କେନ୍ଦ୍ର ପରେ ହରିୟାଣା ସରକାରଙ୍କ ଉପହାର: ୧୨ଟଙ୍କା କମିଲା ପେଟ୍ରୋଲ-ଡିଜେଲ ଦର

Published By : Prameya-News7 Bureau | November 04, 2021 IST

ଚଣ୍ଡିଗଡ଼ ୦୪/୧୧ : କେନ୍ଦ୍ର ସରକାରଙ୍କ ପରେ ହରିୟାଣା ସରକାର ମଧ୍ୟ ରାଜ୍ୟବାସୀଙ୍କୁ ଆଶ୍ୱସ୍ତି ଦେଇଛନ୍ତି। ପେଟ୍ରୋଲ ଏବଂ ଡିଜେଲ ଉପରେ ହରିୟାଣା ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର ଭାଟ୍ ହ୍ରାସ କରିଛନ୍ତି। ମୁଖ୍ୟମନ୍ତ୍ରୀ ମନୋହର ଲାଲ ଟ୍ୱିଟ କରି ଲେଖିଛନ୍ତି, ଦୀପାବଳି ଅବସରରେ କେନ୍ଦ୍ର ସରକାର ପେଟ୍ରୋଲ ଓ ଡିଜେଲର ମୂଲ୍ୟ ହ୍ରାସ କରିବାକୁ ଘୋଷଣା କରିଛନ୍ତି। ଏହାକୁ ନେଇ ହରିୟାଣା ସରକାର ମଧ୍ୟ ରାଜ୍ୟରେ ପେଟ୍ରୋଲ ଓ ଡିଜେଲ ଉପରେ ଭାଟ୍ କମାଇଛନ୍ତି। ବର୍ତ୍ତମାନ ସମଗ୍ର ହରିୟାଣାରେ ପେଟ୍ରୋଲ ଏବଂ ଡିଜେଲ ଲିଟର ପିଛା ୧୨ଟଙ୍କା ଶସ୍ତା ହେବ। ବୁଧବାର ଦିନ ଦୀପାବଳି ପୂର୍ବରୁ କେନ୍ଦ୍ର ସରକାର ପେଟ୍ରୋଲରେ ଏକ୍ସାଇଜ୍ ଶୁଳ୍କ ୫ଟଙ୍କା ଓ ଡିଜେଲରେ ୧୦ ଟଙ୍କା କମାଇଛନ୍ତି।

ମୁଖ୍ୟମନ୍ତ୍ରୀ ମନୋହର ଲାଲ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ପ୍ରଦୂଷଣମୁକ୍ତ ଦୀପାବଳକୁ ଏକାଠି ପାଳନ କରିବାକୁ ସିଏମ୍ ଲୋକଙ୍କୁ ନିବେଦନ କରିଛନ୍ତି। ସେ ପ୍ରଭୁ ଶ୍ରୀରାମଙ୍କ ଦ୍ୱାରା ପ୍ରଦର୍ଶିତ ପଥ ଓ ପ୍ରକୃତ ଶାନ୍ତି ,ଜୀବନର ସମୃଦ୍ଧି ପାଇଁ ଲୋକମାନଙ୍କୁ କାମନା କରିଛନ୍ତି। ପର୍ବରେ ମଧ୍ୟ କରୋନା ନିୟମ ପାଳନ କରିବାକୁ ମନୋହର ଲାଲ ନିବେଦନ କରିଛନ୍ତି। ଦୀପାବଳିର ଶୁଭ ଅବସରରେ ଉପମୁଖ୍ୟମନ୍ତ୍ରୀ ଦୁଷ୍ୟନ୍ତ ଚୌତାଲା ରାଜ୍ୟବାସୀଙ୍କୁ  ଶୁଭେଚ୍ଛା ଜଣାଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.