Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କମିବାରେ ଲାଗିଛି କରୋନା ପ୍ରଭାବ, ସୁସ୍ଥ ହୋଇ ଘରକୁ ଫେରିଲେ ଆଉ ୭୦୭ ଆକ୍ରାନ୍ତ
  • ||
  • ବିରାଟ ବାହିନୀ ଚିତ୍‌ପଟାଙ୍ଗ, ଭାରତକୁ ୫୧ ରନରେ ହରାଇ ସିରିଜ୍ ହାତେଇଲା ଅଷ୍ଟ୍ରେଲିଆ
  • ||
  • କାର୍ତ୍ତିକ ପୂର୍ଣ୍ଣିମାରେ ପବିତ୍ର ଗଙ୍ଗା ସ୍ନାନକୁ ନେଇ ଦୁଇ ଦିନ ପାଇଁ ହରିଦ୍ୱାର ସୀମା ସିଲ୍
  • ||
  • ହାଡଭଙ୍ଗା ଶୀତ ଯୋଗୁଁ ମନାଲିରେ ଜଣକର ମୃତ୍ୟୁ, ଜିରୋ ଡିଗ୍ରୀ ତଳକୁ ଖସିଲା ପାରଦ
  • ||
  • ଡାଲିରେ ୧୫ ଟଙ୍କା ରିହାତି ଦେବେ ସରକାର
  • ||
  • ଭୁବନେଶ୍ୱର : କମିଲା କୋଭିଡ୍ ମୃତ୍ୟୁ ସଂଖ୍ୟା : ଗତ ୨୪ ଘଣ୍ଟାରେ ଯାଇଛି ୪ ମୁଣ୍ଡ, ୧୭୩୪ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ଭୁବନେଶ୍ୱର : ରାଜ୍ୟରେ ଚିହ୍ନଟ ହେଲେ ୫୧୮ କରୋନା ସଂକ୍ରମିତ, ୩୧୮୩୦୭ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ସୋର : ଡକାୟତ ଗ୍ୟାଙ୍ଗ୍ ଓ ଗ୍ରାମବାସୀଙ୍କ ମଧ୍ୟରେ ଖଣ୍ଡ ଯୁଦ୍ଧ : ୪ ଗୁରୁତର, ଜଣେ ଗିରଫ
  • ||
  • ନୂଆଦିଲ୍ଲୀ : ଭାରତରେ କମୁଛି ସଂକ୍ରମଣ, ଗତ ୨୪ଘଣ୍ଟାରେ ୪୧୮୧୦ କରୋନା ଆକ୍ରାନ୍ତ ଚିହ୍ନଟ
  • ||
  • ଉଦଳା : ଜମିବାଡି ବିବାଦକୁ କେନ୍ଦ୍ରକରି ଡବଲ ମର୍ଡର ! ସଂମ୍ପର୍କୀୟ ଭାଇ ଓ ପୁତୁରାକୁ ହତ୍ୟା କଲା ଭାଇ
  • ||

କରୋନା ଭାକ୍ସିନକୁ ନିଜ ଉପରେ ପରୀକ୍ଷା କରିବେ ହରିୟାଣା ସ୍ୱାସ୍ଥ୍ୟମନ୍ତ୍ରୀ, twitterରେ ଦେଇଛନ୍ତି ସୂଚନା

19/11/2020 at 6:41 PM

ଅମ୍ବାଲା ୧୯।୧୧: ରାଜ୍ୟରେ କରୋନା ମହାମାରୀ ରୋକିବା ଲାଗି ହେବାକୁ ଯାଉଥିବା ଟିକାକରଣ ପୂର୍ବରୁ ହରିୟାଣା ସ୍ୱାସ୍ଥ୍ୟମନ୍ତ୍ରୀ ଅନୀଲ ବିଜ୍‌ ପ୍ରଥମେ ନିଜ ଉପରେ ପରୀକ୍ଷା କରିବେ। ଏଥିଲାଗି ସେ ଶୁକ୍ରବାର ସକାଳେ ଅମ୍ବାଲା କ୍ୟାଣ୍ଟସ୍ଥିତ ସିଭିଲ ହସ୍ପିଟାଲ ଯାଇ ଟିକା ଲଗାଇବେ ବୋଲି ଗୁରୁବାର ତାଙ୍କ ଟ୍ୱିଟ୍‌ ହ୍ୟାଣ୍ଡଲରେ ସୂଚିତ କରିଛନ୍ତି।

ହରିୟାଣାରେ ଭାରତ ବାୟୋଟେକ୍‌ ଦ୍ୱାରା ପ୍ରସ୍ତୁତ କରୋନା ଟିକା ‘କୋଭାକ୍ସିନ୍‌’ର ତୃତୀୟ ପର୍ଯ୍ୟାୟ କ୍ଲିନିକାର ଟ୍ରାୟଲ ନଭେମ୍ବର ୨୦ରେ ହେବ। ଏହି ପରୀକ୍ଷଣ ପ୍ରାରମ୍ଭରେ ଟିକାର କାର୍ଯ୍ୟକାରୀତା ନେଇ ସେ ନିଜେ ଭଲ୍ୟୁଣ୍ଟିୟର ହେବେ ବୋଲି ପୂର୍ବରୁ ଘୋଷଣା କରିଥିଲେ। ସେହି ଅନୁସାରେ ସେ ଶୁକ୍ରବାର ସିଭିଲ ହସ୍ପିଟାଲ ଯାଇ ଟିକା ନେବେ ବୋଲି ତାଙ୍କ ଟ୍ୱିଟ୍‌ରେ ଉଲ୍ଲେଖ କରିଛନ୍ତି ।

ସୂଚନା ଯୋଗ୍ୟ ଯେ ଭାରତୀ ବାୟୋଟେକ୍ ପ୍ରଡକ୍ଟ ଆଇସିଏମଆରଙ୍କ ସହ ମିସି କରୋନା ଟିକା କୋଭାକ୍ସିନ ବିକଶିତ କରିଛନ୍ତି। ଗତମାସରେ ଭେକ୍ସିନର ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟ କ୍ଲିନିକାଲ ଟ୍ରାୟଲ ହୋଇଥିଲା। ଏହାର ରିପୋର୍ଟ ସମୀକ୍ଷା ପରେ ଫଳାଫଳ ଉତ୍ସାହଜନକ ଥିବା ଜଣାପଡିବା ପରେ ତୃତୀୟ ପର୍ଯ୍ୟାୟ କ୍ଲିନିକାଲ ଟ୍ରାୟଲ କରିବାକୁ ଯାଉଛନ୍ତି।

ହରିୟାଣାରେ ଭାରତୀ ବାୟୋଟେକ୍‌ ପ୍ରସ୍ତୁତ କୋଭାକ୍ସିନ ଟିକାର ତୃତୀୟ ପର୍ଯ୍ୟାୟ ଚିକିତ୍ସକୀୟ ପରୀକ୍ଷଣ ନଭେମ୍ବର ୨୦ ତାରିଖରୁ ହେବ। ଏଥିରେ ନିଜ ଉପରେ ଟିକାର ପ୍ରଭାବ ଅନୁଶୀଳନ ଲାଗି ସ୍ୱେଛାକୃତ ଭାବେ ଟିକାକରଣ କରିବାକୁ ମୁଁ ନିଜେ ଆଗ୍ରହୀ ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ ବିଜ୍‌ ତାଙ୍କ ଟ୍ୱିଟ୍‌ରେ ଉଲ୍ଲେଖ କରିଛନ୍ତି। ଆଇସିଏମଆରଙ୍କ ସହଯୋଗରେ ଭାରତୀ ବାୟୋଟେକ୍‌ ଶୁକ୍ରବାର ଦେଶର ୨୫ଟି କେନ୍ଦ୍ରରେ ୨୬ ହଜାର ଲୋକଙ୍କ ଉପରେ ତୃତୀୟ ପର୍ଯ୍ୟାୟ କ୍ଲିନିକାଲ ଟ୍ରାୟଲ କରାଯିବ। ଏହାର ଫଳାଫଳ ସମୀକ୍ଷା ପରେ ଦେଶରେ କୋଭିଡ ଟିକାକରଣ ହେବ ବୋଲି ଅନୁମାନ କରାଯାଉଛି।

   Related Posts