Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦେବାଳିଆ ଦ୍ଵାର ଦେଶରେ ଥିବା ଶ୍ରୀଲଙ୍କା ପାଇଁ ଅକ୍ସିଜେନ ପାଲଟିଲା ଭାରତ, ଦେଲା ଏତେ କୋଟି ସହାୟତା
  • ||
  • ପଞ୍ଚାୟତ ନିର୍ବାଚନ ପାଇଁ କଂଗ୍ରେସର ୧୮ ଜଣିଆ ନିର୍ବାଚନ କମିଟି, ନରସିଂହ ଅଧ୍ୟକ୍ଷ
  • ||
  • ପଞ୍ଚାୟତ ନିର୍ବାଚନ: ପ୍ରଥମ ଦିନରେ ନାମାଙ୍କନପତ୍ର ଦାଖଲ କଲେ ୮୭୭୨ ଜଣ ପ୍ରାର୍ଥୀ
  • ||
  • ପୁଣି ନିରାଶ ହେଲେ ସୁମିତ୍, ଆବେଦନ ଖାରଜ କଲେ ଏସଡିଜେଏମ କୋର୍ଟ
  • ||
  • ପଞ୍ଚାୟତ ନିର୍ବାଚନ ପୂର୍ବରୁ ହିଂସା ! ସମିତି ସଭ୍ୟାଙ୍କ ଗାଡି ଜାଳିଦେଲେ ଦୁର୍ବୃତ୍ତ
  • ||
  • ମହିଳାଙ୍କ ଦେହରେ ନିଆଁ ଲଗାଇ ଦେଲେ ଧରମ ଭାଇ ! ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି
  • ||
  • ବିଲଡର୍ ସଂସ୍ଥାର ଘର ଉପରେ ବୋମାମାଡ, ୩ ଶ୍ରମିକ ଆହତ
  • ||
  • ରାଜ୍ୟରେ ଆଉ ୩ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୪୮୪କୁ ବୃଦ୍ଧି
  • ||
  • ରାଜ୍ୟରେ ୧୦ ହଜାର ଉପରେ ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୦୪୮୯ କୋଭିଡ୍ ପଜିଟିଭ୍, ୧୧୪୪୪୦୧ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୨ ଲକ୍ଷ ୫୮ ହଜାରରୁ ଅଧିକ କରୋନା ପଜିଟିଭ୍, ୩୮୫ ମୃତ
  • ||

ପତଳା ଓ ଲମ୍ବା ଆଙ୍ଗୁଠି ଥିବା ବ୍ୟକ୍ତି ହୋଇଥାନ୍ତି ବହୁତ ବୁଦ୍ଧିମାନ: ଏହି ଆଙ୍ଗୁଠି ଲମ୍ବା ଥିଲେ ବ୍ୟକ୍ତି ହୁଅନ୍ତି ମାଲାମାଲ

27/11/2021 at 6:48 PM

ଭୁବନେଶ୍ୱର ୨୭/୧୧ : ଶରୀର ଗଠନ ଓ କୁଣ୍ଡଳୀରେ ଗ୍ରହମାନଙ୍କ ସ୍ଥିତି ପରସ୍ପର ସହ ସମ୍ବନ୍ଧିତ। ଶରୀର କୁଣ୍ଡଳୀରେ ଗ୍ରହଙ୍କ ମଜବୁତ ଓ ଦୁର୍ବଳ ସ୍ଥିତି ପ୍ରଦର୍ଶନ କରିଥାଏ। ଏହା ଆଧାରରେ ବ୍ୟକ୍ତିର ସ୍ୱଭାବ ଓ ଭବିଷ୍ୟତ ସମ୍ପର୍କରେ ଅନେକ କଥା ଜାଣିହୁଏ। ଶରୀରରେ ବିଭିନ୍ନ ଅଙ୍ଗର ଗଠନ, ଅଭ୍ୟାସ, ଚିନ୍ତାଧାରା ଆଧାରରେ ବ୍ୟକ୍ତିର ବ୍ୟକ୍ତିତ୍ୱ ଓ ଜୀବନ ଆକଳନ କରାଯାଇପାରେ। ଅଙ୍ଗ ଗଠନ, ଲକ୍ଷଣ ଆଦି ସାମୁଦ୍ରିକ ଶାସ୍ତ୍ରର ଅଧୀନ। ଏହା ସମ୍ପର୍କରେ ଭାରତୀୟ ଗ୍ରନ୍ଥରେ ବିସ୍ତୁତ ଭାବେ ବର୍ଣ୍ଣନା କରାଯାଇଛି।

ଯଦି ବ୍ୟକ୍ତିଙ୍କ ହାତର ଅନାମିକା ଆଙ୍ଗୁଠି ଲମ୍ବା ହୋଇଥାଏ ତାହେଲେ ବ୍ୟକ୍ତି ଧନୀ ଓ ପରିଶ୍ରମୀ ହୋଇଥାନ୍ତି। ଏମାନେ ସବୁବେଳେ ସକ୍ରିୟ ଏବଂ ମହତ୍ୱାକାଂକ୍ଷୀ। ହାତ ଆଙ୍ଗୁଠି ଶରୀରର ଉଚ୍ଚତା ତୁଳନାରେ ଛୋଟ ଥିଲେ ବ୍ୟକ୍ତିଙ୍କ ସ୍ୱଭାବରେ ଧୈର୍ଯ୍ୟ ନଥାଏ।

ଯେଉଁମାନଙ୍କର ପତଳା, ଛୋଟ ଓ ସୁନ୍ଦର ଆଙ୍ଗୁଠି ଥାଏ ସେମାନେ ବୁଦ୍ଧିମାନ ହୋଇଥାନ୍ତି। ବୈଦିକ କାର୍ଯ୍ୟ କରନ୍ତି, ସାମ୍ବାଦିକ, ଲେଖକ, ଶିକ୍ଷକ ଏବଂ କଳା କ୍ଷେତ୍ରରେ ଭଲ ପ୍ରଦର୍ଶନ କରନ୍ତି। ମୋଟା ଓ ଶକ୍ତ ଆଙ୍ଗୁଠି ଏହାର ବିପରୀତ ଫଳ ଦେଇଥାଏ। ଏମାନେ ସେନା, ପୋଲିସ ଆଦି ବିଭାଗରେ ଭଲ ପ୍ରଦର୍ଶନ କରନ୍ତି।

ଆଙ୍ଗୁଠି ସହ ପାପୁଲି ମଧ୍ୟ ବହୁତ ମହତ୍ତ୍ୱପୂର୍ଣ୍ଣ। ଯଦି ଆଙ୍ଗୁଠି ଓ ପାପୁଲି କୋମଳ ହୋଇଥାଏ ତାହେଲେ ବ୍ୟକ୍ତି କଳ୍ପନାକାରୀ ଓ ଭାବୁକ ହୋଇଥାନ୍ତି। ମନଦେଇ କାମ କରନ୍ତି। ଯେଉଁମାନଙ୍କ ଆଙ୍ଗୁଠି ମୋଟା ସେମାନେ ସବୁବେଳେ ନିଜ କଥା ଚିନ୍ତା କରନ୍ତି। ଏମାନେ ଭରସାଯୋଗ୍ୟ ନୁହନ୍ତି।

ଲମ୍ବା ତଥା ଉପରକୁ ପଛ ଆଡକୁ ଟିକିଏ ନେଇଥିବା ଆଙ୍ଗୁଠି ଦୃଢ ନିଶ୍ଚୟ, ଉଚ୍ଚ ମାହାତ୍ତ୍ୱାକାଂଶୀ ଏବଂ ବ୍ୟବହାରିକତାର ସଂକେତ ଦେଇଥାଏ। ଏମାନଙ୍କ ତର୍କ କ୍ଷମତା ଭଲ। ନମନୀୟ ଆଙ୍ଗୁଠି ଥିବା ବ୍ୟକ୍ତିମାନେ ନମ୍ର ହୋଇଥାନ୍ତି।

ଅନାମିକା ତର୍ଜନୀ ଆଙ୍ଗୁଠିଠୁ ବଡ ହେବା ଭିନ୍ନ ଚିନ୍ତାଧାରା, ଅସୀମ ଶକ୍ତି, ମାହାତ୍ତ୍ୱାକାଂଶୀ ଓ ସାହସର ସଂକେତ। ଏହା ବ୍ୟକ୍ତିକୁ ନାମୀ ମଧ୍ୟ କରିଥାଏ। କନିଷ୍ଠ ଆଙ୍ଗୁଠି ଅନାମିକାର ପ୍ରଥମ ଭାଗ ଯାଏଁ ଆସିବା ଉଚିତ। ନାମୀ ଓ ଧନୀ ବ୍ୟକ୍ତିଙ୍କ ପାଖରେ ଏହା ଦେଖିବାକୁ ମିଳେ।

ଲମ୍ବା ଆଙ୍ଗୁଠି ଯେକୌଣସି ସାଧାରଣ ବ୍ୟକ୍ତିକୁ ବିଶିଷ୍ଟ କରିଥାଏ। ଯେଉଁ ବ୍ୟକ୍ତିଙ୍କ ଆଙ୍ଗୁଠିର ଉପର ଭାଗ ଓ ତଳ ଭାଗ ସମାନ ଏମାନଙ୍କ ଜୀବନର ସୁରଜତ କେବେ ଅସ୍ତ ହୁଏନାହିଁ। ପ୍ରାୟତଃ ଖେଳାଳିଙ୍କ ଆଙ୍ଗୁଠି ଏମିତି ଥା।

   Related Posts