Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

କରୋନାର ଦ୍ୱିତୀୟ ଲହର୍‌ର ମୁକାବିଲା କରିବା ବଡ ଚ୍ୟାଲେଞ୍ଜ୍, ସାହସର ସହ କାମ କରିବାକୁ ହେବ

16/04/2021 at 11:53 AM

ନୂଆଦିଲ୍ଲୀ,୧୬/୦୪: ଦେଶରେ କରୋନା ଭାଇରସର ଦ୍ୱିତୀୟ ଲହର ଅଧିକ ଭୟଙ୍କର ହୋଇ ପଡିଛି । ଗତ ୨ ଦିନ ହେଲା ଦେଶରେ ଦୈନିକ ମାମଲା ୨ ଲକ୍ଷରୁ ଅଧିକ ଆସୁଛି । ଏହାକୁ ନଜରରେ ରଖି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡ. ହର୍ଷବର୍ଦ୍ଧନ ଚିନ୍ତାବ୍ୟକ୍ତ କରିଛନ୍ତି । କରୋନା ମାମଲା ଅଧିକ ବଢିଛି । ଏହି କାରଣରୁ ହସ୍ପିଟାଲରେ ବେଡ୍ ସଂଖ୍ୟା ଖାଲି ରହୁନାହିଁ ବୋଲି ସେ କହିଛନ୍ତି ।

ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି ଯେ, ସରକାର ବିଭିନ୍ନ ପ୍ରକ୍ରିୟା ଓ ବ୍ୟବସ୍ଥାକୁ ସୁଧାରିବା ପାଇଁ ପ୍ରସ୍ତୁତ ଅଛନ୍ତି ଓ ଏଥିପାଇଁ ଲଗାତର ଭାବେ ପ୍ରୟାସ ଜାରି ରହିଛି । ଆମକୁ ଧୈର୍ଯ୍ୟ ଓ ସାହସର ସହ କାମ କରିବାକୁ ହେବ । ଏହାସହ ଡାକ୍ତରମାନେ ପରିସ୍ଥିତି ଅନୁସାରେ ନିଷ୍ପତ୍ତି ନେଇପାରିବେ ବୋଲି ସେ କହିଛନ୍ତି ।

ଡ. ହର୍ଷବର୍ଦ୍ଧନ ଆହୁରି ମଧ୍ୟ କହିଛନ୍ତି ଯେ, ସରକାରଙ୍କ ପାଖରେ କରୋନା ମୁକାବିଲା ନେଇ ଗୋଟିଏ ବର୍ଷର ଅନୁଭବ ରହିଛି । ତେଣୁ ସରକାର କରୋନା ମୁକାବିଲାରେ ପୂର୍ବାପେକ୍ଷା ଅଧିକ ପ୍ରସ୍ତୁତ ଅଛନ୍ତି । ଆକ୍ରାନ୍ତ ଓ ତାଙ୍କ ସମ୍ପର୍କୀୟଙ୍କୁ ସକରାତ୍ମକ ମାହୋଲ ଦେବାର ଆବଶ୍ୟକତା ରହିଛି । ଏହାସହ ସାବଧାନତା ମଧ୍ୟ ଅବଲମ୍ବନ କରିବା ଜରୁରୀ ।

ସମାଜରେ କରୋନା ଭାଇରସକୁ ନେଇ ଆସାବଧାନତା ବଡିଚାଲିଛି । ଲୋକେ ସତର୍କ ହେଉନାହାଁନ୍ତି । କିନ୍ତୁ ଆମକୁ ଧୈର୍ୟ୍ୟ ଓ ସାହସର ସହ କାମ କରିବାକୁ ହେବ ବୋଲି ସେ କହିଛନ୍ତି ।  

   Related Posts