ହାଥରସ୍ କେସ୍: ଭୟରେ ଗାଁ ଛାଡି ଚାଲି ଯିବାକୁ ଚାହୁଁଛନ୍ତି ପୀଡିତାଙ୍କ ପରିବାର, ବାପା କହିଲେ- ଡରି ଡରି ରହିବାକୁ ପଡୁଛି

Published By : Prameya-News7 Bureau | October 07, 2020 IST

ହାଥରସ୍‌ ୦୭।୧୦:  ହାଥରସ୍‌ କେସ୍‌ରେ ଗୋଟିଏ ପଟେ ଜାତିଆଣ ହିଂସା ପାଇଁ ରଚାଯାଇଥିବା ଷଡଯନ୍ତ୍ରର ଖୁଲାସା ହୋଇଥିବା ବେଳେ ଅନ୍ୟପଟେ ସାଂପ୍ରତିକ ପରିସ୍ଥିତିକୁ ଦେଖି ପୀଡିତାଙ୍କ ପରିବାର ଗାଁ ଛାଡି ଚାଲିଯିବା କଥା କହିଛନ୍ତି। ପରିବାର ଲୋକ କହିଛନ୍ତି, ସେମାନେ ଏବେ ଡରି ଡରି ରହୁଛନ୍ତି। ଗାଁରେ କେହି ହେଲେ ସେମାନଙ୍କୁ ସାହାଯ୍ୟ କରୁ ନାହାନ୍ତି।

ପୀଡିତାଙ୍କ ବାପା ଓ ଭାଇ କହିଛନ୍ତି ସେମାନେ ଭୟରେ ବଞ୍ଚିବାକୁ ବିବଶ ହୋଇଛନ୍ତି। ଗାଁରେ କେହି ବି ସେମାନଙ୍କୁ ସାହାଯ୍ୟ କରୁ ନାହାନ୍ତି। ଅଭିଯୁକ୍ତଙ୍କ ପରିବାର ପକ୍ଷରୁ ଆମ ଉପରେ ଚାପ ପକାଯାଉଛି। ଆମ ସହ ଘଟଣା ଘଟିବା ପରେ କେହି ହେଲେ ଆମକୁ ପଚାରୁ ନାହାନ୍ତି। ଆମକୁ ସାହାଯ୍ୟ କରିବା ବଦଳରେ ଲୋକେ ଆମଠୁ ଦୂରେଇବାରେ ଲାଗିଛନ୍ତି। ଏଥିପାଇଁ ଆମ ପାଖରେ ଆଉ କୌଣସି ବିକଳ୍ପ ନାହିଁ। ଆମେ ନିଜର କୌଣସି ସଂପର୍କୀୟଙ୍କ ଘରକୁ ଚାଲିଯିବାକୁ ଚାହୁଁଛୁ।

{"id":340230,"sizeSlug":"large"}

ପୀଡିତାଙ୍କ ବାପା କହିଛନ୍ତି, ଆମକୁ ଆଗକୁ ଖାଲି ମୃତ୍ୟୁ ନଜର ଆସୁଛି। ଗାଁ ଛାଡି ଚାଲିଯିବାକୁ ଚିନ୍ତା କରୁଛୁ। ଅନେକ ଲୋକ ଭୟ କାରଣରୁ ଆମ ପାଖକୁ ବି ଆସୁ ନାହାନ୍ତି। ତେଣୁ ଅନ୍ୟ କେଉଁ ଆଡେ ଚାଲିଯିବୁ ଏବଂ ଭିକ ମାଗି ଚଳିବୁ। ପୀଡିତାଙ୍କ ବଡ ଭାଇ କହିଛନ୍ତି ଅବସ୍ଥା ଏତେ ବିଗିଡି ଯାଇଛି ଯେ, ଗାଁରେ ରହିବା ମୁସ୍କିଲ ହୋଇ ପଡିଛି। ଛୋଟ ଭାଇକୁ ମାରିବାକୁ ଧମକ ଦିଆଯାଉଛି।

ଅପରପକ୍ଷେ ଗାଁରେ ଲଗାତାର ଅଭିଯୁକ୍ତ ଯୁବକଙ୍କ ସମର୍ଥନରେ ପଞ୍ଚାୟତ ବସୁଛି। ସବର୍ଣ୍ଣ ସମାଜର ଲୋକ ପଞ୍ଚାୟତ କରୁଛନ୍ତି। ଲଗାତାର ପୀଡିତା ପରିବାର ଉପରେ ମିଥ୍ୟା କହିଥିବା ଅଭିଯୋଗ କରାଯାଉଛି। ଅଭିଯୁକ୍ତକୁ ନିର୍ଦ୍ଦୋଷ ବୋଲି କୁହାଯାଉଛି।

{"id":340231,"width":577,"height":433,"sizeSlug":"large"}

ଏହି ସବୁ ମଧ୍ୟରେ ପୀଡିତ ପରିବାରଙ୍କ ସୁରକ୍ଷା ବଢାଇ ଦିଆଯାଇଛି। ପରିବାରର ସମସ୍ତ ସଦସ୍ୟଙ୍କ ସହିତ ପୋଲିସ ଯବାନଙ୍କୁ ମୁତୟନ କରାଯାଇଛି। ଘରେ ସିସିଟିଭି କ୍ୟାମେରା ଖଞ୍ଜା ଯାଇଛି। ୨୪ ଘଣ୍ଟା ପରିବାରର ପ୍ରତି ସଦସ୍ୟଙ୍କ ସହିତ ଏବେ ଦୁଇ ଜଣ ବଡିଗାର୍ଡଙ୍କୁ ମୁତୟନ କରାଯାଇଛି। ପୀଡିତ ପରିବାରଙ୍କ ଘର ବାହାରେ ପିଏସିର ୧୮ ଯବାନଙ୍କୁ ମୁତୟନ କରାଯାଇଛି। ଘର ଭିତରେ ହେଡ କନଷ୍ଟେବଲ ବ୍ୟତୀତ ୬ ଅନ୍ୟ ଗାର୍ଡଙ୍କୁ ନିୟୋଜିତ କରାଯାଇଛି। ଘରର ପ୍ରବେଶ ଦ୍ଵାରରେ ଏବେ ୨ ସବ ଇନ୍ସପେକ୍ଟର ସିଫ୍ଟ ଅନୁସାରେ ମୁତୟନ ରହିବେ।

ହାଥରସ୍‌ କେସ୍‌ରେ ପୀଡିତାଙ୍କ ଭାଇଙ୍କ ମୋବାଇଲ ଓ ମୁଖ୍ୟ ଅଭିଯୁକ୍ତର ମୋବାଇଲ ସହ ଲଗାତାର କଥା ହେବା ଘଟଣା ସାମ୍ନାକୁ ଆସିବା ଏବଂ କଲ୍ ଡିଟେଲକୁ ନେଇ ଉଠୁଥିବା ପ୍ରଶ୍ନ ଉପରେ ଯୁବତୀଙ୍କ ଭାଇ କହିଛନ୍ତି ଏହା ଆମ ବିରୋଧରେ ଏକ ଷଡଯନ୍ତ୍ର। ମୋ ଭଉଣୀ ଅପାଠୁଆ ଥିଲା, ଯଦି ପ୍ରମାଣ ଅଛି ରେକର୍ଡିଂ ସାମ୍ନାକୁ ଆଣନ୍ତୁ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.