Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ବର : ମନୀଷ ଅନୁରାଗ ମୃତ୍ୟୁ ମାମଲା : ବଦଳିଲେ ତମାଣ୍ଡୋ ଥାନା IIC, ଚନ୍ଦକା ଥାନାର ସବ୍ ଇନ୍ସପେକ୍ଟର ତୁଲାଇବେ ଦାୟିତ୍ବ
  • ||
  • ଭୁବନେଶ୍ବର : ମନୀଷ ଅନୁରାଗ ମୃତ୍ୟୁ ମାମଲା, କନେଷ୍ଟବଳ ପ୍ରସନ୍ନ ବେହେରା ନିଲମ୍ବିତ
  • ||
  • ଜଗତସିଂହପୁର : ଦେବୀ ନଦୀରେ ବୁଡି ୫ମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ, ଅନ୍ୟ ୩ଜଣ ଉଦ୍ଧାର
  • ||
  • ବ୍ରହ୍ମପୁର : ବ୍ରହ୍ମପୁରରେ ସ୍ବର୍ଣ୍ଣିମ ବିଜୟ ବର୍ଷ ପାଳିତ, ପୋଲିସ ରିଜର୍ଭ ଗ୍ରାଉଣ୍ଡରେ ପହଞ୍ଚିଲା ମଶାଲ
  • ||
  • ଭୁବନେଶ୍ବର : ତେଲ ଟ୍ୟାଙ୍କରରେ ଗଞ୍ଜେଇ ଚାଲାଣ, ଅଢେଇ କ୍ବିଣ୍ଟାଲ ଗଞ୍ଜେଇ ସହ ୨ ଜଣଙ୍କୁ ଗିରଫ କଲା ଏନ୍‌ସିବି
  • ||
  • ବାଲିପାଟଣା : ବୃଦ୍ଧଙ୍କୁ ଚାପିଦେଲା ହାଇଓ୍ବା, ଘଟଣାସ୍ଥଳରେ ଚାଲିଗଲା ଜୀବନ
  • ||
  • ସୁନ୍ଦରଗଡ : ଗଛରୁ ଉଦ୍ଧାର ହେଲା ଯୁବକଙ୍କ ଝୁଲନ୍ତା ମୃତଦେହ, ଆତ୍ମହତ୍ୟା ସନ୍ଦେହ
  • ||
  • ବାରିପଦା : ମୟୁରଭଞ୍ଜରେ ସ୍ବାସ୍ଥ୍ୟ ସ୍ମାର୍ଟ କାର୍ଡ ବାଣ୍ଟିଲେ ମୁଖ୍ୟମନ୍ତ୍ରୀ, ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ
  • ||
  • ଭୁବନେଶ୍ବର : ବିନା ଛୁଞ୍ଚିରେ ଟିକା ନେବେ ଶିଶୁ, ଦୁଇଟି ଡୋଜ୍ ନେବା ପାଇଁ ପରାମର୍ଶ
  • ||
  • ଅନୁଗୋଳ : ପ୍ରାତଃ ଭ୍ରମଣରେ ଯାଇଥିବା ବେଳେ ପଡିଗଲେ ହାତୀ ହାବୁଡରେ, ଚାଲିଗଲା ଜୀବନ
  • ||

ମଥୁରା ଲୋକସଭା ଆସନରୁ ହେମା ମାଳିନୀଙ୍କ ବିରୋଧରେ ଲଢ଼ିବେ ସପନା ଚୌଧୁରୀ !

24/03/2019 at 12:13 PM

ମଥୁରା ୨୪/୩ : ଉତ୍ତର ପ୍ରଦେଶର ଲୋକସଭା ଆସନ ପାଇଁ ଆଉ ଏକ ସୁପରହିଟ ମଂଚ ପ୍ରସ୍ତୁତ କରାଯାଉଛି | ସୂତ୍ର ଅନୁଯାୟୀ, ହରିୟାଣାର ପ୍ରସିଦ୍ଧ ଡ୍ୟାନ୍ସର ସପନା ଚୌଧୁରୀ କଂଗ୍ରେସ ଟିକେଟରୁ ଲଢ଼ିପାରନ୍ତି | ଟିକେଟ ପାଇଁ ସପନା କଂଗ୍ରେସର ଶୀର୍ଷ ନେତାଙ୍କ ସହ ସମ୍ପର୍କ କରୁଥିବା ଜଣାପଡିଛି | ଯଦି ସପନା ଚୌଧୁରୀ ଟିକେଟ ପାଆନ୍ତି ତାହେଲେ ସପନାଙ୍କ ଟକ୍କର ବଲିଉଡର ବରିଷ୍ଠ ଅଭିନେତ୍ରୀ ହେମା ମାଳିନୀଙ୍କ ସହ ହେବ |

ସୂଚନାଯୋଗ୍ୟ ଯେ, ଗତକାଲି ସପନା ଚୌଧୁରୀ କଂଗ୍ରେସରେ ଯୋଗ ଦେଇଥିଲେ |


ସପନା ଚୌଧୁରୀ ନିର୍ବାଚନୀ ମୈଦାନକୁ ଓହ୍ଲାଇବା ହେମା ମାଳିନୀଙ୍କ ପାଇଁ ଏକ ଚେତାବନୀ ସଦୃଶ | ସପନା ମୈଦାନକୁ ଓହ୍ଲାଇଲେ ହେମାଙ୍କ ପାଇଁ ଟିକେ ସମସ୍ୟା ହୋଇପାରେ | ମହାମେଣ୍ଟ ପରେ ଏହି ଆସନ ପାଇଁ କୁଅଁର ନଗେନ୍ଦ୍ର ସିଂହ ଲଢ଼ୁଛନ୍ତି | ଯାଠ ଭୋର ବିଭାଜନ ହେଲେ ହେମା ପାଇଁ ସମସ୍ୟା ବଢିପାରେ |


ପଶ୍ଚିମାଞ୍ଚଳ ଉତ୍ତର ପ୍ରଦେଶର ଏହି ଆସନରେ ଯାଠ ଏବଂ ମୁସଲମାନ ଭୋଟରଙ୍କ ଦବଦବା ରହିଛି | ୨୦୧୪ ମସିହାରେ ମଧ୍ୟ ଯାଠ ଏବଂ ମୁସଲମାନ ଭୋଟର ଅଲଗା ହେବା ଯୋଗୁଁ ବହୁ କ୍ଷତି ହୋଇଥିଲା | ଯାଠ ସମ୍ପ୍ରଦାୟ ଏକଜୁଟ ହୋଇ ବିଜେପି ସପକ୍ଷରେ ଭୋଟ ଦେଇଥିଲେ | ୨୦୧୪ ନିର୍ବାଚନ ଅନୁଯାୟୀ, ମଥୁରା ଲୋକସଭା କ୍ଷେତ୍ରରେ ମୋଟ ୧୭ ଲକ୍ଷ ଭୋଟର ଅଛନ୍ତି | ସେମାନଙ୍କ ମଧ୍ୟରୁ ୯.୩ ଲକ୍ଷ ପୁରୁଷ ଏବଂ ୭ ଲକ୍ଷରୁ ଅଧିକ ମହିଳା ଭୋଟର ଅଛନ୍ତି |

   Related Posts