ହାଥରସ୍ କେସ୍: ଅଭିଯୁକ୍ତଙ୍କ ହେବ ନାର୍କୋ ଟେଷ୍ଟ, ଚାରି ଜଣଙ୍କୁ ଧରି ଅହମ୍ମଦାବାଦ ପହଞ୍ଚିଲା ସିବିଆଇ

Published By : Prameya-News7 Bureau | November 22, 2020 IST

ହାଥରସ୍‌ ୨୨।୧୧: ହାଥରସ୍‌ ଗଣ ଦୁଷ୍କର୍ମ ମାମଲାରେ ଚାରି ଅଭିଯୁକ୍ତଙ୍କ ନାର୍କୋ ଟେଷ୍ଟ କରାଯିବ। ସିବିଆଇ ଚାରି ଅଭିଯୁକ୍ତଙ୍କୁ ଧରି ଅହମ୍ମଦାବାଦ ପହଞ୍ଚି ଯାଇଛି। ହାଥରସ୍ ଜେଲ କର୍ତ୍ତୃପକ୍ଷଙ୍କ ପକ୍ଷରୁ ଏହାର ସୂଚନା ଦିଆଯାଇଛି। ନାର୍କୋ ଟେଷ୍ଟ କରାଯାଇ ଘଟଣା ଉପରୁ ପରଦା ହଟାଇବାକୁ ଉଦ୍ୟମ ଚଳାଇଛି ସିବିଆଇ।

ଏହା ପୂର୍ବରୁ ଦୁଷ୍କର୍ମ ମାମଲାରେ ଘଟଣାସ୍ଥଳରେ ସର୍ବ ପ୍ରଥମେ ପହଞ୍ଚିଥିବା ଛୋଟୁ ନାମକ ଯୁବକ ନାର୍କୋ ଟେଷ୍ଟ ପାଇଁ ପ୍ରସ୍ତୁତ ଥିଲା। ସେ କହିଥିଲେ ଯେ, ସତ୍ୟ ସାମ୍ନାକୁ ଆଣିବା ପାଇଁ ସେ ଟେଷ୍ଟ ଲାଗି ପ୍ରସ୍ତୁତ। ଏଥିସହ ପୀଡିତାଙ୍କ ପରିଜନଙ୍କ ମଧ୍ୟ ଟେଷ୍ଟ ହେବା ଉଚିତ୍ ବୋଲି ଯୁବକ କହିଥିଲେ। ହେଲେ ଯୁବକଙ୍କ ମାଁ ଏଥିରେ ଆପତ୍ତି ଉଠାଇ ପୁଅ ନାବାଳକ ହୋଇଥିବା କହିଥିଲେ। ତାଙ୍କ କହିବାନୁଯାୟୀ ପୁଅକୁ ଛାଡି ଅନ୍ୟମାନଙ୍କୁ  ଜେରା କରାଯାଉ। ମୋ ପୁଅ ଏବେ ନାବାଳକ।

ଚଦମ୍ପା ଅଞ୍ଚଳର ଗୁଲଗଢି ଗାଁରେ ଯୁବତୀଙ୍କ ସହିତ ହୋଇଥିବା ଦୁଷ୍କର୍ମ ଘଟଣାରେ ସିବିଆଇ ଯାଞ୍ଚରେ ଜୁଟିଛି। ଘଟଣା ସମୟରେ ନିକଟ ଖେତରେ କାମ କରୁଥିବା ଛୋଟୁ ନାମକ ଯୁବକ ଘଟଣାସ୍ଥଳରେ ସର୍ବପ୍ରଥମେ ପହଞ୍ଚିଥିବା ଦାବି କରିଥିଲା। ତାଙ୍କ ଘର ପୀଡିତାଙ୍କ ଘରଠୁ ଦୂରରେ ଅବସ୍ଥିତ। ଏହି ଯୁବକ  ହିଁ ଘଟଣା ପରେ ପରେ ପୀଡିତାଙ୍କ ଭାଇଙ୍କୁ ଡାକିବା ପାଇଁ ତାଙ୍କ ଘରକୁ ଯାଇଥିଲା। ସିବିଆଇ ଛୋଟୁକୁ ଅନେକ ଥର ପଚରାଉଚୁରା କରି ସାରିଛି। ଯୁବକ ଅନୁଯାୟୀ ସିବିଆଇ ତାଙ୍କୁ ୨୦ରୁ ଅଧିକ ଥର ପଚରା ଉଚୁରା କରି ସାରିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.