ori homes
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ନୋଟିସ, ଘୁଞ୍ଚିଲା +୨ ପରୀକ୍ଷା
  • ||
  • ଆତ୍ମ ସମର୍ପଣ କଲେନି ସିଦ୍ଧୁ, ସ୍ୱାସ୍ଥ୍ୟଗତ ସମସ୍ୟା ଦର୍ଶାଇ ମାଗିଲେ ସମୟ
  • ||
  • ସନ୍ଧ୍ୟାରେ ରୟାଲ୍ସ ବନାମ କିଙ୍ଗସ, ଜିତିଲେ ପ୍ଲେ-ଅଫରେ ଏଣ୍ଟ୍ରି କରିବ ରାଜସ୍ଥାନ
  • ||
  • ଲାଲୁ ପରିବାରକୁ ଗୁଡ୍ ମର୍ଣ୍ଣିଂ କଲା ସିବିଆଇ : ସକାଳୁ ସକାଳୁ ୧୭ ଜାଗାରେ ଚଢଉ
  • ||
  • ରାଜ୍ୟରେ ଖସୁଛି କରୋନା, ୨୪ ଘଣ୍ଟାରେ ବାହାରିଲେ ୧୦ ପଜିଟିଭ୍
  • ||
  • ଶନିବାରଠୁ ବଢିବ ତାତି, ଆସନ୍ତା ସପ୍ତାହରେ ଲଘୁଚାପ
  • ||
  • ୨୭ ମାସ ପରେ ମୁକୁଳିଲେ ଆଜମ ଖାନ, ସ୍ୱାଗତ ପାଇଁ ପହଁଚିଲେ ଶିବପାଲ ଯାଦବ
  • ||
  • ରାଜଧାନୀରେ ବୋମାମାଡ, ସହିଦନଗର ଥାନା ପୋଲିସର ତଦନ୍ତ ଜାରି
  • ||
  • ମଧ୍ୟାହ୍ନରେ ଆତ୍ମସମର୍ପଣ କରିବେ ସିଦ୍ଧୁ, ବର୍ଷେ ପାଇଁ ଯିବେ ଜେଲ୍ !
  • ||
  • ଆଜି ଜେଲରୁ ମୁକୁଳି ପାରନ୍ତି ଆଜମ ଖାନ, ଜେଲରେ ପହଁଚିଲା ଜାମିନ ଆଦେଶ
  • ||

ଦ୍ୱାଦଶ ଶ୍ରେଣୀ ଟପ୍ପରଙ୍କୁ ଗଣଦୁଷ୍କର୍ମ ଘଟଣା : ୩ ଜଣ ନୁହେଁ ୮ରୁ ୧୦ ଜଣ ସମ୍ପୃକ୍ତ ବୋଲି କହିଲେ ପୀଡିତାଙ୍କ ପିତା

15/09/2018 at 1:38 PM

ମହେନ୍ଦ୍ରଗଡ ୧୫/୯ : ହରିୟାଣା ମହେନ୍ଦ୍ରଗଡ ଜିଲ୍ଲାରେ ଦ୍ୱାଦଶ ଶ୍ରେଣୀରେ ଟପ୍ପର ହୋଇଥିବା ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣାର ଅଭିଯୁକ୍ତମାନଙ୍କୁ ଗିରଫ କରିବା ପାଇଁ ପୋଲିସ ଏକ ଟାସ୍କଫୋର୍ସ ଗଠନ କରିଛି | ଗଣଦୁଷ୍କର୍ମ ଘଟଣାରେ ୩ ଜଣ ସମ୍ପୃକ୍ତ ବୋଲି ପୀଡିତା ତାଙ୍କ ଲିଖିତ ଅଭିଯୋଗରେ ଜଣାଇଥିବା ବେଳେ ପୀଡିତାଙ୍କ ବାପା କହିଛନ୍ତି ଯେ, ଏଥିରେ ୮ରୁ ୧୦ ଜଣ ସମ୍ପୃକ୍ତ ଅଛନ୍ତି | ଘଟଣାର ୩ ଦିନ ପରେ ମଧ୍ୟ ଅପରାଧୀମାନେ ଖୋଲାରେ ବୁଲୁଥିବାରୁ ପୀଡିତା ଆତଙ୍କିତ ଅବସ୍ଥାରେ ଅଛନ୍ତି ବୋଲି ତାଙ୍କ ବାପା ଅଭିଯୋଗ କରିଛନ୍ତି | ଏପଟେ ଏହି ଘଟଣାକୁ ନେଇ ବିରୋଧୀ କଂଗ୍ରେସ ରାଜ୍ୟରେ କ୍ଷମତାସୀନ ବିଜେପି ସରକାର ଉପରେ ବର୍ଷିଛି | ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ଭୂପିନ୍ଦର ସିଂ ହୋଦା କହିଛନ୍ତି, ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ସମ୍ପୂର୍ଣ ଭୁଷୁଡି ପଡିଛି | ନୈତିକତା ଆଧାରରେ ମୁଖ୍ୟମନ୍ତ୍ରୀ ମହେନ୍ଦ୍ରଲାଲ ଖର୍ଚ୍ଚର ଇସ୍ତଫା ଦେବା ଉଚିତ | ବିଜେପିର ସ୍ଲୋଗାନ ‘ବେଟି ପଢ଼ାଓ ବେଟି ବଚାଓ’ କେବଳ ଏକ ଫାର୍ସ ବଳି ମଧ୍ୟ ହୁଦା କହିଛନ୍ତି |
ସୂଚନାଯୋଗ୍ୟ ଯେ, ଗତ ଗୁରୁବାର ଦିନ ରିୱାରୀଠାରେ କୋଚିଂ କ୍ଲାସକୁ ଯିବା ପାଇଁ ଛାତ୍ରୀ ଜଣକ ଅପେକ୍ଷା କରିଥିବା ବେଳେ ସ୍ଥାନୀୟ ଅଂଚଳରେ ୩ ଜଣ ଯୁବକ କାରରେ ଆସି ତାଙ୍କୁ ସେଠାରୁ ନେଇଯାଇଥିଲେ | ପାଣିରେ କିଛି ନିଶା ଦେଇ ଛାତ୍ରୀଙ୍କୁ କୌଣସି ଏକ ନିବୃତ ସ୍ଥାନରେ ଗଣଦୁଷ୍କର୍ମ କରିଥିଲେ | ପରେ ତାଙ୍କୁ ଯେଉଁ ବସ ଷ୍ଟପରୁ ଦୁର୍ବୁର୍ତ୍ତମାନେ ନେଇଥିଲେ ସେଠାରେ ଆଣି ଛାଡି ଦେଇଥିଲେ |
ଗତକାଲି ଛାତ୍ରୀ ତାଙ୍କ ତଳିପେଟରେ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା | ତାଙ୍କ ଅବସ୍ଥା ଏବେ ଭଲ ଥିବା ଡାକ୍ତର କହିଛନ୍ତି | ରାଜ୍ୟ ମହିଳା କମିଶନର ଅଧ୍ୟକ୍ଷା ଛାତ୍ରୀଙ୍କୁ ହସ୍ପିଟାଲରେ ସାକ୍ଷାତ କରି କଥାବାର୍ତ୍ତା କରିଛନ୍ତି |
ଏହି ଦୁଷ୍କର୍ମ ଘଟଣାରେ ପୋଲିସର ନିଷ୍କ୍ରିୟତା ନେଇ ସମଗ୍ର ରାଜ୍ୟେ ଧୀରେ ଧୀରେ ଅସନ୍ତୋଷ ଦାନ ବାନ୍ଧିବାରେ ଲାଗିଛି |

   Related Posts