ଶାଶୁକୁ ବୋହୂର ଅକଥନୀୟ ନିର୍ଯାତନା : ଚାକରାଣୀ ରଖିବାକୁ କହିଲେ ବୋଲି ନିର୍ଦ୍ଧୁମ ପିଟିଲା

Published By : Prameya-News7 Bureau | September 11, 2021 IST

ଗୁରୁଗ୍ରାମ ୧୧/୦୯ : ଶାଶୁ ବୋହୁର ପବିତ୍ର ସମ୍ପର୍କରେ ଲାଗିଛି ଦାଗ । କୁହାଯାଏ ଶାଶୁ ହେଉଛନ୍ତି ପ୍ରତି ବୋହୁ ପାଇଁ ମାଆ । ହେଲେ ଏଠି ନାଁ ଶାଶୁର ନିଆଯାଉଛି ଯତ୍ନ ନାଁ ମିଳୁଛି ସମ୍ମାନ । ଓଲଟା କିଛି ମାଗିଲେ ଦିଆଯାଉଛି ଅକଥନୀୟ ନିର୍ଯାତନା । ଏପରକି ମାଡ ମାରିବାକୁ ବି ପଛାଉନାହିଁ ବୋହୁ । ଏମିତି ଗୋଟେ ଘଟଣା ସାମ୍ନାକୁ ଆସିଛି । ସୋସିଆଲ ମିଡିଆରେ ଭାଇରାଲ ହେଉଛି ଭିଡିଓ ।

ହରିୟାଣା ଗୁରୁଗ୍ରାମ ଜିଲ୍ଲାର ରାଜେନ୍ଦ୍ର ପାର୍କରେ ଜଣେ ବୋହୂ ତାଙ୍କ ଶାଶୁଙ୍କୁ ଆକ୍ରମଣ କରିବାର ଭିଡିଓ ଭାଇରାଲ ହେଉଛି । କଲିଯୁଗର ଏହି ବୋହୂ ଖୋଲାଖୋଲି ଭାବେ ତାଙ୍କ ଶାଶୁଙ୍କୁ ଚାପୁଡ଼ା ମାରୁଥିବା ଭିଡିଓ ଭାଇରାଲ ହୋଇଛି । ତେବେ ଏହି ସମୟରେ ଘରର ଅନ୍ୟ ସଦସ୍ୟମାନେ ଘଟଣାସ୍ଥଳରେ ଉପସ୍ଥିତ ଅଛନ୍ତି । ଘଟଣା ଅଧିକ ତୀବ୍ର ହୋଇଥିଲା । ଯେତେବେଳେ ପଡୋଶୀ ଏହି ଘଟଣାରେ ହସ୍ତକ୍ଷେପ କରିଥିଲେ ।

ପ୍ରକୃତରେ, ପୀଡିତା ଶାଶୁ କୁହନ୍ତି ଯେ ଯଦି ସେ ଘରେ କାମ କରିବାକୁ କାମବାଲି ରଖିବାକୁ ସେ ତାଙ୍କ ପୁଅକୁ କହିଥିଲେ । କାରଣ ଶାଶୁ ଉପର ମହଲାରେ ରୁହନ୍ତି ବୟସ ହୋଇଯାଇଥିବାରୁ ସେ ଆଉ କୌଣସି କାମ କରିପାରୁନାହାଁନ୍ତି ସେଥିପାଇଁ ସେ ଗୋଟିଏ ଚାକରାଣୀ ରଖିବାକୁ କହିଥିଲେ। ବାସ୍ ଏତିକିରେ ବୋହୁଙ୍କର ଚଢିଯାଇଥିଲା ପିତ । ରାଗିଯାଇ ଶାଶୁଙ୍କ ସହ ଝଗଡା କରିଥିଲେ ।

ଝଗଡାରେ ମନ ନବୁଝିବାରୁ ହାତ ଉଠାଇବାକୁ ପଛାଇନଥିଲେ । ମାରିଚାଲଥିଲେ ଥାପ୍ପଡ ଉପରେ ଥାପ୍ପଡ । ଏହାକୁ ଜଣେ ମୋବାଇଲରେ ସୁଟ କରି ସୋସିଆଲ ମିଡିଆରେ ଛାଡିଦେଇଥିଲେ । ପୋଲିସ ଘଟଣା ବିଷୟରେ ଜାଣି ଅଧିକ ତଦନ୍ତ କରୁଛି । ଅଭିଯୁକ୍ତ ବୋହୁକୁ ଅଟକ ରଖି ପଚରା ଉଚରା କରୁଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.