Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ମା ହେବା ପରେ ଷ୍ଟେଜକୁ ଫେରିଲେ ସପ୍ନା ଚୌଧୁରୀ: ମଚାଇଲେ ଧମାଲ, ଭାଇରାଲ ହେଉଛି ଭିଡିଓ

22/11/2020 at 5:20 PM

ନୂଆଦିଲ୍ଲୀ ୨୨/୧୧ : ହରିୟାଣାର ଚର୍ଚ୍ଚିତ ଡ୍ୟାନ୍ସର ସପ୍ନା ଚୌଧୁରୀ ଅନେକ ଦିନ ଧରି ଲାଇଭ ଷ୍ଟେଜ୍ ପ୍ରୋଗ୍ରାମରୁ ଦୂରେଇ ରହିଥିଲେ । ସେ ଅନେକ ଥର ସୋସିଆଲ ମିଡିଆରେ ଭିଡିଓ ସେୟାର କରି ଫ୍ୟାନ୍ସ ମାନଙ୍କୁ ଏହି ବିଷୟରେ କହିଥିଲେ । ଲକଡାଉନ ପରେ ପୁଣି ଥରେ ଦମଦାର ପରଫରମାନ୍ସ ସହିତ ଷ୍ଟେଜକୁ ଫେରିଛନ୍ତି ।  ଅକ୍ଟୋବରରେ ମା ହେବା ପରେ ଏବେ ପୁଣିଥରେ ଷ୍ଟେଜକୁ ଫେରିଛନ୍ତି ଡ୍ୟାନସ କୁଇନ୍ ସପ୍ନା ଚୌଧୁରୀ । ସେ ଇନଷ୍ଟାଗ୍ରାମରେ ଏକ ଜବରଦସ୍ତ ଭିଡିଓ ସେୟାର କରିଛନ୍ତି ଯାହାକି ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ଭିଡିଓରେ ହରିୟାଣୀ କୁଇନ୍ ଏକ ଲାଲ ରଙ୍ଗର ଡ୍ରେସରେ ଜବରଦସ୍ତ ଡ୍ୟାନ୍ସ କରିଥିବାର ନଜର ଆସୁଛନ୍ତି । ସପ୍ନାଙ୍କର ଏହି ଡ୍ୟାନ୍ସ ଭିଡିଓକୁ ଏପର୍ଯ୍ୟନ୍ତ ତିନି ଳକ୍ଷରୁ ଅଧିକ ଲୋକ ଦେଖିସାରିଲେଣି । ସପ୍ନାଙ୍କର ପ୍ରଶଂସକ ମଧ୍ୟ ସୋସିଆଲ ମିଡିଆରେ ତାଙ୍କ ଫେରିବାକୁ ନେଇ ବେଶ ଉତ୍ସାହିତ ଥିବା ଦେଖିବାକୁ ମିଳିଛି । ସପ୍ନା ଇନଷ୍ଟାଗ୍ରାମରେ ଭିଡିଓ ସେୟାର କରି କ୍ୟାପସନରେ ଲେଖିଛନ୍ତି ‘ଓ୍ବେଲକମ୍ ଟୁ ମି’ ।

ସୂଚନାଯୋଗ୍ୟ, ଚଳିତ ବର୍ଷ ଆରମ୍ଭରେ ସପ୍ନା ଚୌଧୁରୀ ହରିୟାଣାର ପ୍ରସିଦ୍ଧ ଗାୟକ ବୀର ସାହୁଙ୍କୁ ବିବାହ କରିଥିଲେ । ଦୁଇ ଜଣଙ୍କର ବିବାହ ଫଟୋ ସାମ୍ନାକୁ ଆସିବା ପରେ ପ୍ରଶଂସକମାନେ ତାଜୁବ ହୋଇଯାଇଥିଲେ । ସପ୍ନା ସୋସିଆଲ ମିଡିଆରେ ସବୁବେଳେ ଆକ୍ଟିଭ୍ ଥାଆନ୍ତି । ସେ ସବୁବେଳେ ତାଙ୍କ ଭିଡିଓ ଏବଂ ଫଟୋକୁ ପ୍ରଶଂସକମାନଙ୍କ ସହ ସେୟାର ମଧ୍ୟ କରନ୍ତି । ସପ୍ନା ପୂର୍ବରୁ ଟିଭି ରିୟଲିଟି ସୋ ବିଗ୍ ବସ୍-୧୧ର ପ୍ରତିଯୋଗୀ ଭାବେ ଭାଗ ନେଇସାରିଛନ୍ତି ।

   Related Posts