ବଢିଲା ଲକଡାଉନ୍‌ : ଜୁଲାଇ ୫ ପର୍ଯ୍ୟନ୍ତ କଟକଣା ଲଗାଇଲେ ଏହି ରାଜ୍ୟ ସରକାର, ଖୋଲିବ ଦୋକାନ ବଜାର, ମଲ୍‌, ୟୁନିଭରସିଟି…

Published By : Prameya-News7 Bureau | June 27, 2021 IST

ଚଣ୍ଡିଗଡ ୨୭/ ୦୬ : ଦେଶରେ କରୋନା ସଂକ୍ରମଣ ଧିରେ ଧିରେ ହ୍ରାସ ପାଇବା​‌ରେ ଲାଗିଛି । ସମ୍ଭାବିତ ତୃତୀୟ ଲହରକୁ ଆଖି ଆଗରେ ସତର୍କ ରହିବ ନୂଆ ନୂଆ ଗାଇଡଲାଇନ୍ ଜାରି କରୁଛି ସ୍ବାସ୍ଥ୍ୟ ବିଭାଗ । ଏହିକ୍ରମରେ ହରିୟାଣା ସରକାର ରାଜ୍ୟରେ ଜୁଲାଇ ୫ ତାରିଖ ଯାଏଁ ଲକ୍‌ଡାଉନ୍‌ ଅବଧି ବୃଦ୍ଧି କରିଛନ୍ତି । କିନ୍ତୁ ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷଙ୍କ ଦ୍ବାରା ରବିବାର ଘୋଷଣା ହୋଇଥିବା ଲକ୍‌ଡାଉନ୍‌ରେ କିଛିଟା କୋହଳ ମଧ୍ୟ କରାଯାଇଛି ।   

ଘୋଷଣା ହୋଇଥିବା ଲକ୍‌ଡାଉନ୍ ଗାଇଡଲାଇନ୍‌ରେ ପୂର୍ବପରି ହରିୟାଣାର ସମସ୍ତ ଅଙ୍ଗନବାଡି କେନ୍ଦ୍ର ତଥା ମହିଳା ଏବଂ ଶିଶୁ ବିକାଶ ବିଭାଗ ଅଧିନରେ ଥିବା ସମସ୍ତ ଶିଶୁ ସୁରକ୍ଷା ଗୃହଗୁଡିକୁ ଜୁଲାଇ ୩୧ ଯାଏଁ ବନ୍ଦ ରଖିବାକୁ ନିର୍ଦେଶ ଦିଆଯାଇଛି । ଏହାସହିତ କୋଭିଡ-୧୯ ନିୟମ ମାନି କେବଳ ଲ୍ୟାବ୍‌ରେ ପ୍ରାକ୍ଟିକାଲ ଏବଂ ଗବେଷଣା କରୁଥିବା ଛାତ୍ରଛାତ୍ରୀଙ୍କ ପାଇଁ ବିଶ୍ବବିଦ୍ୟାଳୟ ଖୋଲିବା ପାଇଁ ଗାଇଡଲାଇନ୍‌ରେ ଉଲ୍ଲେଖ ରହିଛି । ସାମାଜି ଦୂରତା ମାନି ଏବଂ ନିୟମିତ ଭାବେ ସାନିଟାଇଜ କରାଯାଇ କ୍ୟାମ୍ପସ ପରିଚଳାନର ପାଇଁ କୁହାଯାଇଛି ।   

ଏହାବାଦ ହରିୟାଣାରେ ସକାଳ ୯ଟାରୁ ରାତି ୮ଟା ଯାଏଁ ଦୋକାନ ବଜାର ଖୋଲିବା ପାଇଁ ଅନୁମତି ମିଳିଛି । ସେହିଭଳି ମଲଗୁଡିକ ଦିନ ୧୦ଟାରୁ ରାତି ୮ଟା ଯାଏଁ ଖୋଲିପାରିବେ । ରେଷ୍ଟୁରାଣ୍ଟ ଏବଂ ବାର ଗୁଡିକୁ ଦିନ ୧୦ ରାତି ୧୦ଟା ଯାଏଁ ୫୦ ପ୍ରତିଶତ କ୍ଷମତାରେ ରହି ଖୋଲିବା ପାଇଁ ନୂଆ ଗାଇଡଲାଇନରେ ଉଲ୍ଲେଖ ରହିଛି । ହୋମ ଡେଲିଭରୀ ଏବଂ ଫାଷ୍ଟଫୁଡ୍ ଦୋକାନ ରାତି ୧୦ଟା ଯାଏଁ ଖୋଲିବା ପାଇଁ ଅନୁମତି ମିଳିଛି । ସେହିଭଳି ଧାର୍ମିକ ଅନୁଷ୍ଠାନଗୁଡିକ ଏକକାଳୀନ ୫୦ ପ୍ରତିଶତ ଶ୍ରଦ୍ଧାଳୁଙ୍କୁ ନେଇ ଖୋଲିପାରିବେ । କର୍ପୋରେଟ ଅଫିସଗୁଡିକ ଶତ ପ୍ରତିଶତ କର୍ମଚାରୀଙ୍କୁ ନେଇ ଚାଲିପାରିବ । ସକାଳ ୬ଟାରୁ ୮ଟା ମଧ୍ୟ​‌ରେ ଜିମ ଚଳାଇବାକୁ ଅନୁମତି ମିଳିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.