ହରିୟାଣା ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର କରୋନା ପଜିଟିଭ୍

Published By : Prameya-News7 Bureau | August 24, 2020 IST

ଚଣ୍ଡିଗଡ ୨୪।୦୮: କରୋନା ସଂକ୍ରମଣ ପ୍ରକୋପ ମଧ୍ୟରେ ହରିୟାଣା ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର କରୋନା ସଂକ୍ରମିତ ହୋଇଛନ୍ତି। ନିଜେ ମନୋହର ଲାଲ ଖଟ୍ଟର ଟ୍ଵିଟ୍ କରି ଏହାର ସୂଚନା ଦେଇଛନ୍ତି। ଭାରତୀୟ ଜନତା ପାର୍ଟି(ବିଜେପି)ର ନେତା ଖଟ୍ଟର ଟ୍ଵିଟ୍ କରି କହିଛନ୍ତି ତାଙ୍କର ନମୂନା ସୋମବାର ପରୀକ୍ଷଣ କରାଯାଇଥିଲା, ଯାହାର ରିପୋର୍ଟ ପଜିଟିଭ୍ ଆସିଛି।

ସେ କହିଛନ୍ତି ମୋର ସମସ୍ତ ସହକର୍ମୀ ଏବଂ ସହଯୋଗୀଙ୍କୁ ଅନୁରୋଧ କରୁଛି ଯଦି ସେମାନେ ମୋ ସଂସ୍ପର୍ଶରେ ଆସିଛନ୍ତି ନିଜର କରୋନା ପରୀକ୍ଷଣ କରାଇ ନିଅନ୍ତୁ। ନିଜର ନିକଟତରଙ୍କୁ ଅପିଲ୍ କରୁଛି ସେମାନେ ନିଜକୁ କ୍ଵାରେଣ୍ଟାଇନ୍ କରନ୍ତୁ।

ନିକଟରେ ମନୋହର ଲାଲ ଖଟ୍ଟର ଜଳଶକ୍ତି ମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାଓ୍ଵତଙ୍କୁ ସାକ୍ଷାତ କରିଥିଲେ। ଶେଖାଓ୍ଵତ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ଖଟ୍ଟର ମଧ୍ୟ ନିଜକୁ କ୍ଵାରେଣ୍ଟାଇନ୍ କରିଥିଲେ। ଏହି କ୍ରମରେ ତାଙ୍କର ନମୂନା ପରୀକ୍ଷଣ କରାଯାଇଥିଲା। ଅଗଷ୍ଟ ୨୦ରେ ମନୋହର ଲାଲ ଖଟ୍ଟର କରୋନା ଟେଷ୍ଟ କରାଇଥିଲେ ଯାହାର ରିପୋର୍ଟ ନେଗେଟିଭ୍ ଆସିଥିଲା ତଥାପି ସେ ନିଜକୁ ତିନି ଦିନ କ୍ଵାରେଣ୍ଟାଇନ୍ କରିଥିଲେ।

ଗଜେନ୍ଦ୍ର ସିଂହ ଶେଖାଓ୍ଵତଙ୍କ ସହିତ ହୋଇଥିବା ବୈଠକରେ ମୁଖ୍ୟମନ୍ତ୍ରୀ ଖଟ୍ଟରଙ୍କ ବ୍ୟତୀତ ଅନେକ ଅଧିକାରୀ ମଧ୍ୟ ଉପସ୍ଥିତ ଥିଲେ। ଶେଖାଓ୍ଵତଙ୍କ କରୋନା ରିପୋର୍ଟ ଆସିବା ପରେ ସେ ତାଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କୁ କରୋନା ଟେଷ୍ଟ କରାଇବା ସହିତ କ୍ଵାରେଣ୍ଟାଇନ୍‌ରେ ରହିବାକୁ ଅନୁରୋଧ କରିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.