Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସାଧାରଣ ଜନତାଙ୍କ ପାଇଁ ବଢ଼ିଲା ଚିନ୍ତା : ପିଆଜ କିଲୋ ୧୦୦ ଟଙ୍କା !
  • ||
  • ରାସ୍ତା ଝାଡୁମାରି ପ୍ରଶଂସା ସାଉଁଟିଥିବା ଟ୍ରାଫିକ୍ କନେଷ୍ଟବଳ ଲଳିତ ମୋହନ ରାଉତ ସମ୍ମାନୀତ
  • ||
  • ଲେମ୍ବୁ ପାଣିରେ ସନ୍ଧବ ଲୁଣ ମିଶାଇ ସେବନ କଲେ ନିୟନ୍ତ୍ରଣ ହୋଇଥାଏ ଓଜନ
  • ||
  • ଆକର୍ଷଣୀୟ ଚାକିରୀ: ବିସ୍କୁଟ୍ ଚାଖିବାକୁ ମିଳିବ ୪୦ ଲକ୍ଷ ଟଙ୍କା ଦରମା
  • ||
  • ଭକ୍ତଙ୍କ ପାଇଁ ଖୁସି ଖବର, ପୁରୀ ଶ୍ରୀମନ୍ଦିରରେ ମିଳିବ ମହାପ୍ରସାଦ ମିଳିବ
  • ||
  • ପୂଜା ପାଇଁ କଟକ ସହରରେ ମୁତୟନ ହେବେ ୩୦ପ୍ଲାଟୁନ ପୋଲିସ ଫୋର୍ସ
  • ||
  • ସମ୍ବଲପୁର ପଡିଆବାହଲରେ ଟ୍ରକ୍ ଚାପାରେ ମା’ ଓ ଶିଶୁପୁତ୍ରର ମୃତ୍ୟୁ
  • ||
  • ଅପରାହ୍ନ ୪ଟାରେ ରାଜ୍ୟବାସୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ
  • ||
  • ସଞ୍ଜୁ ବାବାଙ୍କ ସ୍ୱାସ୍ଥ୍ୟକୁ ନେଇ ସାମ୍ନାକୁ ଆସିଲା ବଡ ଖବର
  • ||
  • ବ୍ରହ୍ମୋସ୍ ମିସାଇଲ୍ ପରୀକ୍ଷଣରେ ଭିଡିଓ ଜାରି କଲା ଭାରତୀୟ ନୌସେନା
  • ||

ହରିଆଣାରେ ଡେଙ୍ଗୁ ରୋଗୀଙ୍କ ପାଇଁ ଆରମ୍ଭ ହେଲା ମାଗଣା ପ୍ଲେଟଲେଟ୍ସ ଅଭିଯାନ

13/09/2020 at 2:26 PM

ନୂଆଦିଲ୍ଲୀ ୧୩/୦୯: ହରିଆଣା ସରକାର ଡେଙ୍ଗୁ ରୋଗୀଙ୍କ ପାଇଁ ମାଗଣାରେ ପ୍ଲେଟଲେଟସ୍ ଡୋନେଟ୍ ଅଭିଯାନ ଆରମ୍ଭ କରିଛନ୍ତି। ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଗତକାଲି କୁହାଯାଇଛି ଡେଙ୍ଗୁ ରୋଗୀଙ୍କୁ  ମାଗଣା ପ୍ଲେଟଲେଟ୍ସ ଯୋଗାଇବାରେ ହରିଆଣା ଦେଶର ପ୍ରଥମ ରାଜ୍ୟ। ପୂର୍ବରୁ ହିଁ ଏଠାରେ ଡେଙ୍ଗୁ ଟେଷ୍ଟ ସରକାରୀ ଲ୍ୟାବରେ ମାଗଣାରେ କରାଯାଉଥିଲା।

ଅତିରିକ୍ତ ମୁଖ୍ୟ ସଚିବ ରାଜୀବ ଅରୋରା କହିଛନ୍ତି ୨୦୧୭ରୁ ରାଜ୍ୟରେ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା କମୁଛି। ଏବେ ସୁଦ୍ଧା ୩୩ଟି ଡେଙ୍ଗୁ ମାମଲା ରହିଛି। ତେବେ ଏମାନଙ୍କ ଜୀବନ ରକ୍ଷା ପାଇଁ ଏହି ଅଭିଯାନ ଆରମ୍ଭ କରାଯାଇଛି। ସିଙ୍ଗଲ ଡୋନର ପ୍ଲେଟଲେଟସର ସୁବିଧା ସରକାରୀ ହସପିଟାଲରେ ଡେଙ୍ଗୁ ରୋଗୀଙ୍କ ପାଇଁ କରାଯିବ। ଯାହା ଦ୍ବାରା ରୋଗୀଙ୍କୁ ଯେମିତି ଖୁବ୍ ଶୀଘ୍ର ଠିକ୍ କରାଯାଇପାରିବ।

ପୂର୍ବରୁ ଏସଡିପିର ପ୍ରତି ୟୁନିଟ୍ ପାଇଁ ୮ ହଜାର ୫୦୦ ଟଙ୍କା ନିଆଯାଉଥିଲା । ମାତ୍ର ହରିଆଣାରେ ଏବେ ଏହାକୁ ମାଗଣାରେ ଉପଲବ୍ଧ କରାଯିବ। ଏବେ ଏହା ଗୁରୁଗ୍ରାମ, ପଞ୍ଚକୁଲା, କର୍ନାଲ, ରୋହତକ ଓ ସୋନିପିତରେ ପ୍ଲେଟଲେଟ୍ସ ଅଫେରିସି ମେସିନ୍ ଉପଲବ୍ଧ ଅଛି। ରାଜ୍ୟରେ ସମୁଦାୟ ୨୭ ଡେଙ୍ଗୁ ଟେଷ୍ଟିଂ ଲ୍ୟାବ ରହିଛି। ସେପ୍ଟେମ୍ବର ପ୍ରାରମ୍ଭରେ ସମୁଦାୟ ୧୧୫୮ ରୋଗୀ ଡେଙ୍ଗୁ ଟେଷ୍ଟ କରାଇଥିଲେ। ଏହା ସହ ଡେଙ୍ଗୁ ରୋଗୀଙ୍କ ପାଇଁ ହସପିଟାଲ ମଧ୍ୟ ବିକଶିତ କରାଯାଇଛି। ସିଭିଲ ହସପିଟାଲରେ ମଶା ମରା ଅଭିଯାନ ଚାଲିଛି। ସ୍ବାସ୍ଥ୍ୟ ସଚିବ ସମସ୍ତଙ୍କୁ ମଶା ଦୂର କରିବା ସହ ଘର ପରିଷ୍କାର ରଖିବାକୁ ପରାମର୍ଶ ଦେଇଛନ୍ତି।

 

 

   Related Posts