Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଢେଙ୍କାନାଳ : ଭିଜିଲାନ୍ସ ଜାଲରେ ଥାନା ଅଧିକାରୀ, ଯୌତୁକ ମାମଲାରେ ଦଫା କାଟିବାକୁ ନେଉଥିଲେ ୬ହଜାର ଟଙ୍କା
  • ||
  • ନବରଙ୍ଗପୁର : କୁନ୍ଦେଇ ସରପଞ୍ଚ ନିଲମ୍ବିତ, ଭାରତମାଳା ଯୋଜନାକୁ ବିରୋଧ କରିବାରୁ କାର୍ଯ୍ୟାନୁଷ୍ଠାନ
  • ||
  • ୨ ଦିନିଆ କନ୍ଧମାଳ ଗସ୍ତରେ ଶିଶୁ ସୁରକ୍ଷା ଅଧିକାର ଅଧ୍ୟକ୍ଷା
  • ||
  • ବ୍ରହ୍ମପୁର : ବ୍ରହ୍ମପୁର ଫାଷ୍ଟଗେଟ୍ ଅଞ୍ଚଳରୁ ଜଣଙ୍କ ମୃତଦେହ ଠାବ, ହତ୍ୟା ସନ୍ଦେହ
  • ||
  • ନୀଳଗିରି: ହାତୀ ଆତଙ୍କରେ ଅଞ୍ଚଳବାସୀ
  • ||
  • ମାଲକାନଗିରି : ଯବାନ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ, ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ
  • ||
  • କେନ୍ଦୁଝର : ବାଇକ୍ ଧକ୍କାରେ ଜଣେ ଗୁରୁତର, ମେଡିକାଲରେ ଭର୍ତ୍ତି
  • ||

ପାକିସ୍ତାନରେ ୟୁନିଭର୍ସିଟି ଅଫ ଲଣ୍ଡନର ଛାତ୍ରୀ ଅପହୃତ, ଦେଶରେ ହଲଚଲ୍

2/12/2019 at 7:43 PM

କରାଚୀ:  ପାକିସ୍ତାନର ସବୁଠୁ ବଡ ସହର କରାଚୀର ଏକ ସମ୍ଭ୍ରାନ୍ତ ଅଞ୍ଚଳରୁ ଅପହୃତ ହୋଇଥିବା ଯୁବତୀ ଦୂଆ ନିଶାର ମଙ୍ଗୀଙ୍କ ଏପର୍ଯ୍ୟନ୍ତ କୌଣସି ସନ୍ଧାନ ମିଳିନାହିଁ। ତେବେ ଘଟଣା ଏବେ ଦେଶରେ ହଲଚଲ ସୃଷ୍ଟି କରିଛି। ଲୋକେ ଏବେ ସୋସାଲ ମିଡିଆରୁ ସଡକ ପର୍ଯ୍ୟନ୍ତ ଆନ୍ଦୋଳନକୁ ଓହ୍ଲାଇ ଆସିଥିବା ବେଳେ ଦୂଆଙ୍କ ମୁକ୍ତି ଦାବି କରୁଛନ୍ତି। ଏକ ପ୍ରମୁଖ ପାକିସ୍ତାନୀ ଗଣମାଧ୍ୟମ ଅନୁସାରେ୨୦ ବର୍ଷ ବୟସ୍କା  ଦୂଆ ୟୁନିଭର୍ସିଟି ଅଫ ଲଣ୍ଡନର ଆଇନ ଛାତ୍ରୀ ହୋଇଥିବା ବେଳେ ତାଙ୍କ ଫେସବୁକ୍ ପ୍ରୋଫାଇଲ ଅନୁସାରେ ସେ ମହିଳା ଅଧିକାର ସମ୍ପର୍କିତ ଏକ ଅନ୍ତର୍ଜାତୀୟ ସଂସ୍ଥା ସହ ମଧ୍ୟ ଜଡିତ।

ରବିବାର ବିଳମ୍ବିତ ରାତ୍ରିରେ ସେ ତାଙ୍କ ପୁରୁଷ ବନ୍ଧୁଙ୍କ ସହ ୱାକ୍ କରୁଥିବା ବେଳେ ଗାଡିରେ ଆସିଥିବା କିଛି ଲୋକେ ତାଙ୍କୁ ଉଠାଇନେଇଥିଲେ। ଅପହରଣକୁ ବିରୋଧ କରିବାରୁ ଦୂଆଙ୍କ ପୁରୁଷ ବନ୍ଧୁଙ୍କୁ ଅପହରଣକାରୀ ଗୁଳି କରିଦେଇଥିଲେ। ଫଳରେ ସେ ଗୁରୁତର ଆହତ ହୋଇଥିବା ବେଳେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସିନ୍ଧ ପ୍ରାନ୍ତ ମୁଖ୍ୟମନ୍ତ୍ରୀ ମାମଲାର ତଦନ୍ତ ଲାଗି ସ୍ୱତନ୍ତ୍ର ପୋଲିସ ଟିମ୍  ଗଠନ କରି ଯୁବତୀଙ୍କ ଉଦ୍ଧାର ଲାଗି ନିର୍ଦ୍ଦେଶ ଦେଇଥିବା ବେଳେ ଏପର୍ଯ୍ୟନ୍ତ ତାଙ୍କର ସନ୍ଧାନ ମିଳିନାହିଁ।

ଦୂଆଙ୍କ ସକୁଶଳ ପ୍ରତ୍ୟାବର୍ତ୍ତନ ଲାଗି ପାକିସ୍ତାନରେ ଏବେ ସେଲିବ୍ରିଟିଙ୍କ ଠାରୁ ଆରମ୍ଭ କରି ତାଙ୍କ ପରିବାର ଲୋକେ ସୋସାଲ ମିଡିଆରେ ଅଭିଯାନ ଆରମ୍ଭ କରିଦେଇଛନ୍ତି। ପାକ୍ ଟ୍ୱିଟରରେ ଏବେ ହ୍ୟାସ୍ ଟ୍ୟାଗ ଦୂଆ ମାଂଗୀ ଟ୍ରେଣ୍ଡ କରୁଛି। ଏଥିରେ ଦୂଆଙ୍କ ସମ୍ପର୍କରେ ଯଦି କାହାକରିକୁ କୌଣସି ବି ସୂଚନା ମିଳେ ତେବେ ତୁରନ୍ତ ଜଣାଇବାକୁ ବି ନିବେଦନ କରାଯାଉଛି। ଅଭିନେତ୍ରୀ ୟୁମନା ଜୈଦୀ ଦୂଆଙ୍କ ଫଟୋ ଟ୍ୟାଗ କରି ନିଜ ମାଟିରେ ବି ଆମେ ସୁରକ୍ଷିତ ନୁହଁ ବୋଲି ଉଲ୍ଲେଖ କରିଛନ୍ତି।

   Related Posts