ଜାମ୍ମୁକାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ପରେ ହରିୟାଣା ମୁଖ୍ୟମନ୍ତ୍ରୀ କହିଲେ, ‘ଏବେ ଆମେ ମଧ୍ୟ କାଶ୍ମୀରରୁ ବୋହୂ ଆଣିପାରିବୁ’

Published By : Prameya-News7 Bureau | August 10, 2019 IST

ଫତେହାବାଦ ୧୦|୮: ଜାମ୍ମୁକାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ଏବଂ ଜାମ୍ମୁକାଶ୍ମୀର ପୁର୍ନଗଠନ ନେଇ କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି ପରେ ବିଭିନ୍ନ ରାଜନୈତିକ ଦଳର ନେତାମାନେ ବିଭିନ୍ନ ମତ ଦେବାରେ ଲାଗିଛନ୍ତି । ହରିୟାଣା ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟରଙ୍କ ବିବାଦୀୟ ବୟାନ ଏବେ ଚର୍ଚ୍ଚାରେ ରହିଛି । ସେ କାଶ୍ମୀରର ଝିଅଙ୍କୁ ନେଇ ବିବାଦୀୟ ବୟାନ ଦେଇଛନ୍ତି । ସେ କହିଛନ୍ତି ଯେ, ଧାରା ୩୭୦ ଉଚ୍ଛେଦ ହେବା ପରେ କଶ୍ମୀର ଝିଅମାନଙ୍କୁ ବିବାହ ପାଇଁ ଅଣାଯାଇପାରିବ ।

ସୂଚନାଯୋଗ୍ୟ ଯେ, ମନୋହର ଲାଲଙ୍କ ଏହା ପ୍ରଥମ ବିବାଦୀୟ ବୟାନ ନୁହେଁ। ଏହା ପୂର୍ବରୁ ସେ ଗତବର୍ଷ ଦୁଷ୍କର୍ମକୁ ନେଇ ମଧ୍ୟ ବିବାଦୀୟ ବୟାନ ଦେଇଥିଲେ ।

ଏହା ପୂର୍ବରୁ ନିଜର ବିବାଦୀୟ ବୟାନକୁ ନେଇ ସବୁବେଳେ ଚର୍ଚ୍ଚାରେ ରହୁଥିବା ବିଧାୟକ ବିକ୍ରମ ସୋନି ମଧ୍ୟ ନିକଟରେ ଧାରା ୩୭୦ ନେଇ ବିବାଦୀୟ ଟିପ୍ପଣୀ ଦେଇଥିଲେ । ସୋନି କହିଥିଲେ ଯେ, ଦେଶର ମୁସଲମାନମାନେ ଖୁସି ହେବା ଦରକାର ଯେ, ସେମାନେ ନିର୍ଭୟରେ ଗୋରୀ କାଶ୍ମୀର ଝିଅଙ୍କୁ ବିବାହ କରିପାରିବେ । ସେ କହିଥିଲେ ଯେ, ବିଜେପି ନେତାମାନେ ମଧ୍ୟ ଏବେ ସେଠାରେ ଯାଇ ଜମି କିଣି ପାରିବେ ଓ ବିବାହ କରିପାରିବେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.