Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନୟାଗଡ଼ : ପୋଲିସ କବ୍‌ଜାରେ ୪ ଆନ୍ତଃ ଜିଲ୍ଲା ଡକାୟତ
  • ||

ଏଡିଜି ଓ ଜିଲ୍ଲାପାଳଙ୍କୁ କୋର୍ଟଙ୍କ ଭର୍ତ୍ସନା, କହିଲେ- ଆପଣଙ୍କ ଝିଅ ହୋଇଥିଲେ କଣ ନଦେଖି ଅନ୍ତିମ ସଂସ୍କାର କରି ଦେଇଥାନ୍ତେ ?

12/10/2020 at 10:41 PM

ଲକ୍ଷ୍ନୌ ୧୨।୧୦: ହାଥରସ୍ କେସ୍‌ରେ ଆହ୍ଲାବାଦ ହାଇକୋର୍ଟ ନିଜ ଆଡୁ ମାମଲା ରୁଜୁ କରି ସୋମବାର ଶୁଣାଣି କରିଛି। ଶୁଣାଣି ସମୟରେ ହାଇକୋର୍ଟ ପ୍ରଶାସନପ୍ରତି ନିଜର ଅସନ୍ତୋଷ ବ୍ୟକ୍ତ କରିଛନ୍ତି। କୋର୍ଟ ଏଡିଜି ପ୍ରଶାନ୍ତ କୁମାରଙ୍କୁ ଭର୍ତ୍ସନା କରି କହିଛନ୍ତି, ଯଦି ଆପଣ ଝିଅ ହୋଇଥାନ୍ତା ତେବେ ଆପଣ କଣ ନଦେଖି ଅନ୍ତିମ ସଂସ୍କାର କରି ଦେଇଥାନ୍ତେ ? କୋର୍ଟଙ୍କ ଏହି ପ୍ରଶ୍ନରେ ଏଡିଜି ନିରୁତ୍ତର ରହିଥିଲେ। ତାଙ୍କ ପାଖରେ ଏହି ପ୍ରଶ୍ନର କୌଣସି ଉତ୍ତର ନଥିଲା।

ହାଇକୋର୍ଟରେ ଶୁଣାଣି ପରେ ବାହାରକୁ ଆସି ପୀଡିତାଙ୍କ ପରିଜନଙ୍କ ଓକିଲ ସୀମା କୁଶଓ୍ଵାହା କହିଛନ୍ତି ଏଡିଜି ପ୍ରଶାନ୍ତ କୁମାର କହିଛନ୍ତି, ଏଫଏସଏଲ ରିପୋର୍ଟରେ ସିମନ ଚିହ୍ନଟ ହୋଇନାହିଁ। ଏଡିଜିଙ୍କୁ ନିୟମର ସଜ୍ଞା ପଢିବା ଉଚିତ୍। ପୀଡିତାଙ୍କ ପରିଜନଙ୍କ ଓକିଲ ଏଡିଜିଙ୍କୁ ବଳାତ୍କାରର ପରିଭାଷା ପଢିବାକୁ ପରାମର୍ଶ ଦେଇଛନ୍ତି ଏବଂ ମୋ ପାଖରେ ସବୁ ରିପୋର୍ଟ ଆସି ସାରିଥିବା କହିଛନ୍ତି। କୋର୍ଟରେ ଜଜ ଯେବେ ପ୍ରଶ୍ନ କଲେ ପ୍ରଶାସନର ଅଧିକାରୀ ପାଖରେ କୌଣସି ଉତ୍ତର ନଥିଲା।

ଓକିଲ ସୀମା କୁଶଓ୍ଵାହାଙ୍କ ଅନୁଯାୟୀ ଜଜ ଜିଲ୍ଲାପାଳଙ୍କୁ ପ୍ରଶ୍ନ କରିଛନ୍ତି ଯେ, ଯଦି କୌଣସି ବିତ୍ତଶାଳୀ ବ୍ୟକ୍ତିଙ୍କ ଝିଅ ହୋଇଥାନ୍ତା ତେବେ ଆପଣ କଣ ଏମିତି ସାହାସ କରିପାନ୍ତେ ଯେମିତି ହାଥରସ୍‌ ପୀଡିତାଙ୍କୁ ଜାଳି ଦେଲେ ?  ଯେଉଁଭଳି ବଡ ଉଦ୍ୟୋଗପତିର ଲୋକଙ୍କୁ ଭୋଟ୍ ଦେବାର ଅଛି ସେମିତି ଦଳିତ ଏବଂ ଅନ୍ୟ ସମସ୍ତ ଲୋକଙ୍କ ଭୋଟ୍ ଦେବାର ସାମ୍ବିଧାନିକ ଅଧିକାର ରହିଛି।  

   Related Posts