ହସ୍ପିଟାଲ ପରିସର ପାଲଟିଲା ରଣକ୍ଷେତ୍ର, ଗାଡି ଭଡାକୁ ନେଇ ମାଲିକ ଓ ଡ୍ରାଇଭର ମାରପିଟ୍

Published By : Prameya-News7 Bureau | April 11, 2021 IST

ନୀଳଗିରି,୧୧/୪ : ବାଲେଶ୍ବର ଜିଲ୍ଲା ନୀଳଗିରି ଉପଖଣ୍ଡ ମେଡିକାଲରେ ରବିବାର ଗାଡି ଭଡାକୁ କେନ୍ଦ୍ରକରି ତୁମୂଳକାଣ୍ଡ । ଗାଡି ମାଲିକ ଓ ଡ୍ରାଇଭର ମଧ୍ୟରେ ଗଡ଼ାପଡା ଓ ମାରପିଟ୍ ।ରଣକ୍ଷେତ୍ର ପାଲଟିଲା ହସ୍ପିଟାଲ ପରିସର।

ସୂଚନାନୁସାରେ, ହସ୍ପିଟାଲରେ ଜଣେ ରୋଗୀ ଡିସଚାର୍ଜ ହୋଇ ଘରକୁ ଯିବାବେଳେ ତାଙ୍କ ସମ୍ପର୍କୀୟ ଭଡା ଗାଡି ଖୋଜିଥିଲେ। କଟିଆ ନାୟକଙ୍କ ଆମ୍ବୁଲାନ୍ସ ଓ ଉପେନ୍ଦ୍ର ମିଶ୍ରଙ୍କ ଆମ୍ବୁଲାନ୍ସ ମଧ୍ୟରେ ଭଡା କରିବାକୁ ଆରମ୍ବ ହୋଇଥିଲା ପ୍ରତିଯୋଗିତା। ଏହି ସମୟରେ କଟିଆ ଆମ୍ବୁଲାନ୍ସର ଡ୍ରାଇଭର ନିନ ବେହେରା ଓ ଆମ୍ବୁଲାନ୍ସ ମାଲିକ ବାବୁ ଓରଫ ଉପେନ୍ଦ୍ର ମିଶ୍ରକୁ ଗାଳିଗୁଲଜ କରିଥିଲେ।

କଥା କଟାକଟି ପରେ ଦୁଇ ଜଣଙ୍କ ମଧ୍ୟରେ ହାତାହାତି ମଧ୍ୟ ହୋଇଥିଲେ।ଏହା ପରେ ହସ୍ପିଟାଲ ପରିସର ରଣକ୍ଷେତ୍ର ପାଲଟିଥିଲା। ଏନେଇ ନୀଳଗିରି ଥାନାରେ ଅଭିଯୋଗ ପରେ ଘଟଣାକୁ ନେଇ ଆପୋଷ ସମାଧାନ ହୋଇଥିବା ଜଣାପଡିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.