ତାପସୀ ପନ୍ନୁଙ୍କ 'ହସିନ୍ ଦିଲରୁବା' ଟିଜର୍ ରିଲିଜ୍: ଓଟିଟିରେ ଆଗାମୀ ମାସରେ ଦେଖିପାରିବେ ଫିଲ୍ମ

Published By : Prameya-News7 Bureau | June 08, 2021 IST

ନୂଆଦିଲ୍ଲୀ ୦୮/0୬: ତାପସୀ ପନ୍ନୁଙ୍କ ଫ୍ୟାନ୍ସମାନେ ତାଙ୍କ ଆଗାମୀ ଫିଲ୍ମ 'ହସିନ୍ ଦିଲରୁବା'କୁ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି। ଏହି ଫିଲ୍ମ ନେଟଫ୍ଲିକ୍ସରେ ରିଲିଜ୍ ହେବ । ବର୍ତ୍ତମାନ ଏହି ଫିଲ୍ମର ଟିଜର ସୋସିଆଲ ମିଡିଆରେ ଲଞ୍ଚ କରାଯାଇଛି। ଏହି ଫିଲ୍ମରେ ବିଶେଷ ଭୂମିକା ଗ୍ରହଣ କରିଥିବା ଅଭିନେତା ବିକ୍ରାନ୍ତ ମାସେ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରୁ ଏହାର ଟିଜର ରିଲିଜ କରିଛନ୍ତି। ଏହା ସହିତ ସେ ଏକ ଆକର୍ଷଣୀୟ କ୍ୟାପସନ୍ ମଧ୍ୟ ଦେଇଛନ୍ତି ।

wp:html
/wp:html

ବିକ୍ରାନ୍ତ କ୍ୟାପ୍ସନରେ ଲେଖିଛନ୍ତି, 'ରକ୍ତର ଛିଟା ସହିତ ପ୍ରେମର ତିନୋଟି ରଙ୍ଗ।' ଟିଜର ଦେଖି ଜଣା ପଡୁଛି ଯେ ଏହି ଫିଲ୍ମରେ ବିକ୍ରାନ୍ତ ଜଣେ ଅବସେସିଭ୍ ସ୍ୱାମୀ ଭୂମିକାରେ ଅଭିନୟ କରିଛନ୍ତି। ଫିଲ୍ମର କାହାଣୀ ହରାଇବା, ପ୍ରତାରଣା ଏବଂ ଷଡଯନ୍ତ୍ର ମଧ୍ୟରେ ଝୁଲୁଥିବାର ଦେଖାଯାଇଛି । ଫିଲ୍ମଟିକୁ ଭିନିଲ ମାଥ୍ୟୁ ନିର୍ଦ୍ଦେଶନା ଦେଇଥିବା ବେଳେ ଆନନ୍ଦ ଏଲ୍ ରାୟ ଏହାର  ନିର୍ମାତା ଅଟନ୍ତି।

ଫ୍ୟାନ୍ସମାନଙ୍କ ସହ ସେଲିବ୍ରେଟମାନେ ମଧ୍ୟ ଫିଲ୍ମର ଟିଜରକୁ ବହୁତ ପସନ୍ଦ କରୁଛନ୍ତି। ଟିଜର ବ୍ୟତୀତ ବିକ୍ରାନ୍ତ ଫିଲ୍ମର ପୋଷ୍ଟର ମଧ୍ୟ ସେୟାର କରିଛନ୍ତି । ଏହି ଫିଲ୍ମ ଜୁଲାଇ ୨ ରେ ନେଟଫ୍ଲିକ୍ସରେ ରିଲିଜ୍ ହେବ । ଏହି ଫିଲ୍ମର ତିନୋଟି କଳାକାରଙ୍କ ଭୂମିକା ଅତ୍ୟନ୍ତ ଆକର୍ଷଣୀୟ ଜଣାପଡୁଛି । ମହାମାରୀ ହେତୁ ଅନେକ ଫିଲ୍ମ ରିଲିଜ୍ ପାଇଁ OTT ଆଡକୁ ମୁହାଁଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.