପରିବାରଙ୍କ ବୟାନ ରେକର୍ଡ କରିବା ପାଇଁ ଲକ୍ଷ୍ମୌ ବେଞ୍ଚରେ ଉପସ୍ଥିତ ହେବାକୁ କହିଥିଲେ। ଏହା ସହ ସରକାରଙ୍କୁ ମଧ୍ୟ ନିଜ ପକ୍ଷ ରଖିବାକୁ ଡାକିଥିଲେ। ୟୁପି ପୋଲିସ କଡ଼ା ସୁରକ୍ଷା ବଳୟ ଭିତରେ ପରିବାରକୁ ଲକ୍ଷ୍ମୌ ନେଇ ଥିଲା। ଏହା ପରେ ପୁଣି ପରିବାରକୁ ହାଥରସରେ ପହଞ୍ଚାଇ ଦିଆଯାଇଛି। ପରିବାର ଲୋକଙ୍କ ବୟାନ ଶୁଣିବା ପରେ କୋର୍ଟ ୟୁପି ସରକାରଙ୍କ ଉପରେ ବର୍ଷିଥିଲେ। କୋର୍ଟ କହିଥିଲେ ‘ଯଦି ଆପଣଙ୍କ ଝିଅ ହୋଇଥାନ୍ତା କ’ଣ ତା ମୁହଁ ନ ଦେଖି ଅନ୍ତିମ ସଂସ୍କାର କରିବାକୁ ଦେଇଥାନ୍ତେ।’

ତେବେ ଅଦାଲତ ମାମଲାର ଆଗାମୀ ଶୁଣାଣି ନଭେମ୍ବର ୨ରେ କରିବେ। ନ୍ୟାୟମୂର୍ତି ପଙ୍କଜ ମିତଲ ଓ ନ୍ୟାୟମୂର୍ତି ରଞ୍ଜନ ରାୟଙ୍କ ପୀଠ ଏ ମାମଲାର ଶୁଣାଣି କରିଥିଲେ। ଏ ଅବସରରେ ପୀଡ଼ିତ ପରିବାର କୋର୍ଟରେ ଉପସ୍ଥିତ ହୋଇଥିଲେ। ଏହା ବାଦ୍ ଗୃହ ବିଭାଗ ମୁଖ୍ୟ ସଚିବ ଅବନୀଶ ଅବସ୍ଥି, ପୋଲିସ ମହାନିର୍ଦେଶକ ଏଚ.ସି.ଅବସ୍ତି ପ୍ରମୁଖ ଉପସ୍ଥିତ ଥିଲେ।

ରାତିରେ ଅନ୍ତିମ ସଂସ୍କାର କରାଯିବା ପ୍ରଶ୍ନ ଉପରେ ଜିଲ୍ଲା ଅଧିକାରୀ ଲକ୍ଷକାର ଅଦାଲତକୁ କହିଛନ୍ତି ପୀଡ଼ିତାଙ୍କ ରାତିରେ ଅନ୍ତିମ ସଂସ୍କାର କରିବା ନିଷ୍ପତ୍ତି ଆଇନ ବ୍ୟବସ୍ଥା ବଜାୟ ରଖିବା ପାଇଁ କରାଯାଇ ଥିଲା। ଏମିତି କରିବାରେ ଜିଲ୍ଲା ପ୍ରଶାସନ ଉପରେ ରାଜ୍ୟ ଶାସନର କୌଣସି ପ୍ରଭାବ ନ ଥିଲା। ଜିଲ୍ଲା ପ୍ରଶାସନ ଏକଦମ ଠିକ୍ ଭାବେ କାମ କରିଛି।

ହାଇକୋର୍ଟରେ ପୀଡ଼ିତଙ୍କ ପରିବାର ତରଫରୁ ଓକିଲ ସୀମା କୁଶବାହ କୋର୍ଟ ବାହା​‌ରେ ସାମ୍ବାଦିକଙ୍କୁ କହିଛନ୍ତି ପରିବାର କୋର୍ଟରେ ତିନିଟି ଦାବି ରଖିଛନ୍ତି। ପ୍ରଥମତଃ ପରିବାରକୁ ସୁରକ୍ଷା ମିଳୁ, ଦ୍ବିତୀୟ ଦିଲ୍ଲୀ ବା ମୁମ୍ବାଇରେ ଶୁଣାଣି ହେଉ ଓ ତୃତୀୟ ଯାହା ବି ତଦନ୍ତ ହେଉ ତାକୁ ସାର୍ବଜନୀନ କରା ନ ଯାଉ।

ରାତିରେ ଅନ୍ତିମ ସଂସ୍କାର ବିରୋଧରେ ଓକିଲ ସୀମା କହିଛନ୍ତି ପୀଡ଼ିତାଙ୍କ ଅନ୍ତିମ ସଂସ୍କାର ସମୟରେ ୫୦-୬୦ ଗାଁ ଲୋକ ଓ ୩୦୦-୪୦୦ ପୋଲିସ ଥିବା ପ୍ରମାଣ ଅଛି। କ’ଣ ଏତେ ଜଣ ପୋଲିସ ୫୦ ଗାଁ ଲୋକଙ୍କୁ ସମ୍ଭାଳି ପାରି ନ ଥାନ୍ତେ? ଜିଲ୍ଲାର ସବୁ ସୀମା ସିଲ୍ ଥିଲା। ଏହା ସତ୍ବେ ମଧ୍ୟ ପ୍ରଶାସନ ଅତି ଦୟନୀୟ ଭାବେ ପୀଡ଼ିତାଙ୍କ ଅନ୍ତିମ ସଂସ୍କାର କରାଇଲେ।

ଉଲ୍ଲେଖନୀୟ ସେପ୍ଟେମ୍ବର ୨୯ରେ ଦିଲ୍ଲୀର ସଫଦରଗଞ୍ଜ ହସପିଟାଲରେ ଆଖି ବୁଜି ଥିଲେ। ଏହା ପରେ ପୋଲିସ୍ ପରିବାରଙ୍କ ଅନୁମତି ବିନା ତାଙ୍କର ଅନ୍ତିମ ସଂସ୍କାର କରିଥିଲା। ଯାହାକୁ ନେଇ ଦେଶବ୍ୟାପି ତୀବ୍ର ନିନ୍ଦା କରାଯାଉଛି। ତେବେ ଏବେ ମାମଲା ସିବିଆଇ ତଦନ୍ତ କରୁଛି। ଏହା ସହ ୟୁପି ପୋଲିସ ପୀଡ଼ିତାଙ୍କ ପରିବାରକୁ କଡ଼ା ସୁରକ୍ଷା ଯୋଗାଇଛି।

   Related Posts