Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଷ୍ଟେଟ୍ ବ୍ୟାଙ୍କ ଉପରେ କୋଟିଏ ଟଙ୍କାର ଫାଇନ ଲଗାଇଲେ ରିଜର୍ଭ ବ୍ୟାଙ୍କ, ସବୁଠୁ ବଡ ବ୍ୟାଙ୍କ ବିରୋଧରେ ଋଣ ନିୟମ ଉଲ୍ଲଙ୍ଘନ ଅଭିଯୋଗ
  • ||
  • ଶ୍ରେୟସ ଆୟରଙ୍କ ଉପରେ ମୁମ୍ବାଇ ଇଣ୍ଡିଆନ୍ସର ନଜର, ରାହୁଲ ଓ ଧାଓ୍ୱନ ବି ବଦଳାଇବେ ଟିମ୍ !
  • ||
  • ରାଜ୍ୟରେ ଆଉ ୩ ଜଣ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୬କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୨୬୪ କରୋନା ସଂକ୍ରମିତ, ୧୦୪୮୪୯୨ରେ ପହଞ୍ଚିଲା ସଂଖ୍ୟା
  • ||
  • ଜରୁରୀକାଳିନ ପରିସ୍ଥିତି ଘୋଷଣା କଲେ ଗଭର୍ଣ୍ଣର : କରୋନା ସଂକ୍ରମଣ ବଢିବା ପରେ କଟକଣା କଡାକଡି
  • ||
  • ୧୮ କେଜିର ବଜ୍ରକାପ୍ତା ଉଦ୍ଧାର, ଡିଲ୍ ବେଳେ ଧରିଲା ବନ ବିଭାଗ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୪୬୫ ମୃତ
  • ||
  • ଫସଲ ନଷ୍ଟ କରି ଫେରିଗଲେ ଝାଡଖଣ୍ଡୀ ହାତୀପଲ, କ୍ଷତିପୂରଣ ଦାବି କଲେ ଚାଷୀ
  • ||
  • ଫସଲ ନଷ୍ଟ କରି ଫେରିଗଲେ ଝାଡଖଣ୍ଡୀ ହାତୀପଲ, କ୍ଷତିପୂରଣ ଦାବି କଲେ ଚାଷୀ
  • ||
  • ଓଡିଶା ଉପକୂଳରେ ମାଡ ହେବ ବାତ୍ୟା ! ଡିସେମ୍ବର ୩ରୁ ୬ ଯାଏଁ ପ୍ରବଳ ବର୍ଷା
  • ||

କ’ଣ ପାଣି ପର୍ଯ୍ୟନ୍ତ ପହଞ୍ଚିଲାଣି କରୋନା ଭାଇରସ୍‌ ? ଆଇଆଇଟି ଗବେଷଣାରୁ ହେଲା ଆଶ୍ଚର୍ଯ୍ୟକର ଖୁଲାସା

18/06/2021 at 11:00 PM

ନୂଆଦିଲ୍ଲୀ ୧୮।୦୬: ମହାମାରୀ କରୋନାର ଦ୍ଵିତୀୟ ଲହରର ପ୍ରକୋପ ଧୀରେ ଧିରେ କମିବାରେ ଲାଗିଛି। ଯାହା ଦେଶବାସୀଙ୍କୁ କିଛିଟା ଆଶ୍ଵସ୍ତି କରିଛି। ଆରୋଗ୍ୟହାର ବଢି ଚାଲିଛି ଓ ସଂକ୍ରମିତଙ୍କ ସଂଖ୍ୟାରେ ହ୍ରାସ ଘଟିଛି। ହେଲେ ଏମିତି ଏକ ଖବର ଆସିଛି ଯାହା ଶୁଣିଲେ ଯେ କେହିବି ଚିନ୍ତାରେ ରହିବେ। ଏକ ସର୍ଭେରୁ ଜଣା ପଡ଼ିଛି ଯେ, କରୋନା ସଂକ୍ରମଣର ପ୍ରଭାବ ପାଣିରେ ମଧ୍ୟ ଦେଖିବାକୁ ମିଳିଛି।

ଅହମ୍ମଦାବାଦର ସାବରମତୀ, ଚନ୍ଦୋଲା ଓ କାଙ୍କରିଆ ହଦ୍ର ଗୁଡ଼ିକର ପାଣି ପରୀକ୍ଷଣ କରାଯାଇଥିଲା। ପାଣିରେ କରୋନା ଭାଇରସ୍‌ ଥିବା ଜଣା ପଡ଼ିଛି। ଆଇଆଇଟି ଗାନ୍ଧିନଗର ଏବଂ ଜବାହାରଲାଲ ନେହେରୁ ବିଶ୍ଵ ବିଦ୍ୟାଳୟର ପରିବେଶ ବିଜ୍ଞାନର ଗବେଷକଙ୍କ ଦ୍ଵାରା ଏହି ଅଧ୍ୟୟନ କରିଛନ୍ତି।

ଆଇଆଇଟି ଗାନ୍ଧିନଗରରେ ଆର୍ଥ ସାଇନ୍ସ ବିଭାଗର ପ୍ରଫେସର ମନୀଷ କୁମାର କହିଛନ୍ତି ଯେ, ହ୍ରଦ ଓ ନଦୀରେ SARS-CoV-2ର ଉପସ୍ଥିତି ବିଦଜଜ୍ଜନକ ସ୍ଥିତି ସୃଷ୍ଟି କରିପାରେ।  ସେପ୍ଟମ୍ବର ୩ରୁ ୨୯ ସେପ୍ଟେମ୍ବର ପର୍ଯ୍ୟନ୍ତ ପାଣିର ନମୂନ ପରୀକ୍ଷା କରାଯାଇଥିଲା। କେବଳ ସାବରମତୀ ନଦୀରୁ ୬୯୪ ନମୂନାର ପରୀକ୍ଷା କରାଯାଇଥିଲା। ସେହି ପରି  ଚନ୍ଦୋଲା ହ୍ରଦରୁ ୫୪୮ ଓ କାଂକରିୟା ହ୍ରଦରୁ ୪୦୨ ସାମ୍ପଲ ଟେଷ୍ଟ କରାଯାଇଥିଲା।

ଜଣେ ଅନୁସନ୍ଧାନକାରୀ କହିଛନ୍ତି ଯେ, ଏହି ଧରଣର ପରୀକ୍ଷା ସମଗ୍ର ଦେଶରେ କରିବାକୁ ଚାହୁଁଛୁ। ଏହି ଜୀବାଣୁ ନଦୀ (ପ୍ରାକୃତିକ ଜଳ) ରେ ବହୁତ ଦିନ ପର୍ଯ୍ୟନ୍ତ ରହିପାରେ ବୋଲି ଗବେଷକ କହିଛନ୍ତି। ଏହା ପୂର୍ବରୁ ଉତ୍ତର ପ୍ରଦେଶ ଓ ବିହାରରେ ଗଙ୍ଗା ନଦୀରେ କୋଭିଡ୍-୧୯ ସଂକ୍ରମିତଙ୍କ ମୃତ ଶରୀରର ଭାସୁଥିବା ଦେଖିବାକୁ ମିଳିଥିଲା।

   Related Posts