Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ‘ଇତିହାସରେ ହୋଇଥିବା ଭୁଲଗୁଡିକୁ ଏବେ ସୁଧାରୁଛି ଭାରତ’, କଂଗ୍ରେସକୁ ଟାର୍ଗେଟ୍ କରି ବର୍ଷିଲେ ପ୍ରଧାନମନ୍ତ୍ରୀ ମୋଦି
  • ||
  • ରବିବାର ରାଜ୍ୟରେ ସୁସ୍ଥହେଲେ ଆଉ ୧୦,୮୪୧ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ୩୫୩୨ ଜଣ ଡିସଚାର୍ଜ
  • ||
  • ଅଭିଯୁକ୍ତକୁ ଉଠାଇ ଆଣିବାରୁ ଥାନା ପରିସରରେ ତୁମୁଳକାଣ୍ଡ, ଗ୍ରାମବାସୀ ଓ ପୋଲିସ ମାରପିଟ
  • ||
  • ବିପୁଳ ପରିମାଣର ବିଦେଶୀ ମଦ ଜବତ, ଜଣେ ଗିରଫ
  • ||
  • ଭୁଶୁଡିଯିବ ଘାଘରା ପୋଲ ! ବିପଦରେ ଶହଶହ ଯାତ୍ରୀଙ୍କ ଜୀବନ
  • ||
  • ରାଜ୍ୟରେ ଆଉ ୬ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୨୦କୁ ବୃଦ୍ଧି
  • ||
  • ରାଜ୍ୟରେ ଖସୁଛି ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୮୫୨୦ କୋଭିଡ୍ ପଜିଟିଭ୍, ୧୨୦୪୬୬୦ରେ ପହଞ୍ଚିଲା ସଂଖ୍ୟା
  • ||
  • ରାଜଧାନୀରେ କରୋନା ବେଲଗାମ୍ : ଆଉ ୧୩ ଅଞ୍ଚଳ ମାଇକ୍ରୋ କଣ୍ଟେନମେଣ୍ଟ୍ ଜୋନ୍
  • ||
  • ଚର୍ଚ୍ଚାରେ ବଡପୋଖରୀଆ ପଞ୍ଚାୟତ : ପ୍ରତିଦ୍ୱନ୍ଦ୍ୱିତା ହେଲାନି, ନିର୍ଦ୍ୱନ୍ଦ୍ୱରେ ଚୟନ ହେଲେ ସରପଞ୍ଚ ଏବଂ ଓ୍ୱାର୍ଡ ମେମ୍ବର
  • ||
  • ରବିବାରଠୁ ବଢିବ ବର୍ଷା, ଏହି ସବୁ ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ
  • ||

ବିଜେପି ବିଧାୟକ କହିଲେ, ମୁସଲିମଙ୍କଠାରୁ ପରିବା କିଣ ନାହିଁ: ସଂକ୍ରମଣ ଭୟ ବେଳେ ସାମ୍ପ୍ରଦାୟିକ ବିଭେଦକୁ ଉସକାଇଲେ

28/04/2020 at 3:10 PM

ଲକ୍ଷ୍ନୌ, ୨୮|୦୪: ସାରା ଭାରତ ମହାମାରୀ କରୋନା ଭାଇରସର ମୁକାବିଲା କରୁଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କଠାରୁ ଆରମ୍ଭ କରି ସମସ୍ତ ବିରୋଧୀ ନେତା ରଙ୍ଗ, ବର୍ଣ୍ଣ, ଧର୍ମ ନିର୍ବିଶେଷରେ କରୋନାର ମୁକାବିଲା ପାଇଁ ଜନତାଙ୍କୁ କହୁଛନ୍ତି । ତେବେ ଉତ୍ତର ପ୍ରଦେଶର ବରହଜ୍ ବିଧାନସଭାର ବିଜେପି ବିଧାୟକ ସୁରେଶ ତିଓ୍ୱାରୀ ଏକ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି । ଏହାର ଭିଡିଓ ମଧ୍ୟ ଭାଇରାଲ ହୋଇଛି ।

ଭିଡିଓରେ ସୁରେଶ କହିଛନ୍ତି ଯେ, ଗୋଟିଏ କଥା ଉପରେ ସମସ୍ତେ ନଜର ଦେବା ଆବଶ୍ୟକ । କେହି ହେଲେ ମୁସଲମାନଙ୍କଠାରୁ ପରିବା କିଣନ୍ତୁ ନାହିଁ । ଇଣ୍ଡିଆନ୍ ଏକ୍ସପ୍ରେସ ତରଫରୁ ସୁରେଶଙ୍କ ସହ ଯୋଗାଯୋଗ କରାଯାଇଥିଲା । ସେ କହିଥିଲେ ଯେ, ଗତ ସପ୍ତାହରେ ସେ ବରହଜ ନଗରପାଳିକା କାର୍ଯ୍ୟାଳୟ ଗସ୍ତ କରିବା ସହ ଅନେକ ସରକାରୀ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ । ତାଙ୍କୁ ଏକ ନିର୍ଦ୍ଦିଷ୍ଟ ସମ୍ପ୍ରଦାୟର ଲୋକ କରୋନା ଭାଇରସ ସଂକ୍ରମଣ କରିବା ପାଇଁ ଛେପ ଲଗାଇ ପରିବା ବିକ୍ରି କରୁଥିଲେ । ତେଣୁ ସେ ସେମାନଙ୍କଠାରୁ ପରିବା ନକିଣିବା ପାଇଁ ପରାମର୍ଶ ଦେଇଥିଲେ । ସେ କେବଳ ମତ ଦେଇଥିଲେ । ପରିବା କିଣିବା ନକିଣିବା ଲୋକଙ୍କ ଉପରେ ନିର୍ଭର କରେ ।

ରାଜ୍ୟର ବିଜେପି ମୁଖପାତ୍ର ରାକେଶ ତ୍ରିପାଠୀ କହିଛନ୍ତି ଯେ, ଦଳ ଏପରି ବୟାନକୁ ସମର୍ଥନ କରେ ନାହିଁ ।  ମାମଲାକୁ ନେଇ ଦଳ ଯାଂଚ କରିବ ।

   Related Posts