ଓକିଲ ରାଜି ହେଉ ନାହାନ୍ତି, ଏବେ ନିଜର କେସ୍ କୋର୍ଟରେ ନିଜେ ଲଢିବେ ମହମ୍ମଦ ଶମୀଙ୍କ ପତ୍ନୀ ହସୀନ ଜହାଁ

Published By : Prameya-News7 Bureau | February 14, 2020 IST

ଏଲହାବାଦ୍ ୧୪।୨:  କ୍ରିକେଟର ମହମ୍ମଦ ଶମୀଙ୍କ ପତ୍ନୀ ହସୀନ ଜହାଁ ଏବେ ନିଜ କେସ୍ କୋର୍ଟରେ ନିଜେ ଲଢିବେ। ଏ ନେଇ ସେ ଏଲହାବାଦ କୋର୍ଟରେ ପିଟିସନ ଦାୟର କରିଛନ୍ତି। ଏଥିରେ ସେ ପୋଲିସ ଓ ମହମ୍ମଦ ଶମୀଙ୍କ ବିରୋଧରେ ନିଜେ କୋର୍ଟରେ କେସ୍ ପରିଚାଳନ କରିବେ ବୋଲି କହିଛନ୍ତି।

{"id":224490,"sizeSlug":"large"}

ଶମୀ ଓ ତାଙ୍କ ପତ୍ନୀଙ୍କ ମଧ୍ୟରେ ଗତ ୨ ବର୍ଷ ହେଲା ବିବାଦ ଲାଗି ରହିଛି। ଶମୀ ଓ ତାଙ୍କ ପରିବାର ଲୋକଙ୍କ ବିରୋଧରେ ହସୀନ ଯୌତୁକ ନିର୍ଯାତନା ଅଭିଯୋଗ ଆଣିଥିଲେ। ଏବେ ପୋଲିସ ତାଙ୍କୁ ଓ ତଙ୍କ ଝିଅ ପ୍ରତି ଅଭଦ୍ର ଆଚରଣ କରିଥିବା ନେଇ ହସୀନ ଅଭିଯୋଗ ଆଣିଛନ୍ତି। ତେବେ କୌଣସି ଓକିଲ ତାଙ୍କ କେସ କୋର୍ଟରେ ଲଢିବା ଲାଗି ଆଗ୍ରହୀ ହେଉ ନଥିବାରୁ ଅଗତ୍ୟା ସେ ନିଜେ ଲଢିବାକୁ ନିଷ୍ପତ୍ତି ନେଇଛନ୍ତି।

{"id":224491,"sizeSlug":"large"}

ଗଣମାଧ୍ୟ ରିପୋର୍ଟ ଅନୁସାରେ ଗତ ବର୍ଷ ଏପ୍ରିସ ୨୮ ତାରିଖରେ ହସୀନ ତାଙ୍କ ଝିଅ ସହ ଶ୍ୱଶୁର ଘରକୁ ଯାଇଥିଲେ। ସେତେବେଳେ ନିକଟସ୍ଥ ଥାନାରୁ ଜଣେ ପୋଲିସ କର୍ମଚାରୀ ଆସି ତାଙ୍କ ସହ କଥାବାର୍ତ୍ତା ହୋଇ ଫେରିଯାଇଥିଲେ। ତେବେ ତାର କିଛି ସମୟ ପରେ ପୁଣି ଆସି ତାଙ୍କୁ ଅସଭ୍ୟ ଗାଳିଗୁଲଜ କରିବା ସହ ଥାନାକୁ ନେଇଯାଇଥିଲେ। ସେଠାରେ ତାଙ୍କୁ ଡାକ୍ତରୀ ମାଇନା ଲାଗି ପଠାଇବା ସହ ରାତି ତମାମ ଥାନାରେ ଅଟକାଇ ରଖିଥିଲା ପୋଲିସ। ତା ପରଦିନ ପୋଲିସ ତାଙ୍କୁ ଜୋର ଜବରଦସ୍ତ ଘରୁ ଗିରଫ କରିନେଇଥିଲା। ଏବେ ଏହି ମାମଲା କୋର୍ଟରେ ପହଞ୍ଚିଛି। ହେଲେ ତାଙ୍କୁ ଓକିଲ ମିଳୁନାହାନ୍ତି। ସବୁ ଓକିଲଙ୍କୁ ଶମୀ ଧମକାଇ ଥିବାର ହସୀନ ଅଭିଯୋଗ କରିଛନ୍ତି।    

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.