ମହମ୍ମଦ ସାମୀଙ୍କୁ ଲଫଙ୍ଗା କହିଲେ ପତ୍ନୀ ହସିନ ଜାହାନ : ଜାଣନ୍ତୁ କାହିଁକି

Published By : Prameya-News7 Bureau | June 27, 2019 IST

ମଞ୍ଚେଷ୍ଟର ୨୭/୬ : ଭାରତୀୟ କ୍ରିକେଟ ଟିମର ଧୂଆଁଧାର ବୋଲର ୧୨ ମାସ ହେଲା ନିଜ ପ୍ରଦର୍ଶନ ଯୋଗୁଁ ମୈଦାନରେ ଛାଇ ରହିଛନ୍ତି । ବିଶ୍ୱକପରେ ହ୍ୟାଟ୍ରିକ କରିଥିବା ସେ ହେଉଛନ୍ତି ଦ୍ୱିତୀୟ ଭାରତୀୟ ବୋଲର । କିନ୍ତୁ ତାଙ୍କ ବ୍ୟକ୍ତିଗତ ଜୀବନରେ ବାରମ୍ବାର ସମସ୍ୟା ତାଙ୍କ ରାସ୍ତାରେ ବାଧା ଦେଉଛି । ସାମୀଙ୍କ ପତ୍ନୀ ହସିନ ଜାହାନ ବୁଧବାର ରାତିରେ ଫେସବୁକ ପୋଷ୍ଟ ଲେଖି ସାମୀଙ୍କ ଉପରେ ଅଭିମାନ ଥିବା ଦର୍ଶାଇଛନ୍ତି ।

{"id":127953}

ଟିକଟକରେ ସାମୀ ମହିଳାଙ୍କୁ ଫଲୋ କରୁଥିବା ନେଇ ହସିନ ନାନା କଥା କହିଥିଲେ । ସାମୀ ଟିକଟକରେ ଯେଉଁ ମହିଳାମାନଙ୍କୁ ଫଲୋ କରୁଛନ୍ତି ସେମାନଙ୍କ ଆକାଉଣ୍ଟର ସ୍କ୍ରିନସଟ ନେଇ ହସିନ ଫେସବୁକ ସେୟାର କରିଛନ୍ତି ଏବଂ ତାଙ୍କୁ ନିନ୍ଦା କରିଛନ୍ତି ।

{"id":127958,"align":"center"}

ସେ ଲେଖିଛନ୍ତି ଲଫଙ୍ଗା ସାମୀ ଟିକଟକ ଆକାଉଣ୍ଟ ଖୋଲିଚି ଏବଂ ଏଥିରେ ୯୭ ଜଣଙ୍କୁ ଫଲୋ କରୁଛି । ସେଥିମଧ୍ୟରୁ ୯୦ ଯୁବତୀ ଅଛନ୍ତି । ଗୋଟିଏ ଝିଅର ବାପା ହେଇ ମଧ୍ୟ ତାକୁ ଟିକେ ଲାଜ ନାହିଁ ବୋଲି କହିଛନ୍ତି ହସିନ ।

{"id":127954}

ଗତବର୍ଷ ଆଇପିଏଲ ମ୍ୟାଚ ପରେ ମହମ୍ମଦ ସାମୀ ଏବଂ ହସିନ ଜାହାନଙ୍କ ବୈବାହିକ ଜୀବନରେ ଫାଟ ସୃଷ୍ଟି ହୋଇଥିଲା । ସାମୀଙ୍କ ଅନ୍ୟ ଯୁବତୀଙ୍କ ସହ ଅନୈତିକ ସମ୍ପର୍କ ଥିବା ଅଭିଯୋଗ କରିଥିଲେ ହସିନ । ଏହାସହ ଘରୋଇ ହିଂସା ମାମଲାରେ ଏତଲା ଦେଇଥିଲେ ହସିନ ।

{"id":127955,"align":"center"}

ଆଇପିଏଲ ମ୍ୟାଚ ସମୟରେ ସାମୀ ଫିଟ ନଥିଲେ କି ମୈଦାନରେ ଭଲ ପ୍ରଦର୍ଶନ କରିପାରୁନଥିଲେ । ଏହି ସମୟରେ ହସିନ ତାଙ୍କ ଉପରେ ନାନା ଅଭିଯୋଗ ଆଣିଥିଲେ । ଯାହାଫଳରେ ଉଭୟଙ୍କ ସମ୍ପର୍କ ଅଧିକ ଖରାପ ହୋଇଥିଲା । କିଛି ଦିନ ପୂର୍ବରୁ ହସିନ ସାମୀଙ୍କ ଘର ବାହାରେ ହଂଗାମା କରିଥିଲେ । ଯାହାଫଳରେ ତାଙ୍କୁ ପୋଲିସ ଗିରଫ ମଧ୍ୟ କରିନେଇଥିଲା ।

{"id":127956}

କ୍ରିକେଟ ମୈଦାନରେ ସାମୀ ଧୀରେ ଧୀରେ ଆଗକୁ ବଢୁଥିବାବେଳେ ତାଙ୍କ ବୈବାହିକ ଜୀବନ ଧୀରେ ଧୀରେ ଶେଷ ହେବ ଭଳି ଜଣାପଡୁଛି । ହସି ସାମୀଙ୍କ ବିରୋଧରେ ପ୍ରତାଡନା, ହତ୍ୟା ଉଦ୍ୟମ ଭଳି ଅନେକ ସଂଗୀନ ଅଭିଯୋଗ କରିଥିଲେ ।

{"id":127957}

ହସିନ କହିଥିଲେ ସେ ଲୁଜର ନୁହନ୍ତି । ସେ ଏବେ ପୁଣିଥରେ ମଡେଲିଂ ଆରମ୍ଭ କରିଛନ୍ତି । ନିଜର ୩ ବର୍ଷର ଝିଅକୁ ସମ୍ମାନର ସହ ଭରଣା ପୋଷଣ କରିବା ପାଇଁ ସେ ପୁଣିଥରେ ମଡେଲିଂ କରୁଛନ୍ତି ବୋଲି କହିଛନ୍ତି । ହସିନ ଜଣେ ପ୍ରଫେସନାଲ ମଡେଲ । ସେ କୋଲକାତା ନାଇଟ ରାଇଡର ପାଇଁ ଚିୟାର ଗାର୍ଲ ମଧ୍ୟ ହୋଇଥିଲେ । କିନ୍ତୁ ୨୦୧୪ରେ ସାମୀଙ୍କୁ ବିବାହ କରିବା ପରେ ସେ ମଡେଲିଂ ଛାଡି ଦେଇଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.