ବଡ ଦଳ ନେତାଙ୍କ ବଡ ଚୋରା ପିରତି: ଲକ୍‌ଡାଉନ୍‌ରେ‌ ଲୁଚିଛପି ମହିଳା ସାଥୀଙ୍କୁ ଭେଟିବାକୁ ଯାଉଥିଲେ, ଦୁଇ ମହଲା ବିଲ୍ଡିଂରୁ ଖସି ପଡିଲେ

Published By : Prameya-News7 Bureau | May 23, 2020 IST

ଚଣ୍ଡିଗଡ ୨୩।୦୫: ପ୍ରେମ୍ ମାନେନି ବନ୍ଧ ବାଡ ଓ ବୟସ। ତା ଆଗରେ ବାଧାବିଘ୍ନ ଓ ପ୍ରତିବନ୍ଧକ ସବୁ ଫିକା ପଡେ। ଏ ଯେମିତି କରୋନା ଲକ୍‌ଡାଉନ୍‌ ସମୟରେ ବି ଅନେକ ପ୍ରେମିକ ପ୍ରେମିକା ରିସ୍କ ଉଠାଇ ପରସ୍ପରକୁ ଦେଖା କରିବାକୁ ପଛଉ ନାହାନ୍ତି। ଏହି କ୍ରମରେ ଜଣେ ନେତା ନିଜର ମହିଳା ସାଥୀଙ୍କୁ ଲୁଚାଛପା ଦେଖା କରିବାକୁ ଉଦ୍ୟମ କରିଛନ୍ତି। କରୋନା ସଙ୍କଟ ସମୟରେ ଲାଗୁ ଲକ୍‌ଡାଉନ୍ ମଧ୍ୟରେ ମହିଳା ସାଥୀଙ୍କୁ ଭେଟିବାକୁ ଲୁଚିଛପି ଯାଇଥିଲେ ବିଜେପି ନେତା।  ହେଲେ ବିଲ୍ଡିଂର ଦ୍ଵିତୀୟ ମହଲାଠୁ ଖସି ଆହତ ହୋଇଛନ୍ତି। ନେତା ମହୋଦୟଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ତାଙ୍କ ଗୋଡ ଫ୍ୟାକ୍‌ଚର ହୋଇ ଯାଇଛି। ଗୁରୁତର ଆହତ ହେବା କାରଣରୁ ପୋଲିସ ନେତାଙ୍କ ବୟାନ ନେଇ ପାରି ନାହିଁ।

{"id":274902,"sizeSlug":"large"}

ଏହି ଘଟଣା ହରିୟାଣାର ରାଜଧାନୀ ଚଣ୍ଡିଗଡର। କୁହାଯାଉଛି, ପଞ୍ଚକୁଲାର ବିଜେପି ନେତା ଚନ୍ଦ୍ରପ୍ରକାଶ କଥୁରିଆ ଚଣ୍ଡିଗଡରେ ନିଜର କୌଣସି ଏକ ମହିଳା ସାଥୀଙ୍କୁ ଭେଟିବାକୁ ବିଲ୍ଡିଂରେ ପହଞ୍ଚିଥିଲେ। ଏହି ସମୟରେ କେହି ଜଣେ ଫ୍ଲାଟର ଡୋର୍ ବେଲ୍ ବଜାଇ ଦେଇଥିଲେ। ଏହା ପରେ ଚନ୍ଦ୍ରପ୍ରକାଶ ଫ୍ଲାଟ୍‌ର ବାଲକୋନୀରୁ ଚାଦରରେ ରଶି ବନାଇ ଓହ୍ଲାଇବାକୁ ଚେଷ୍ଟା କରିଥିଲେ। ହେଲେ ଓହ୍ଲାଇବା ବେଳେ ଦ୍ଵିତୀୟ ମହଲାରୁ ତଳକୁ ଖସି ପଡିଲେ।

{"id":274903,"width":581,"height":291,"sizeSlug":"large"}

ଏହା ପରେ ଗୁରୁତର ଆହତ ଚନ୍ଦ୍ରପ୍ରକାଶଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ପୋଲିସ୍ କହିଛି, ଏବେ ସେ  ବୟାନ ଦେବା ସ୍ଥିତିରେ ନାହାନ୍ତି। ପୋଲିସ୍ କହିଛି, ଶୁକ୍ରବାର ପୋଲିସ୍‌ କଣ୍ଟ୍ରୋଲ୍ ରୁମ୍‌ରୁ କେହି ଜଣେ ଛାତରୁ ଖସି ପଡିଥିବା ଖବର ମିଳିଥିଲା। ପରେ ଜଣା ପଡିଲା ଯେ ଖସି ପଡିଥିବା ବ୍ୟକ୍ତି ହେଉଛନ୍ତି ଚନ୍ଦ୍ରପ୍ରକାଶ କଥୁରିଆ। ସେ ପଞ୍ଚକୁଲାର ବାସିନ୍ଦା। ହରିୟାଣାର ବିଜେପି ନେତା। ପିସିଆର ତାଙ୍କ ହସ୍ପିଟାଲରେ ଭର୍ତ୍ତି କରିଛି। ଘଟଣାର ଭିଡିଓ ସାମାଜିକ ଗଣମାଧ୍ୟନରେ ଖୁବ୍ ଭାଇରାଲ୍ ହୋଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.