Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପାଠକ ବାପ-ପୁଅ ଗିରଫ, କୁବେର ଜଙ୍ଗଲ ଅଫିସରଙ୍କ ଅମାପ ସଂପତ୍ତି ଠାବ କରିଛି ଭିଜିଲାନ୍ସ
  • ||
  • ଭୁବନେଶ୍ବର : ରାଜ୍ୟରେ ଆଉ ୧୪ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୭୧୮ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ଭୁବନେଶ୍ବର : ରାଜ୍ୟରେ ଚିହ୍ନଟ ହେଲେ ୫୯୪ କରୋନା ସଂକ୍ରମିତ, ୩୧୭୨୩୯ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଭାରତ-ଅଷ୍ଟ୍ରେଲିଆ ଦିନିକିଆ ସିରିଜ୍, ଦଳରେ ସାମିଲ ହେଲେ ଦ୍ରୁତ ବୋଲର ଟି. ନଟରାଜନ
  • ||
  • ଭୁବନେଶ୍ବର : ଦଶମ ଶ୍ରେଣୀ ଛାତ୍ରୀ କଲେ ଆତ୍ମହତ୍ୟା ! ବେକରେ ରଶି ଲଗାଇ ପଙ୍ଖାରେ ଝୁଲି ପଡିଲେ, କାରଣ ଅସ୍ପଷ୍ଟ
  • ||
  • ରାଜକୋଟ : କୋଭିଡ୍ ହସ୍ପିଟାଲରେ ଲାଗିଲା ନିଆଁ, ୬ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ପୁରୀ : ମହାପ୍ରଭୁଙ୍କ ଦୁର୍ଲଭ ନାଗାର୍ଜୁନ ବେଶ, ସୁରକ୍ଷା ବଳୟରେ ଶ୍ରୀମନ୍ଦିର, ଦର୍ଶନ ପାଇଁ ଭକ୍ତ ବ୍ୟାକୁଳ
  • ||
  • ମହାପ୍ରଭୁଙ୍କ ଦୁର୍ଲଭ ନାଗାର୍ଜୁନ ବେଶ: ସୁରକ୍ଷା ବଳୟରେ ଶ୍ରୀମନ୍ଦିର, ଦର୍ଶନ ପାଇଁ ଭକ୍ତ ବ୍ୟାକୁଳ
  • ||
  • ଭାରତ-ଅଷ୍ଟ୍ରେଲିଆ ପ୍ରଥମ ଦିନିକିଆ : ଟସ୍ ଜିତିଲା ଅଷ୍ଟ୍ରେଲିଆ, ପ୍ରଥମେ କରିବ ବ୍ୟାଟିଂ
  • ||
  • ଚଳିତ ବର୍ଷ ବିନ୍ଦୁସାଗରରେ ଡଙ୍ଗା ଭସା ଉପରେ ରୋକ୍, ନିଷ୍ପତ୍ତି ନେଲା ବିଏମସି
  • ||

ହାଥରସରେ ୪ ବର୍ଷ ଶିଶୁକୁ ଦୁଷ୍କର୍ମ, ଅଭିଯୁକ୍ତ ଗିରଫ

14/10/2020 at 8:49 AM

ହାଥରସ ୧୪/୧୦: ହାଥରସ ଗଣଦୁଷ୍କର୍ମ ମାମଲା ଦେଶବ୍ୟାପି ଉତ୍ତେଜନା ସୃଷ୍ଟି କରିଛି। ଏ ଯାଏଁ ମାମଲା ଥମି ନ ଥିବା ବେଳେ ପୁଣି ଏକ ଦୁଷ୍କର୍ମ ଘଟଣା ସାମ୍ନାକୁ ଆସିଛି। ଏହି ଜିଲ୍ଲାର ଗୋଟିଏ ଗାଁର ୪ ବର୍ଷ ଶିଶୁକୁ ଦୁଷ୍କର୍ମ କରାଯାଇଛି।  ପୋଲିସ ଏ ନେଇ ଏକ ମାମଲା ରୁଜୁ କରି ଅଭିଯୁକ୍ତକୁ ଗିରଫ କରିଛି।

ପିଲାଟି ଘର ବାହାରେ ଖେଳୁ ଥିଲା। ସେହି ସମୟରେ ଗାଁର ଏକ ଯୁବକ ଅରବିନ୍ଦ ପିଲାଟିକୁ ଚକୋଲେଟ୍ ଦେବା ଆଳରେ ତାକୁ ନିଜ ସହ ଘରକୁ ନେଇ ତା ସହ ଦୁଷ୍କର୍ମ କରିଛି । କିଛି ସମୟ ପରେ ପିଲାଟି ଯେତେବେଳେ କାନ୍ଦି କାନ୍ଦି ଘରେ ପହଞ୍ଚିଲା ପରିବାର ଲୋକ ସନ୍ଦେହ କଲେ। ପିଲାଟିକୁ ପଚରାଉଚରା କରିବାରୁ ଘଟଣା ସମ୍ପର୍କରେ ଅବଗତ ହେଲେ ପରିବାରବର୍ଗ। ଏବେ ପିଲାଟି ହସପିଟାଲରେ ଚିକିତ୍ସିତ ହେଉଛି। ଏହା ପରେ ଘଟଣା ସମ୍ପର୍କରେ ପୋଲିସକୁ ଅବଗତ କରାଗଲା।

ଏହାରି ଭିତରେ ଘଟଣାକୁ ନେଇ ସ୍ବାସ୍ଥ୍ୟ କେନ୍ଦ୍ର ବାହାରେ ବହୁ ସଂଖ୍ୟକ ଗାଁ ଲୋକଙ୍କ ଭିଡ଼ ଲାଗିଛି। ଜିଲ୍ଲାଧିକାରୀ ଘଟଣାସ୍ଥଳରେ ପହଞ୍ଚି ଗାଁ ଲୋକ ଓ ପରିବାର ଲୋକଙ୍କ ଠାରୁ ତଥ୍ୟ ସଂଗ୍ରହ କରିଛନ୍ତି। ତେବେ ଘର ଲୋକଙ୍କ ଦାବି ଗାଁର ଜଣେ ଯୁବକ ହିଁ ପିଲାଟି ସହ ଏଭଳି ଘଟଣା ଘଟାଇଛି

   Related Posts