ଆପଣଙ୍କ ହାତରେ ରହିଛି କି ଏହିଭଳି ରେଖା ? ଏହା ଆଣେ ସୁଖ ସମୃଦ୍ଧି : ଯଦି ସ୍ୱାମୀ-ସ୍ତ୍ରୀ ଉଭୟଙ୍କ ହାତରେ ଥାଏ ତେବେ ...

Published By : Prameya-News7 Bureau | March 25, 2020 IST

ଭୁବନେଶ୍ୱର ୨୫/୦୩ : ମଣିଷକୁ ସମୟ ପୂର୍ବରୁ ଓ ଭାଗ୍ୟଠାରୁ ଅଧିକ ମିଳିନଥାଏ ବୋଲି ଏକ ବିଶ୍ୱାସ ରହିଛି | ଏପଟେ ଭାଗ୍ୟଶାଳୀ ଲୋକମାନେ ବିଶ୍ୱାସ କରନ୍ତି ଯାହା ଭାଗ୍ୟରେ ଲେଖାଯାଇଥାଏ ସେୟା ହିଁ ଘଟେ | ଭାଗ୍ୟ ଜାଣିବା ପାଇଁ ଜ୍ୟୋତିଷ ଶାସ୍ତ୍ରରେ ଅନେକ ପ୍ରୟୋଗ ରହିଛି | ଜ୍ୟୋତିଷ ଶାସ୍ତ୍ରରେ କେବଳ ହସ୍ତରେଖା ଏବଂ ସେମାନଙ୍କର ଆକୃତି, ଗଭୀରତା ଏବଂ ରଙ୍ଗକୁ ଦେଖି କାହାର ଭାଗ୍ୟ ଏବଂ ଜୀବନ ବିଷୟରେ ସହଜରେ ଅନୁମାନ କରାଯାଇପାରେ | ଆମ ହାତରେ ଚାରୋଟି ମୁଖ୍ୟ ରେଖା ଥାଏ । ଜୀବନ ରେଖା, ମସ୍ତିଷ୍କ ରେଖା, ହୃଦୟ ରେଖା ଏବଂ ଭାଗ୍ୟ ରେଖା | ଏହି ୪ଟି ରେଖା ମଣିଷ ଜୀବନରେ ସର୍ବାଧିକ ପ୍ରଭାବ ପକାଇଥାଏ । ଯଦି ଏହି ଚାରି ରେଖା ସ୍ପଷ୍ଟ ଥାଏ ତେବେ ସେହି ବ୍ୟକ୍ତି ରାଜା ଭଳି ଜୀବନଯାପନ କରିଥାନ୍ତି ବୋଲି ବିଶ୍ୱାସ କରାଯାଏ |

ଅନ୍ୟପକ୍ଷରେ ଏହି ଚାରୋଟି ରେଖା ଏକତ୍ର ହୋଇ ଉପରୋକ୍ତ ଚିତ୍ର ଅନୁଯାୟୀ ଇଂରାଜୀ ଭାଷାର M ଅକ୍ଷର ଭଳି ଆକାର ହୋଇଥାନ୍ତି, ତାହେଲେ ସେହି ବ୍ୟକ୍ତି ନିଃସନ୍ଦେହରେ କୋଟିପତି ହୋଇଥାନ୍ତି | ଯଦି ଆପଣଙ୍କ ହାତରେ କିମ୍ବା ଆପଣଙ୍କ କୌଣସି ବନ୍ଧୁ ପରିଜନଙ୍କ ହାତରେ ଏପରି M ସୃଷ୍ଟି ହେଉଛି, ତେବେ ବୁଝିଯାଆନ୍ତୁ ଯେ ଏହା ହେଉଛି ଜଣେ କୋଟିପତିଙ୍କର ହାତ ଏବଂ ତାଙ୍କର ସବୁ ପ୍ରାର୍ଥନା ଭଗବାନ ଶୁଣିଥାନ୍ତି | ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଏପରି ବ୍ୟକ୍ତି ଭଗବାନଙ୍କର ଅତି ପ୍ରିୟ ଅଟନ୍ତି। ଏହି ବ୍ୟକ୍ତିମାନଙ୍କୁ ଆଦର୍ଶ ବ୍ୟକ୍ତି ଭାବରେ ବିବେଚନା କରାଯାଏ | ଏହିପରି ଲୋକମାନେ ଅତି ନିର୍ଭୀକ, ଇଶ୍ୱରବିଶ୍ବାସୀ , ବୁଦ୍ଧିମାନ, ସଚ୍ଚୋଟ ଏବଂ ସଫଳ ଅଟନ୍ତି | ଏମାନଙ୍କ ହୃଦୟ ମଧ୍ୟ ବେଶ ପରିଷ୍ଟାର ବା ନିଷ୍କପଟ କୁହାଯାଇପାରେ |

ଏପରି ହସ୍ତରେଖାର ବ୍ୟକ୍ତିମାନେ ଯେଉଁ କାମ କରିବା ପାଇଁ ନିଷ୍ପତ୍ତି ନିଅନ୍ତି ତାକୁ ସର୍ବଦା ସଂପୂର୍ଣ୍ଣ କରିଥାନ୍ତି |  ଯଦିଓ ସମଗ୍ର ବିଶ୍ୱ ସେମାନଙ୍କ ବିରୁଦ୍ଧରେ ଥାଏ ତଥାପି ବି ସେମାନେ ପଛଘୁଞ୍ଚା ନ ଦେଇ କାର୍ଯ୍ୟ ପୁରା କରିଥାନ୍ତି | ଏମାନେ ଜଣେ ସଚ୍ଚୋଟ ଜୀବନସାଥୀ ପାଇଥାନ୍ତି ଏବଂ ବ୍ୟବସାୟରେ ମଧ୍ୟ ତାଙ୍କ ଜୀବନସାଥୀ ତାଙ୍କୁ ପୁରା ସହଯୋଗ କରିଥାନ୍ତି | ଏମାନେ ଯାହା ସହ ବନ୍ଧୁତା ସ୍ଥାପନ କରନ୍ତି ସେମାନଙ୍କ ମଧ୍ୟ ଭାଗ୍ୟ ଖୋଲିଯାଏ |

ଯଦି ଉଭୟ ସ୍ୱାମୀ-ସ୍ତ୍ରୀଙ୍କ ହାତରେ M ଅକ୍ଷର ପାଆନ୍ତି ତେବେ ଏହାର ଅର୍ଥ ହେଉଛି ସେମାନେ ଦୁନିଆର ସବୁଠାରୁ ଭାଗ୍ୟଶାଳୀ ଦମ୍ପତି | ସେମାନଙ୍କର ଯୋଡି ଏକ ଆଦର୍ଶ ଯୋଡି ବା ସେମାନେ ଆଦର୍ଶ ଦମ୍ପତି । ଏବଂ ସେମାନେ ଦୁହେଁ ପରସ୍ପର ପ୍ରତି ବିଶ୍ୱାସଘାତକତା କରନ୍ତି ନାହିଁ | ଉଭୟଙ୍କ ବ୍ୟକ୍ତିତ୍ବ ଓ ଚରିତ୍ରରେ ଅନେକ ସାମଞ୍ଜସ୍ୟ ଥାଏ ଯାହା ସେମାନଙ୍କ ସମ୍ପର୍କକୁ ସବୁଦିନ ପାଇଁ ମଜବୁତ ରଖେ | ଭଗବାନ ଏହିପରି ଲୋକଙ୍କ ପ୍ରାର୍ଥନା ଶୀଘ୍ର ଶୁଣିଥାନ୍ତି ବୋଲି ବିଶ୍ୱାସ କରାଯାଏ | କେବଳ ଏତିକି ନୁହେଁ, ଯଦି ଏହିଭଳି ବ୍ୟକ୍ତିମାନେ ଅନ୍ୟ କାହା ପାଇଁ ପ୍ରାର୍ଥନା କରନ୍ତି ତେବେ ସେହି ପ୍ରାର୍ଥନା ମଧ୍ୟ ଶୀଘ୍ର ପୁର୍ଣ୍ଣ ହୁଏ |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.