ପତିଙ୍କୁ ଘର ଭିତରେ ବାନ୍ଧି ପତ୍ନୀଙ୍କୁ ଗଣଦୁଷ୍କର୍ମ ଅଭିଯୋଗ, ମାମଲା ରୁଜୁ ପରେ ୫ ଅଭିଯୁକ୍ତଙ୍କୁ ଖୋଜୁଛି ପୋଲିସ
27/12/2020 at 6:40 PM

ଚଣ୍ଡୀଗଡ ୨୭/୧୨ : ହରିୟାଣାର ଯମୁନା ନଗରରେ ଏକ ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି । ଜଣେ ବ୍ୟକ୍ତିଙ୍କୁ ବାନ୍ଧି ତାଙ୍କ ପତ୍ନୀଙ୍କୁ ୫ ଜଣ ନର ପିଶାଚ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ଘଟଣା ସମ୍ପର୍କରେ କାହାକୁ ନଜଣାଇବାକୁ ଧମକ ଦେଇଥିବା ପୀଡିତା ଥାନାରେ ଅଭିଯୋଗ କରିଛନ୍ତି ।
ସୂଚନା ଅନୁସାରେ ପୀଡିତଜଣକ ନେପାଳ ବାସିନ୍ଦା । ସେ ତାଙ୍କ ସ୍ବାମୀଙ୍କ ସହ ଗତ ୧୪ ବର୍ଷ ହେଲା ଛଛରୋଲୀ ଥାନା ଅନ୍ତର୍ଗତ ଏକ ଗାଁରେ ରହୁଥିଲେ । ପୋଲିସକୁ ବୟାନ ଦେଇ ପୀଡିତା କହିଛନ୍ତି ଯେ, ରାତିରେ ଶୋଇଥିବା ବେଳେ ୫ ଜଣ ଯୁବକ ତାଙ୍କୁ ଏବଂ ତାଙ୍କ ସ୍ବାମୀଙ୍କୁ ଧରିନେଇଥିଲେ । ମହିଳାଙ୍କ ସ୍ବାମୀଙ୍କୁ ଉକ୍ତ ଘରେ ବାନ୍ଧି ମହିଳାଙ୍କୁ ଦୁଷ୍କମର୍ର୍ କରିଥିଲେ । ପୀଡିତାଙ୍କ ଅଭିଯୋଗକ୍ରମେ ୫ଜଣଙ୍କ ବିରୁଦ୍ଧରେ ଗ୍ୟାଙ୍ଗ ରେପ୍ ସମେତ ବିଭିନ୍ନ ଧାରାରେ ମାମଲା ରୁଜୁ କରିଛି ପୋଲିସ ।
ପୋଲିସକୁ ବୟାନ ଦେଇ ପୀଡିତା ମହିଳା କହିଛନ୍ତି ଯେ, ଅଭିଯୁକ୍ତମାନେ ତାଙ୍କ ସ୍ବାମୀଙ୍କ ମୋବାଇଲରୁ ସିମ ବାହାରକରି ନେଇଯାଇଛନ୍ତି । ଏ ବାବଦରେ ଖବର ପାଇ ଘଟଣାସ୍ଥଳରେ ପହଞ୍ଚିଥିଲା ପୋଲିସ । ପୋଲିସର ଏକ ଟିମ୍ ଉକ୍ତ ସ୍ଥାନରେ ଛାନଭିନ୍ କରିବା ସହ ସାକ୍ଷ ପ୍ରମାଣ ଯୋଗାଡ କରିଛି । ମହିଳା ଥାନା ଏସଏଚ୍ଓ ସୋମବତୀ କହିଛନ୍ତି ଯେ, ଏହି ମାମଲାରେ ଯାଞ୍ଚ ଜାରି ରହିଛି । ବର୍ତ୍ତମାନ ଯାଏଁ ଅଭିଯୁକ୍ତମାନଙ୍କର ଟେର ପାଇନି ପୋଲିସ । ଅଭିଯୁକ୍ତମାନଙ୍କୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରହିଛି ଏବଂ ଖୁବ ଶୀଘ୍ର ସେମାନଙ୍କୁ ଗିରଫ କରାଯିବ ବୋଲିସ ପୋଲିସ ସୂଚନା ଦେଇଛି ।