ତେଜସ୍ଵୀଙ୍କୁ ମିଳିପାରେ ବିହାରର ଗାଦି, ଜାଣନ୍ତୁ କିଏ ଥିଲେ ଦେଶର ସର୍ବ କନିଷ୍ଠ ମୁଖ୍ୟମନ୍ତ୍ରୀ

Published By : Prameya-News7 Bureau | November 09, 2020 IST

ନୂଆଦିଲ୍ଲୀ ୦୯।୧୧: ବିହାର ଏକଜିଟ୍‌ ପୋଲ୍‌ରେ ଜେଡିୟୁ ଓ କଂଗ୍ରେସ ମେଣ୍ଟ ଆଗୁଆ ରହିବା ସହିତ ତେଜସ୍ଵୀ ଯାଦବ ରାଜ୍ୟର ସବୁଠୁ ଯୁବ ମୁଖ୍ୟମନ୍ତ୍ରୀ ହେବା ନେଇ ଚର୍ଚ୍ଚା ଜୋର ଧରିଛି। ହେଲେ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ, ତେଜସ୍ଵୀ ଯାଦବ ଯଦିଓ ରାଜ୍ୟର ସବୁଠୁ ଯୁବ ମୁଖ୍ୟମନ୍ତ୍ରୀ ହେବେ, କିନ୍ତୁ ତାଙ୍କ ପୂର୍ବରୁ ଏମିତି ଜଣେ ନେତା ଅଛନ୍ତି ଯିଏ ୩୦ ବର୍ଷ ବୟସରେ ମୁଖ୍ୟମନ୍ତ୍ରୀ ହୋଇ ଦେଶର ସବୁଠୁ କମ ବୟସରେ ମୁଖ୍ୟମନ୍ତ୍ରୀ ହେବାର ରେକର୍ଡ କରିଛନ୍ତି। ତାଙ୍କ ନାଁ ହେଉଛି ହସନ ଫାରୁଖ।

ପ୍ରଖର ବକ୍ତା ଏବଂ ରାଜନୀତି ଉପରେ ଗଭୀର ଜ୍ଞାନ ରଖୁଥିବା ଲାଲୁ ପ୍ରସାଦ ଯାଦବଙ୍କ ସାନ ପୁଅ ତେଜସ୍ଵୀ ଯାଦବ ରାଜ୍ୟର ମୁଖ୍ୟମନ୍ତ୍ରୀ ହୋଇ ପାରନ୍ତି। ଏହାର ଫଳାଫଳ ଆସନ୍ତାକାଲି ଜଣା ପଡିବ। ତେଜସ୍ଵୀଙ୍କ ଜନ୍ମ ୧୯୮୯ ନଭେମ୍ଵର ୯ ତାରିଖରେ ହୋଇଥିଲା। ସେ ଆଜି ୩୧ ବର୍ଷ ବୟସ ପୂରଣ କରିଛନ୍ତି। କିନ୍ତୁ ଫାରୁଖ ହସନ ୩୦ ବର୍ଷ ବୟସରେ ମୁଖ୍ୟମନ୍ତ୍ରୀ ପଦ ସମ୍ଭାଳିଥିଲେ।

{"id":358936,"sizeSlug":"large"}

ହସନ ଫାରୁଖଙ୍କ ନାମ ଏମ.ଓ.ଏଚ ଫାରୁଖ ମାରିକର। ତାଙ୍କର ଜନ୍ମ ୧୯୩୭ ସେପ୍ଟେମ୍ବର ୬ରେ ହୋଇଥିଲା। ସେ ୩୦ ବର୍ଷ ବୟସରେ ୧୯୬୭ରେ ପ୍ରଥମ ଥର ପୁଡୁଚେରୀର ମୁଖ୍ୟମନ୍ତ୍ରୀ ହୋଇଥିଲେ। ସେ ଭାରତର କୌଣସି ବି ରାଜ୍ୟରେ ସବୁଠୁ ଯୁବ ମୁଖ୍ୟମନ୍ତ୍ରୀ ହେବାର ରେକର୍ଡ କରିଥିଲେ।

ଫାରୁଖ ୧୯୯୧, ୧୯୯୬ ଓ ୧୯୯୯ରେ ଲୋକସଭା ନିର୍ବାଚନ ଜିତି ସଂସଦ ପହଞ୍ଚିଥିଲେ। ପି ଭି ନରସିମାହ ରାଓଙ୍କ ସରକାରରେ ଫାରୁଖ ଜାହାଜ  ଚଳାଚଳ ଏବଂ ପର୍ଯ୍ୟଟନ ମନ୍ତ୍ରୀ ଥିଲେ। କେବଳ ରାଜନୀତି ନୁହେଁ ସେ ବିଦେଶୀ ମାମଲାରେ ମଧ୍ୟ ତାଙ୍କର ପ୍ରଗାଢ ଜ୍ଞାନ ରହିଛି। ଏହି କାରଣରୁ ୨୦୦୪ରେ ଫାରୁଖ ସାଉଦି ଆରବରେ ଭାରତର ରାଷ୍ଟ୍ରଦୂତ ଭାବେ ଦାୟିତ୍ଵ ଗ୍ରହଣ କରିଥିଲେ।

{"id":358937,"sizeSlug":"large"}

ଏହା ପରେ ୨୦୧୦ରେ ସେ ଝାଡଖଣ୍ଡର ରାଜ୍ୟପାଳ ପଦଭାର ସମ୍ଭାଳିଥିଲେ। ଏହାର ଗୋଟିଏ ବର୍ଷ ପରେ ୨୦୧୧ରେ ସେ କେରଳର ରାଜ୍ୟପାଳ ହୋଇଥିଲେ। ୨୦୧୨ରେ ଗୋଟିଏ ଦିନ ଅଫିସରେ ତାଙ୍କର ସ୍ଵାସ୍ଥ୍ୟବସ୍ଥା ବିଗିଡିଥିଲା। ଚେନ୍ନାଇର ଆପୋଲ ହସ୍ପିଟାଲରେ ୨୦୧୨ ଜାନୁଆରୀ ୨୬ରେ ସେ ଶେଷ ନିଃଶ୍ଵାସ ତ୍ୟାଗ କରିଥିଲେ।

ଅନ୍ୟପଟେ ଲାଲୁ ପ୍ରସାଦ ଯାଦବଙ୍କ ସାନ ପୁଅ ତେଜସ୍ଵୀ ଯାଦବ ମାତ୍ର ୨୬ ବର୍ଷ ବୟସରେ ବିହାରର ଉପ ମୁଖ୍ୟମନ୍ତ୍ରୀ ହୋଇଥିଲେ। ରାଜନୀତିରେ ପ୍ରବେଶ  କରିବା ପୂର୍ବରୁ ସେ କ୍ରିକେଟ୍‌ର ଥିଲେ। ସେ ବିଜୟ ହଜାରେ ଟ୍ରଫିରେ ଝାଡଖଣ୍ଡ ତରଫରୁ ପ୍ରତିନିଧିତ୍ଵ କରିଥିଲେ। ସେ ୨୦୦୮ ରୁ ୨୦୧୨ ପର୍ଯ୍ୟନ୍ତ ଆଇପିଏଲ ଟିମ୍‌ର ସଦସ୍ୟ ଥିଲେ। ସେ ଦିଲ୍ଲୀ ଡେୟାରଡେଭିଲ୍ସ ଦଳର ସଦସ୍ୟ ଥିଲେ। ମାତ୍ର ସେ ଆଇପିଏଲରେ ଗୋଟିଏ ହେଲେ ମ୍ୟାଚ୍‌ ଖେଳି ନାହାନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.