Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଳାହାଣ୍ଡି : ମମିତା ମେହେର ହତ୍ୟା ଘଟଣା : ମହାଲିଙ୍ଗ୍ ଷ୍ଟାଡିୟମ୍‌ରେ ଅନୁଧ୍ୟାନ କଲେ ମହିଳା କମିଶନ ଅଧ୍ୟକ୍ଷା
  • ||
  • ଭୁବନେଶ୍ବର : ପୁରୀ ନୀଳାଚଳ ହୋଟେଲ ବିକ୍ରି ପାଇଁ ଚାଲିଥିଲା ଯୋଜନା, ୫୦ଲକ୍ଷ ଟଙ୍କା ହେରଫେର ଅଭିଯୋଗରେ ଜଣେ ଗିରଫ
  • ||
  • ଭୁବନେଶ୍ବର : ଶସ୍ତା ରାଜନୀତି କରୁଛି ବିଜେପି, ମମିତା ମେହେର ପ୍ରସଙ୍ଗକୁ ରାଜନୀତିର ରୂପ ଦିଆଯାଉଛି : ବିଜେଡି
  • ||
  • ଭଦ୍ରକ : ଏକତରଫା ପ୍ରେମ : ନାବାଳିକା ଯାଉଥିବା ବାଇକ୍‌କୁ ଗୋଇଠା ମାରି ଗଡାଇଦେଲେ ଯୁବକ, ଏସ୍‌ପିଙ୍କ ଦ୍ବାରସ୍ଥ ହେଲେ ମା’
  • ||
  • ବାରଙ୍ଗ : ନନ୍ଦନକାନନରେ ବିରଳ ହିମାଳୟ ଅଣ୍ଡିରା ଭାଲୁ ‘ମୋତି’ର ମୃତ୍ୟୁ, ୫କୁ ଖସିଲା ସଂଖ୍ୟା
  • ||
  • ଫୁଲବାଣୀ : କନ୍ଧମାଳକୁ ଛୁଇଁଲା ପହିଲି ଶୀତ, କୁହୁଡି ଚାଦରରେ ଢାଙ୍କି ହେଲାଣି ସହର
  • ||
  • କେନ୍ଦୁଝର : ଶିଶୁ କନ୍ୟାର ଉଲଗ୍ନ ମୃତଦେହ ଉଦ୍ଧାର, ବୁଧବାରଠୁ ଝୁମର ନାଚ ଦେଖିବାକୁ ଯାଇ ନିଖୋଜ ଥିଲେ
  • ||
  • ପାକିସ୍ତାନ ବିପକ୍ଷରେ ଭାରତ ଫେଭରେଟ୍, ବିଜୟ ସମ୍ଭାବନା ଅଧିକ : ଅନୁମାନ ଲଗାଇଲେ ମହମ୍ମଦ ଅମିର
  • ||
  • କଣ୍ଟାବାଞ୍ଜି : ଝରଣୀ ଗାଁରେ ମମିତା ମେହେରଙ୍କ ପରିବାରକୁ ଭେଟିଲେ ରାଜ୍ୟ ମହିଳା ଆୟୋଗ ଅଧ୍ୟକ୍ଷାଙ୍କ ସହ ୪ଜଣିଆ ଟିମ୍
  • ||
  • ପନିପରିବା ଖାଇଦେଉଛନ୍ତି ବାର୍‌ହା, ଚିନ୍ତାରେ ଚାଷୀ
  • ||

ନିର୍ଭୟା ଦୋଷୀଙ୍କ ଓକିଲ ଏପି ସିଂହଙ୍କ ବିବାଦୀୟ ବୟାନ, ‘ହାଥରସ ଘଟଣା ଏକ ଅନରକିଲିଂ’

10/10/2020 at 1:46 PM

ହାଥରସ ୧୦/୧୦: ଦିଲ୍ଲୀ ନିର୍ଭୟା ମାମଲାରେ ଅଭିଯୁକ୍ତଙ୍କ କେସ୍ ଲଢ଼ିଥିବା ଓକିଲ ଏପି ସିଂହ ଆଜି ହାଥରସ ଗଣଦୁଷ୍କର୍ମ ମାମଲାରେ ସମ୍ପୃକ୍ତ ଥିବା ଅଭିଯୁକ୍ତଙ୍କ ଘରେ ପହଞ୍ଚିଛନ୍ତି। ଇଲାକାର ମହାସଭା ପଦାଧିକାରୀଙ୍କ ସହ ବୁଲଗଢ଼ି ଗାଁରେ ସେ ସେମାନଙ୍କ ଘରକୁ ଯାଇଛନ୍ତି। ଘଟଣାକୁ ​‌ନେଇ ସେ ବିବାଦୀୟ ବୟାନ ଦେଇଛନ୍ତି। ଏପି ସିଂହ  ହାଥରସ ଘଟଣାକୁ ଅନରକିଲିଂ କହିଛନ୍ତି। ଏହା ସହ ସେ ନାର୍କୋ ଟେଷ୍ଟ କରିବା ମଧ୍ୟ ଚାହିଁଛନ୍ତି। ତାଙ୍କ ଦାବି ଯେ ଚାରି ଜଣ ଅଭିଯୁକ୍ତଙ୍କ ପଲିଗ୍ରାଫ ସମେତ ଅନ୍ୟାନ୍ୟ ଟେଷ୍ଟ କରାଯାଉ।

ଅଭିଯୁକ୍ତଙ୍କ ମୋକଦ୍ଦମା ଲଢ଼ିବାରେ ସେ ଫି’ ନେବେ କି ବିନା ଫି’ରେ ଲଢ଼ିବେ ସେ ପ୍ରଶ୍ନର ଉତ୍ତର ରଖିଛନ୍ତି ଏପି ସିଂହ। ପ୍ରଥମେ ସେ ଏ ପ୍ରଶ୍ନର ଉତ୍ତର ଟାଳିବାକୁ ଚେଷ୍ଟା କରୁଥିଲେ। ମାତ୍ର ମହାସଭା ଏ ନେଇ ତାଙ୍କୁ ଫି’ ଦେବ ବୋଲି କହିଛନ୍ତି। ସୂଚନାଯୋଗ୍ୟ ନିର୍ଭୟା ମାମଲାରେ ନିର୍ଭୟା ପକ୍ଷରୁ ଲଢ଼ିଥିବା ଓକିଲ ସୀମା ହାଥରସ ପୀଡ଼ିତାଙ୍କ ଓକିଲ ନିଃଶୁକ୍ଲ ଲଢ଼ିବା ଘୋଷଣା କରିଛନ୍ତି।

ଏପି ସିଂହ ଅଭିଯୋଗ କରିଛନ୍ତି ହାଥରସ ଘଟଣାକୁ ରାଜନୀତି କରାଯାଉଛି। ଘଟଣାର ସପ୍ତାହେ ପରେ ପୀଡ଼ିତା ପରିବାରକୁ ନେତାମାନେ ଦେଖା କରିବା ପରେ ଏଫଆଇଆର ରୁଜୁ କରାଗଲା। ତେବେ ସେ ଜୋର ଦେଇ କହିଛନ୍ତି ପୀଡ଼ିତା ଓ ତାଙ୍କ ମା’ଙ୍କ ବୟାନରେ ପ୍ରାରମ୍ଭରୁ ବଳାତ୍କାର କଥା କେଉଁଠି ଉଠି ନାହିଁ। 

   Related Posts