‘ମା’ ତୁ ଫେରିଆ..’: କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀଙ୍କ ମା’ଙ୍କ ପରଲୋକ, ଟ୍ୱିଟ୍ କରି ଦେଲେ ସୂଚନା

Published By : Prameya-News7 Bureau | September 06, 2020 IST

ନୂଆଦିଲ୍ଲୀ ୦୬/୦୯: କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡ. ହର୍ଷବର୍ଦ୍ଧନଙ୍କ ମାଙ୍କ ରିବିବାର ପରଲୋକ ଘଟିଛି । ହୃଦଘାତ ପାଇଁ ମୃତ୍ୟୁ ହୋଇଥିବା ନିଜେ କେନ୍ଦ୍ରମନ୍ତ୍ରୀ ଟ୍ବିଟ୍ କରି ସୂଚନା ଦେଇଛନ୍ତି । ତେବେ ମୃତ୍ୟୁ ବେଳକୁ ତାଙ୍କୁ ୮୯ ବର୍ଷ ହୋଇଥିଲା । କେନ୍ଦ୍ରମନ୍ତ୍ରୀ ନିଜ ମାଙ୍କୁ ହରାଇ ମ୍ରିୟମାଣ ହୋଇପଡ଼ିଛନ୍ତି । ନିଜ ଟ୍ବିଟ୍‌ର ହ୍ୟାଣ୍ଡଲରେ ଇମୋସ୍‌ନାଲ୍‌ ଟ୍ବିଟ୍ କରି ନିଜ ମାଙ୍କୁ ମିସ୍‌ କରିଛନ୍ତି କେନ୍ଦ୍ରମନ୍ତ୍ରୀ ।

wp:core-embed/twitter {"url":"https://twitter.com/drharshvardhan/status/1302465896384880640","type":"rich","providerNameSlug":"twitter","className":""}
https://twitter.com/drharshvardhan/status/1302465896384880640
/wp:core-embed/twitter

କେନ୍ଦ୍ରମନ୍ତ୍ରୀ ଟ୍ବିଟ୍‌ କରି ଲେଖିଛନ୍ତି, ‘ପୃଥିବୀର ସବୁଠୁ ପ୍ରିୟ ବ୍ୟକ୍ତି ମୋ ୮୯ ବର୍ଷୀୟା ମାଙ୍କୁ ହରାଇ ମୁଁ ସମ୍ପୃର୍ଣ୍ଣ ଭାଙ୍ଗିପଡ଼ିଛି । ସେ ହୃଦଘାତରେ ପୀଡ଼ିତ ଥିଲେ । ଜଣେ ବିଶାଳ ବ୍ୟକ୍ତିତ୍ବ ତଥା ମୋ ମାର୍ଗଦର୍ଶକ ମୋ ଜୀବନରେ ଶୂନ୍ୟସ୍ଥାନ ଛାଡ଼ିଗଲେ । ତାଙ୍କ ପବିତ୍ର ଆତ୍ମାକୁ ଶାନ୍ତି ମିଳୁ।’

wp:core-embed/twitter {"url":"https://twitter.com/drharshvardhan/status/1302513866157428736","type":"rich","providerNameSlug":"twitter","className":""}
https://twitter.com/drharshvardhan/status/1302513866157428736
/wp:core-embed/twitter

ଏହାସହ କେନ୍ଦ୍ରମନ୍ତ୍ରୀଙ୍କ ମାଙ୍କର ନେତ୍ରଦାନ ଦିଲ୍ଲୀ ଏମ୍ସରେ କରାଯାଇଛି। ମାଙ୍କ ଶରୀରଦାନ ପୀଢ଼ି ପରେ ପଢ଼ୀକୁ ପ୍ରେରଣା ଦେବ ବୋଲି ଟ୍ବିଟ୍‌ କରି ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.