twitterରେ ଟ୍ରେଣ୍ଡ କରୁଛି ‘#ବାହାନା ନୁହେଁ ବହାଲି ଦରକାର’,‘#ରୋଜଗାର ଦିଅ ମୋଦି’ ଜାଣନ୍ତୁ କାହିଁକି?

Published By : Prameya-News7 Bureau | February 21, 2021 IST

ନୂଆଦିଲ୍ଲୀ ୨୧।୨: ସାରା ଦେଶରେ ରବିବାର ସୋସିଆଲ ମିଡିଆରେ ‘ବାହାନା ନହିଁ ବହାଲୀ ଚାହିଏ’, ‘ରୋଜଗାର ଦୋ ମୋଦି’ ଟ୍ରେଣ୍ଡ କରୁଥିବା ଦେଖାଯାଇଛି। ଗତବର୍ଷ କରୋନା ଯୋଗୁ ବିଭିନ୍ନ ପ୍ରତିଯୋଗୀତା ପରୀକ୍ଷା ବାତିଲ ହେବା ପରେ ମଧ୍ୟ ଏହିଭଳି ହାସ୍‌ ଟାଗ୍‌ ସୋସିଆଲ ମିଡିଆ ଟ୍ୱିଟରରେ ଟ୍ରେଣ୍ଡ କରିଥିଲା। ଯେଉଁଥିରେ ‘ମେଁ ଭି ବେରୋଜଗାର’ ହାସ୍ ଟ୍ୟାଗ୍‌ ଟ୍ରେଣ୍ଡ କରାଯାଇଥିଲା। ତେବେ ଏପରି ହାସ୍ ଟ୍ୟାଗ୍ କାହିଁକି ଟ୍ରେଣ୍ଡ କରାଯାଉଛି ଆସନ୍ତୁ ଜାଣିବା।

{"id":412615,"sizeSlug":"large","linkDestination":"none"}

୨୦୧୩ ମସିହାରେ ଷୋଡ଼ଷ ଲୋକସଭା ନିର୍ବାଚନ କାଳରେ ବିଜେପି ଦେଶର ବେକାରୀକୁ କ୍ଷମତାସୀନ ୟୁପିଏ ସରକାରଙ୍କ ବିରୋଧରେ ପ୍ରସଙ୍ଗ କରିଥିଲା। ସେତେବେଳେ ଆଶାୟୀ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ନିର୍ବାଚନୀ ରାଲିରେ ବିଜେପି କେନ୍ଦ୍ରରେ ସରକାରକୁ ଆସିଲେ ପ୍ରତିବର୍ଷ ୧ କୋଟି  ଯୁବକଙ୍କୁ ନିଯୁକ୍ତି ପ୍ରଦାନ କରିବେ ବୋଲି ଘୋଷଣା କରିଥିଲେ। ସରକାରର ପ୍ରଥମ କାର୍ଯ୍ୟକାଳ ଛାଡ ଦ୍ୱିତୀୟ କାର୍ଯ୍ୟକାଳର ଏବେ ୨.୦ ଚାଲିଛି। ଏଣୁ ନିଯୁକ୍ତି ଆଶାୟୀମାନେ ସରକାର ଏ ପର୍ଯ୍ୟନ୍ତ କେତେ କୋଟି ବେକାରଙ୍କୁ ନିଯୁକ୍ତି ଦେଇଛ ସେ ନେଇ ପ୍ରଶ୍ନ ଉଠାଇଛନ୍ତି।

wp:embed {"url":"https://twitter.com/_garrywalia/status/1363534616661958659","type":"rich","providerNameSlug":"twitter","responsive":true,"className":""}
https://twitter.com/_garrywalia/status/1363534616661958659
/wp:embed

ବେରୋଜଗାର ମାନେ କେନ୍ଦ୍ର ସରକାରଙ୍କ ବିରୋଧରେ ସୋସିଆଲ ମିଡିଆରେ ‘ହଲ୍ଲାବୋଲ’ କରିଛନ୍ତି। ଏଣୁ ଯୁବବର୍ଗଙ୍କ ଆକ୍ରୋଶ ଦିନ ତମାମ ସୋସିଆଲ ମିଡିଆରେ ଟ୍ରେଣ୍ଡ କରିଥିବା ଦେଖାଯାଇଛି। ସିଷ୍ଟମର ବିଳମ୍ବତା ଓ ଭ୍ରଷ୍ଟାଚାର ବିରୋଧରେ ବେରୋଜଗାରମାନେ ଦୀର୍ଘ ବର୍ଷରୁ ସଂଘର୍ଷ କରିଆସୁଛନ୍ତି। ଏଥିରେ ଗତ ବର୍ଷମାନଙ୍କରେ ହୋଇଥିବା ବିଭିନ୍ନ ପ୍ରତିଯୋଗୀତା ପରୀକ୍ଷା ଉତ୍ତର ବସ୍ତାରେ ବନ୍ଧା ହୋଇ ସରକାରଙ୍କ କୋଲ୍ଡ ଷ୍ଟୋରରେ ପଡିଛି।

wp:embed {"url":"https://twitter.com/abhaythakur321/status/1363537830408900610","type":"rich","providerNameSlug":"twitter","responsive":true,"className":""}
https://twitter.com/abhaythakur321/status/1363537830408900610
/wp:embed

ଦେଶରେ କର୍ମଚାରୀ ଚୟନ ପାଇଁ ହେଉଥିବା ଷ୍ଟାଫ ସିଲେକ୍ସନ କମିଶନ(ଏସଏସସି) ଏବେ ସ୍ଲୋ ସିଲେକ୍ସନ କମିଶନରେ ପରିଣତ ହୋଇଥିବା ଆଶାୟୀମାନେ ଅଭିଯୋଗ କରିଛନ୍ତି। କେବଳ ଏତିକି ନୁହେଁ କର୍ମଚାରୀ ପ୍ରବରଣରେ ସଂସ୍ଥାର ସ୍ୱଚ୍ଛତା ପ୍ରତି ମଧ୍ୟ ଅଙ୍ଗୁଳି ଉଠାଇଲେଣି। ବେକାରଙ୍କ ଏହି ଟ୍ୱିଟ୍‌ ଅଭିଯାନ ଦେଶରେ ଫେବୃଆରୀ ୧୯ ତାରିଖରୁ ଆରମ୍ଭ ହେଲାଣି। ସିଜିଏଲ-୧୯ ଟିୟର-୨ ରେଜଲ୍ଟ ଘୋଷଣା ପରଠାରୁ ବେକାରଙ୍କ ମଧ୍ୟରେ ଆକ୍ରୋଶ ଦେଖାଦେଲାଣି। ଯାହାକୁ ସେମାନେ ୨୫ ଫେବୃଆରୀ ସୁଦ୍ଧା ଦେଶରେ ଜନ ଆନ୍ଦୋଳନରେ ପରିଣତ କରିବାକୁ ସେମାନେ ଯୋଜନା କରିଥିବା ଜଣାପଡିଛି।

wp:embed {"url":"https://twitter.com/AyushBandhe/status/1363534789697970180","type":"rich","providerNameSlug":"twitter","responsive":true,"className":""}
https://twitter.com/AyushBandhe/status/1363534789697970180
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.