ବିଉଟି କୁଇନ୍‌ର ମୁକୁଟ ହାସଲ କରିଥିବା ଗରିମା ଯାଦବ ଏବେ ଭାରତୀୟ ସେନାର ଅଫିସର

Published By : Prameya-News7 Bureau | March 21, 2019 IST

wp:heading {"level":5}
ନୂଆ ଦିଲ୍ଲୀ୨୧|୩: ସାଧାରଣତଃ ଲୋକଙ୍କ ଚିନ୍ତାଧାରା ଏହା ଥାଏ ଯେ, ବିୟୁଟି କୁଇନ୍‌ କମ୍ପିଟିସନରେ ଭାଗ ନେଉଥିବା ଝିଅମାନେ ଆଉ କୌଣସି କାମ କରିପାରନ୍ତି ନାହିଁ। ତେବେ ଏହି ଭଳି ଚିନ୍ତାଧାରା ରଖୁଥିବା ଲୋକଙ୍କ ପାଇଁ ଗରିମା ଯାଦବ ଏକ ବଡ ଉଦହାରଣ। ହରିଆଣାର ବିୟୁଟି କୁଇନ୍‌ କମ୍ପିଟିସନରେ ପ୍ରତିଯୋଗୀ ଭାବେ ଭାଗ ନେଇ ମୁକୁଟ ହାସଲ କରିଥିବା ଗରିମା ଏବେ ଭାରତୀୟ ସେନାର ଲେଫଟନେଣ୍ଟ ଅଛନ୍ତି। ସୁରହେଲି ଗାଁରେ ବାସ କରୁଥିବା ଗରିମା ଯେଉଁ  ବିୟୁଟି କୁଇନ୍‌ କମ୍ପିଟିସନରେ ଭାଗ ନେଇଥିଲେ ସେଠାରେ ଅନ୍ୟ ୨୦ଟି ରାଜ୍ୟର ଝିଅ ମଧ୍ୟ ଭାଗ ନେଇଥିଲେ। ଚେନ୍ନାଇ ଟ୍ରେନିଂ ଇଂନଷ୍ଟିଚ୍ୟୁଟ୍‌ରୁ ଗରିମା ଟ୍ରେନିଂ ନେଇଛନ୍ତି। ମୁକୁଟ ପିନ୍ଧିଲା ପରେ ସେନାଙ୍କ ଟୋପି ପିନ୍ଧି ଗରିମା ବେଶ ଗର୍ବ ଅନୁଭବ କରନ୍ତି।   
/wp:heading {"id":95464,"width":598,"height":465}
wp:heading {"level":5}
ପ୍ରଥମ ଥରରେ କମ୍ୱାଇଣ୍ଡ ଡିଫେନ୍ସ ସର୍ଭିସ ପରୀକ୍ଷା(ସିଡିଏସ)ରେ ଉତୀର୍ଣ୍ଣ ହୋଇଥିଲେ ସେ। କଠିନ ଟ୍ରେନିଂ ପରେ ୨୦୧୭ ମସିହାରେ ସେ “ଇଂଡିଆନ ମିସ ଚାର୍ମିଙ୍ଗ ଫେସ”ରେ ପ୍ରତିଯୋଗୀ ଭାବେ ଭାଗ ନେଇଥିଲେ। ଏହି ପ୍ରତିଯୋଗୀତାରେ ସେ ଜିତି ମୁକୁଟ ହାସଲ କରିଥିଲେ। ଏହା ପରେ ତାଙ୍କୁ ଇଟାଲୀରେ ଏକ ଅର୍ନ୍ତରାଷ୍ଟ୍ରୀୟ ସୁନ୍ଦରୀ ପ୍ରତିଯୋଗୀତାରେ ଭାଗ ନେବା ପାଇଁ ଇଚ୍ଛା ଥିଲା । କିନ୍ତୁ ସେ ଓହରି ଯାଇଥିଲେ।
/wp:heading {"id":95465,"width":592,"height":333}
wp:heading {"level":5}
ଏକ ସାକ୍ଷାତକାରରେ ଗରିମା କହିଥିଲେ ଯେ, ଗୋଟେ ବର୍ଷ ଓଟିଏରେ ତାଙ୍କ ଟ୍ରେନିଂ ଖୁବ୍‌ ଭଲ ହୋଇଥିଲା। କିନ୍ତୁ ଅନେକ କଷ୍ଟର ସାମ୍ନା କରିବାକୁ ପଡିଥିଲା ଗରିମାଙ୍କୁ। ସେ ଶାରିରୀକ ରୂପରୁ ଦୁର୍ବଳ ଥିଲେ।
/wp:heading {"id":95467}

ପ୍ରଥମେ କିଛି ଦିନ ତାଙ୍କୁ କଷ୍ଟ ହୋଇଥିଲା ଓ ତାପରେ ସେ ନିଷ୍ପତ୍ତି ନେଇଥିଲେ ଯେ, ସେ ହାର ମାନିବେନି। ସେ କୁହନ୍ତି ଯେ, ନିଜ ଦୁର୍ବଳତାକୁ ଧ୍ୟାନ ରଖି ପରିଶ୍ରମ କରିଲେ ତାହା ସଫଳତାରେ ପରିଣତ ହୋଇଥାଏ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.