Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବାରିପଦା : ଦିନ ଦ୍ବିପ୍ରହରରେ ଲୁଟ୍, ମହିଳାଙ୍କ ବେକରୁ ସୁନା ଚେନ୍ ଝାମ୍ପିନେଲେ ଦୁର୍ବୃତ୍ତ
  • ||
  • ବାରିପଦା : ୪୦ ଲକ୍ଷ ଟଙ୍କାର ଧଳା ଜହର ଜବତ, ଜଣେ ଗିରଫ
  • ||
  • ଖୋର୍ଦ୍ଧା : ଅଟୋ ଓ କାର୍ ମୁହାଁମୁହିଁ ଧକ୍କା, ୮ ଆହତ
  • ||
  • ଝାରସୁଗୁଡା : ଜାଲ୍ ନୋଟ୍ କାରବାରର ପର୍ଦ୍ଦାଫାଶ, ୫୭ହଜାର ଟଙ୍କାର ନକଲି ନୋଟ୍ ଜବତ, ରେଳବାଇ କର୍ମଚାରୀ ଗିରଫ
  • ||
  • ପୁରୀ : ମହାପ୍ରଭୁଙ୍କ ଦର୍ଶନ ପାଇଁ ବ୍ୟାରିକେଡ଼ରେ କରିଥିଲେ ଅପେକ୍ଷା, ହଠାତ୍ ଅସୁସ୍ଥ ହୋଇପଡିଲେ ଭକ୍ତ
  • ||
  • ଅନୁଗୋଳ : ଅନନ୍ତ କୋଇଲା ଖଣିରେ ଅଘଟଣ, କୋଇଲା ଲୋଡିଂ ବେଳେ ପୋତିହୋଇଗଲେ ଜଣେ
  • ||
  • ବ୍ରହ୍ମପୁର : ଭିଜିଲାନ୍ସ ପଞ୍ଝାରେ ଆରଆଇ, ଜମି ନିର୍ଦ୍ଧାରଣ ପାଇଁ ୫ ହଜାର ଟଙ୍କା ନେବାବେଳେ ଧରାପଡିଲେ
  • ||
  • ଭୁବନେଶ୍ବର : ଦିନରେ ରଙ୍ଗମିସ୍ତ୍ରୀ, ରାତିରେ ଚୋରୀ, ୫ ବର୍ଷ ଧରି ଖୋଜୁଥିଲା ପୋଲିସ, ଶେଷରେ ଧରାପଡିଲା
  • ||
  • କଟକ : ରମଜାନ ପାଇଁ ସିଏମସିର ଗାଇଡ୍‌ଲାଇନ୍, ନମାଜ ପାଠ ପାଇଁ ୧୦୦ ଲୋକଙ୍କୁ ଅନୁମତି
  • ||
  • ଜଳେଶ୍ବର : ନଦୀ ପଠାରୁ ମହିଳାଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଠାବ, ସ୍ବାମୀ ହତ୍ୟା କରିଥିବା ଅଭିଯୋଗ ଆଣିଲେ ବାପଘର
  • ||

ଘରୋଇ ଚାକିରିରେ ରାଜ୍ୟବାସୀଙ୍କ ପାଇଁ ୭୫ ପ୍ରତିଶତ ସଂରକ୍ଷଣ, କ୍ୟାବିନେଟ୍‌ରେ ପ୍ରସ୍ତାବକୁ ମଞ୍ଜୁରୀ

6/07/2020 at 7:53 PM

ଚଣ୍ଡିଗଡ ୦୬।୦୭: ହରିୟାଣା ସରକାର ରାଜ୍ୟର ଘରୋଇ ଚାକିରିରେ ହରିୟାଣାବାସୀଙ୍କ ପାଇଁ ୭୫ ପ୍ରତିଶତ ସିଟ୍‌ ସଂରକ୍ଷିତ ରଖିବାକୁ ନିଷ୍ପତ୍ତି ନେଇଛନ୍ତି। ଉପ ମୁଖ୍ୟମନ୍ତ୍ରୀ ଦୁଷ୍ୟନ୍ତ ଚୌଟାଲା ଟ୍ଵିଟ୍ କରି ଏହାର ସୂଚନା ଦେଇଛନ୍ତି। ଏହି ସମ୍ବନ୍ଧରେ କ୍ୟାବିନେଟ୍‌ରେ ଅଧ୍ୟାଦେଶକୁ ଅନୁମୋଦନ ମିଳିଛି। ଉଲ୍ଲେଖନୀୟ ଦୁଷ୍ୟନ୍ତ ଚୌଟାଲାଙ୍କ ଜନନାୟକ ଜନତା ପାର୍ଟି ନିର୍ବାଚନୀ ଇସ୍ତାହାରରେ ପ୍ରତିଶ୍ରୁତି ଦେଇଥିଲା ଯେ, ରାଜ୍ୟର ଯୁବକଙ୍କୁ ଘରୋଇ ଚାକିରିରେ ୭୫ ପ୍ରତିଶତ ସଂରକ୍ଷଣ ଦେବ।

ଜେଜେପି ନେତା ତଥା ଉପ ମୁଖ୍ୟମନ୍ତ୍ରୀ ଦୁଷ୍ୟନ୍ତ ଚୌଟାଲା ହରିୟାଣାର ଯୁବକଙ୍କୁ ୭୫ ପ୍ରତିଶତ ସଂରକ୍ଷଣ  ଦେବା ପ୍ରସ୍ତାବ କ୍ୟାବିନେଟ୍‌ରେ ଉପସ୍ଥାପନ କରିଥିଲେ। ବିଜେପି ଓ ଜେଜେପି ମେଣ୍ଟ ସରକାରର କ୍ୟାବିନେଟ୍ ଏହି ବିଧେୟକକୁ ମଞ୍ଜୁରୀ ଦେଇଛନ୍ତି। ଏଥିରୁ ସ୍ପଷ୍ଟ ହୋଇ ଯାଇଛି ଯେ, ଆଗାମୀ ଦିନରେ ୭୫ ପ୍ରତିଶତ ସଂରକ୍ଷଣ ସମ୍ବନ୍ଧିତ ଅଧ୍ୟାଦେଶ ଅଣା ଯିବ।

ଦୁଷ୍ୟନ୍ତ ଚୌଟାଲା ଏହି ନିଷ୍ପତ୍ତିକୁ ଐତିହାସିକ ଦର୍ଶାଇ ଟ୍ଵିଟ୍‌ କରି ଯୁବ ବର୍ଗଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ସେ ଲେଖିଛନ୍ତି, ଆଜି ଯୁବକଙ୍କ ଲାଗି ଐତିହାସିକ ଦିନ। ଆମର ସରକାର ହରିୟାଣାରେ ଘରୋଇ ଚାକିରିରେ ୭୫ ପ୍ରତିଶତ ୟରିୟାଣୀ ଯୁବକଙ୍କ ଲାଗି ସଂରକ୍ଷଣ ଦିଆଯିବ। ଏହି ସମ୍ବନ୍ଧିତ ବିଧେୟକକୁ କ୍ୟାବିନେଟ୍‌ରୁ ମଞ୍ଜୁରୀ  ମିଳି ସାରିଛି।

ସୂଚନା ଅନୁଯାୟୀ, ଯଦି ଆଇନ୍ ଲାଗୁ ହୁଏ ତେବେ ରାଜ୍ୟର ଘରୋଇ କମ୍ପାନୀରେ ହରିୟାଣାର ଯୁବକଙ୍କ ପାଇଁ ୭୫ ପ୍ରତିଶତ ସିଟ୍‌ ସଂରକ୍ଷଣ ରହିବ। ଏଥିପାଇଁ ଯୁବକଙ୍କ ପାଖରେ ହରିୟାଣା ବାସିନ୍ଦାର ପ୍ରମାଣପତ୍ର କିମ୍ବା ଅନ୍ୟ ଦସ୍ତାବିଜ ରଖିବା ଜରୁରୀ।

   Related Posts