Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଗଞ୍ଜାମ ଦିଗପହଣ୍ଡିରେ ଅପରାଧୀର ଛୁରା ମାଡରେ ଅପରାଧୀ ମୃତ
  • ||
  • ବାଙ୍କୀରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ବୋମାମାଡରେ ଜଣଙ୍କର ମୃତ୍ୟୁ
  • ||
  • କେନ୍ଦୁଝର ନୟାକୋଟରେ ସ୍ତ୍ରୀକୁ ଟାଙ୍ଗିଆରେ ହାଣିଲା ସ୍ବାମୀ
  • ||
  • ଗୁଜୁରାଟରେ ସ୍ତ୍ରୀକୁ ହତ୍ୟା ପରେ ଦୁଇ ସନ୍ତାନ ସହ ନିଜ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇଦେଲେ ଯୁବକ
  • ||
  • ରାଜ୍ୟରେ ଆଉ ୧୫ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୬୯୫ କରୋନା ସଂକ୍ରମିତ
  • ||
  • ଆସୁଛି ଆଉ ଏକ ଲଘୁଚାପ ! ନଭେମ୍ବର ପହିଲାରୁ ପୁଣି ବର୍ଷାର ସମ୍ଭାବନା
  • ||
  • ଆମେରିକୀୟ ନୌସେନା ବିମାନ ଦୁର୍ଘଟଣାଗ୍ରସ୍ତ, ଦୁଇ ପାଇଲଟଙ୍କ ମୃତ୍ୟୁ
  • ||
  • ଭୁଆସୁଣୀ ଛକରେ ସିରିଜ୍ ଦୁର୍ଘଟଣା, ୨ ଗୁରୁତର
  • ||

ଟ୍ୱିଟରରେ ଏବେ ଟ୍ରେଣ୍ଡିଂ ହେଉଛି #maharastra, ଖୁବ ମଜା ନେଉଛନ୍ତି ୟୁଜର

23/11/2019 at 9:05 PM

ମୁମ୍ବାଇ : ୨୩ ନଭେମ୍ବର ସକାଳେ ମହାରାଷ୍ଟ୍ରରେ ଯେଉଁ ବିସ୍ଫୋରଣ ହେଲା ତାର ଧୂଆଁ ଦିନ ତମାମ ଟ୍ୱିଟରରେ ଭାସି ବୁଲିଛି। ଏହି ସୋସାଲ ମିଡିଆ ପ୍ଲାଟଫର୍ମରେ ‘ମହାରାଷ୍ଟ୍ର’,  ‘ମୋଟାଭାଇ’, ‘ମହାରାଷ୍ଟ୍ର ପଲିଟିକ୍ସ’ ଓ ‘ଶରଦ ପାୱାର’ ଆଦି ହାସ୍ ଟ୍ୟାଗ୍ ଦିନତମାମ ଟ୍ରେଣ୍ଡିଂ କରୁଥିଲା।  ତେବେ ଟ୍ୱିଟରରେ ସବୁଠୁ ଅଧିକ ଟ୍ୱିଟ୍ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ନେଇଥିଲା। ସବୁଠୁ ଅଧିକ ଫଟୋ ବି ତାଙ୍କର ସେୟାର ହୋଇଛି।

#Motabhai ହାସ୍ ଟ୍ୟାଗରେ ସବୁଠୁ ଅଧିକ ୟୁଜର କମେଣ୍ଟ କରିଥିବା ବେଳେ ଜଣକୁ ବଳି ଜଣେ କମେଟ୍ ଲେଖିଛନ୍ତି। କେ.ଆର.ଶାନୁ ନାମକ ଜନୈକ ୟୁଜର ଅମିତ ଶାହଙ୍କ ଫଟୋ ସେୟାର କରି ‘ କେବଳ ଏହି ଜଣେ ବ୍ୟକ୍ତି ଦେଶର ରାଜନୀତିକୁ ବିଶ୍ୱର କୌଣସି ରୋମାଞ୍ଚକର ଫୁଟବଲ ମ୍ୟାଚ୍ ଅଥବା କ୍ରିକେଟ ମ୍ୟାଚ୍ ଠାରୁ ବି ଅଧିକ ରୋମାଞ୍ଚକ କରିଛନ୍ତି’ ବୋଲି ଉଲ୍ଲେଖ କରିଛନ୍ତି। ସେହି ପରି ଅନ୍ୟ ଜଣେ ୟୁଜର ଅବଦୁଲ୍ଲା କମେଟ୍ ରେ ‘ ବ୍ରେକିଂ ନ୍ୟୁଜ୍ …ବିଶ୍ୱନାଥ ଆନନ୍ଦ  ଅମିତଶାହଙ୍କ ସହ ଚେସ୍ ଖେଳିବାକୁ ମନା କରିଦେଲେ’ ବୋଲି ଉଲ୍ଲେଖ କରିଛନ୍ତି। ସହିପରି ଆଉଜଣେ ୟୁଜର ହରିୟାଣବୀ ‘ମୁଁ ମୋର ପିଲାଙ୍କୁ ଭାରତୀୟ ରାଜନୀତି ଇତିହାସରେ ଏହି ବ୍ୟକ୍ତିଙ୍କୁ ସବୁଠୁ ପ୍ରତ୍ୟୁତ୍ପର୍ଣ୍ଣ ମତି ଜଣାଇବି’ ବୋଲି ଲେଖିଛନ୍ତି ।

ସେହିପରି ମହାରାଷ୍ଟ୍ର ପଲିଟିକ୍ସରେ ବି ୟୁଜର ଖୁବ୍ ଟ୍ୱିଟ୍ କରିଛନ୍ତି। ଜଣେ ୟୁଜର ଲେଖିଛନ୍ତି ‘ଯେତେବେଳେ ବିଜେପି ବହୁମତରେ ଜିତିଛି ସରକାର ବିଜେପି ହିଁ କରିବ, ହେଲେ ଯେତେବେଳେ ଦଳ ବହୁମତରୁ ଦୂରେଇ ଯାଏ ସେତେବେଳେ ସରକାର ଅମିତ ଶାହ କରନ୍ତି’।  ଏଭଳି ହଜାରହଜାର ଟ୍ୱିଟ୍ ଦିନତମାମ ବିଭିନ୍ନ ହାସ୍ ଟ୍ୟାଗରେ ଟ୍ରେଣ୍ଡିଙ୍ଗ କରିଥିବା ବେଳେ ଏବେ ଯାଏଁ ବି ଟ୍ରେଣ୍ଡ ଜାରୀ ରହିଛି। 

   Related Posts