ଜେଲ୍‌ରେ ଦୁଷ୍କର୍ମ ଅଭିଯୁକ୍ତ କରୋନା ପଜିଟିଭ୍ , ସଂପର୍କରେ ଆସିଥିବା ପୋଲିସ କର୍ମଚାରୀ-କଏଦୀ କ୍ୱାରେଣ୍ଟାଇନ୍‌ରେ

Published By : Prameya-News7 Bureau | May 14, 2020 IST

ସୋନିପାତ ୧୪।୦୫: ହରିୟାଣାର ସୋନିପତ ଜଙ୍ଗଲରେ ବୁଧବାର ଦିନ ଆଲୋଡନ ଖେଳିଗଲା । ଦୁଇ ଦିନ ତଳେ ଦୁଷ୍କର୍ମ ଘଟଣାରେ ଗିରଫ ହୋଇଥିବା ଜଣେ ଅଭିଯୁକ୍ତ କରୋନା ପଜିଟିଭ୍‌ ଥିବା ଜଣାପଡିଥିଲା । ଅଭିଯୁକ୍ତର କରୋନା ଟେଷ୍ଟରେ ସେ ପଜିଟିଭ୍‌ ଆସିବା ପରେ ତାଙ୍କୁ ଗିରଫ କରିଥିବା ଚାରିଜଣ ପୋଲିସ କର୍ମଚାରୀ, ତିନିଜଣ ଜେଲ୍‌ କର୍ମଚାରୀ ଏବଂ ତାଙ୍କ ସଂପର୍କରେ ଆସିଥିବା ଚାରିଜଣ ଅନ୍ତେବାସୀଙ୍କୁ କ୍ୱାରେଣ୍ଟାଇନ୍‌ରେ ରଖାଯାଇଛି । ଅଭିଯୁକ୍ତଙ୍କୁ ବର୍ତ୍ତମାନ ଜେଲରୁ PGI କୁ ସ୍ଥାନାନ୍ତର କରାଯାଇଛି।

ସୂଚନାଯୋଗ୍ୟ ଯେ, ସୋନପାତ ମହିଲା ପୋଲିସ ଷ୍ଟେସନରେ ଦିଆଯାଇଥିବା FIR ଅନୁଯାୟୀ, ୨୫ ବର୍ଷୀୟ ପୀଡିତା ଅଭିଯୋଗ କରିଛନ୍ତି ଯେ, ଅଭିଯୁକ୍ତ ଯୁବକ ତାଙ୍କୁ ଚାକିରି ଦେବା ନାଁରେ ୧୯ ମାର୍ଚ୍ଚ ୨୦୨୦ରେ ଦୁଷ୍କର୍ମ କରିଥିଲେ। ମାମଲା ପଞ୍ଜୀକୃତ ହୋଇଥିବାରୁ ଅଭିଯୁକ୍ତ ପଳାଉଥିଲା। ଏହାପରେ ଥାନାରେ ଅଭିଯୋଗ ଆଧାରରେ ପଞ୍ଜୀକରଣ କରାଯାଇଥିବା  । ଦୁଇ ଦିନ ପୂର୍ବେ ତାଙ୍କୁ ପୋଲିସ ଧରିଥିଲା। ଏହା ପରେ ତାଙ୍କୁ ଜେଲ ଯିବା ପୂର୍ବରୁ ଚିକିତ୍ସା କରାଯାଇଥିଲା। ଏଥିସହିତ ଅଭିଯୁକ୍ତର ମଧ୍ୟ କରୋନା ପରୀକ୍ଷଣ କରାଯାଇଥିଲା। ଯାହାର ରିପୋର୍ଟ ପଜିଟିଭ୍ ଆସିଥିଲା , ଯାହାକୁ ନେଇ ଜେଲରେ ଆଲୋଡନା ସୃଷ୍ଟି ହୋଇଯାଇଥିଲା ।  

ବର୍ତ୍ତମାନ ପୋଲିସ ଏବଂ ସ୍ୱାସ୍ଥ୍ୟ ବିଭାଗର କର୍ମଚାରୀମାନେ ଅଭିଯୁକ୍ତର ଟ୍ରାଭେଲ୍‌ ହିଷ୍ଟ୍ରୀ ଓ କଣ୍ଟାକ୍ଟ ଟ୍ରେସିଂ ଆରମ୍ଭ କରିଦେଇଛନ୍ତି ।  ଯାହା ଦ୍ୱାରା ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବା ଲୋକମାନଙ୍କୁ ଚିହ୍ନଟ କରାଯାଇପାରିବ ଏବଂ ସେମାନଙ୍କୁ ଚିକିତ୍ସା କରାଯିବ । ସେହିଭଳି ଘଟଣା ସମ୍ପର୍କରେ ସୋନପାଟ ପୋଲିସର SHO ପୁଣାମ ହୁଡ୍ଡା କହିଛନ୍ତି ଯେ, ଗିରଫ ହୋଇଥିବା ଅଭିଯୁକ୍ତ ମୁସ୍ତଲ ଅଞ୍ଚଳର ବାସିନ୍ଦା । ଅଭିଯୁକ୍ତର ଟ୍ରାଭେଲ ହିଷ୍ଟ୍ରୀ ଜଣାପଡିବା ପରେ ଦୁଷ୍କର୍ମ ପୀତିତାଙ୍କର ମଧ୍ୟ କରୋନା ପରୀକ୍ଷଣ କରାଯିବ ।     

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.